ଆଜି ଶ୍ରୀଜିଉଙ୍କ ଲକ୍ଷ୍ମୀ ନୃସିଂହ ବେଶ, ପ୍ରଶାସନକୁ ଘାରିଛି ଭିଡ଼ ନିୟନ୍ତ୍ରଣ ଚିନ୍ତା...

ଆସନ୍ତାକାଲି ସୋମବାର ଶ୍ରୀଜିଉଙ୍କର ରାଜରାଜେଶ୍ୱର ବେଶ ରହିଛି । ଏଥିଲାଗି ଭିଡ଼ ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

Puri Srimandir

ଆଜି ପବିତ୍ର ପଞ୍ଚକ ଚତୁର୍ଦ୍ଦଶୀରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନୃସିଂହ ବେଶ । ଗତକାଲି ଶ୍ରୀଜିଉ ତ୍ରିବିକ୍ରମ ବେଶରେ ଦର୍ଶନ ଦେଇଥିବା ବେଳେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଆସନ୍ତାକାଲି ସୋମବାର ଶ୍ରୀଜିଉଙ୍କର ରାଜରାଜେଶ୍ୱର ବେଶ ରହିଛି । 

ଏଥିଲାଗି ଭିଡ଼ ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ପ୍ରଶାସନକୁ ଘାରିଛି ଭିଡ଼ ନିୟନ୍ତ୍ରଣ ଚିନ୍ତା । କାର୍ତ୍ତିକ ପୂର୍ଣ୍ଣିମାରେ କିଭଳି ଭାବେ ଦର୍ଶନକୁ ସୁବନ୍ଦୋବସ୍ତ କରାଯିବ ସେଥିଲାଗି ଉଦ୍ୟମ କରାଯାଉଥିବା ଏସ୍‌ପି କହିଛନ୍ତି ।

କାର୍ତ୍ତିକ ପୂର୍ଣ୍ଣିମା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।