Advertisment

International Sex Workers Day: କେବେ ଓ କାହିଁକି ପାଳନ ହେଲା ଅନ୍ତର୍ଜାତୀୟ ସେକ୍ସ ୱାର୍କର୍ସ ଡେ

ପ୍ରତି ବର୍ଷ ୨ ଜୁନ୍‌ରେ ସାରା ବିଶ୍ୱରେ ‘ଅନ୍ତର୍ଜାତୀୟ ସେକ୍ସ ୱାର୍କର୍ସ ଡେ’ ପାଳନ କରାଯାଏ। ଏହି ଦିବସ କେବେ ଓ କାହିଁକି ପାଳନ ହେଲା, ଯୌନ କର୍ମୀମାନେ ଭେଟୁଥିବା ବିଭିନ୍ନ ଆହ୍ୱାନ ବିଷୟରେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
International Sex Workers Day 2023

Know why international sex workers day is celebrated

Advertisment

ଯୌନକର୍ମୀଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ସେକ୍ସ ୱାର୍କର୍ସ ଅଧିକାର ଦିବସ ବା ଅନ୍ତର୍ଜାତୀୟ ସେକ୍ସ ୱାର୍କର୍ସ ଡେ ପ୍ରତି ବର୍ଷ ୨ ଜୁନ୍‌ରେ ସାରା ବିଶ୍ୱରେ ପାଳନ କରାଯାଏ। ଏହା ଦ୍ୱାରା ସେମାନେ ମଧ୍ୟ ଅନ୍ୟ ଲୋକଙ୍କ ପରି ଏକ ସମ୍ମାନଜନକ ଜୀବନ ବିତାଇ ପାରିବେ।

Advertisment

ଇତିହାସ:

ଆନ୍ତର୍ଜାତୀୟ ସେକ୍ସ ୱାର୍କର୍ସ ଡେ ସମଗ୍ର ବିଶ୍ୱରେ ପାଳନ କରାଯିବାର କାରଣ ହେଉଛି ୧୯୭୦ ଦଶକରେ ଫ୍ରାନ୍ସ ପୋଲିସ କିଛି ଯୌନ କର୍ମୀଙ୍କୁ ଲୁଚିଛପି କାମ କରିବାକୁ ବାଧ୍ୟ କରିଥିଲା। ଏହା ପରେ ଯୌନ କର୍ମୀଙ୍କ ସୁରକ୍ଷା ହ୍ରାସ ପାଇଲା ଏବଂ ପୂର୍ବ ଅପେକ୍ଷା ସେମାନଙ୍କ ବିରୋଧରେ ଅଧିକ ହିଂସା ଦେଖାଥିଲା।

ସେମାନଙ୍କ ଉପରେ ଅମାନୁଷିକ କାର୍ଯ୍ୟ ନେଇ ୧୯୭୫ ମସିହା ଜୁନ୍ ୨ରେ ପ୍ରାୟ ଶହେ ଯୌନ କର୍ମୀ ଫ୍ରାନ୍ସର ଲିୟନରେ ଥିବା ସେଣ୍ଟ-ନିଜିଆର୍ ଚର୍ଚ୍ଚକୁ ଦଖଲ କରି ଧର୍ମଘଟ କରିଥିଲେ। ସେମାନେ କାମ କରିବା ନେଇ ଉନ୍ନତ କାର୍ଯ୍ୟ ପରିସ୍ଥିତି ଏବଂ ତାଙ୍କ ଉପରେ ଲାଗୁଥିବା କଳଙ୍କକୁ ଶେଷ କରିବାକୁ ସରକାରଙ୍କ ପାଖରେ ଦାବି କରିଥିଲେ।

Advertisment

ସେମାନଙ୍କ ଉପରେ ହେଉଥିବା ଶୋଷଣକୁ ନେଇ ସରକାରଙ୍କ ଉପରେ ଆକ୍ରୋଶ ପ୍ରକାଶ କରିବାକୁ ସେମାନେ ଏହି ପଦକ୍ଷେପ ନେଇଥିଲେ। କିନ୍ତୁ ସମାଜର ଖୋଲା ସମର୍ଥନ ଅଭାବରୁ ୧୦ ଜୁନ୍‌ରେ ପୋଲିସ୍ ଫୋର୍ସ ଦ୍ୱାରା ଚର୍ଚ୍ଚ ଉପରେ ଆକ୍ରମଣ ହୋଇଥିଲା ଏବଂ ଆକ୍ରମଣର ପ୍ରାୟ ଆଠ ଦିନ ପରେ ଯୌନକର୍ମୀଙ୍କୁ ଚର୍ଚ୍ଚରୁ ବାହାର କରି ଦିଆଯାଇଥିଲା।

ପୋଲିସର କିନ୍ତୁ ଏହି କାର୍ଯ୍ୟାନୁଷ୍ଠାନ ହେତୁ ଯୌନ କର୍ମୀଙ୍କ ଏହି ଅଭିଯାନ ଏକ ବଡ଼ ରୂପ ନେଇ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଥିଲା। ଯାହା ଫ୍ରାନ୍ସରୁ ଆରମ୍ଭ ହୋଇ ସମଗ୍ର ବିଶ୍ୱରେ ବ୍ୟାପିଗଲା। ଏହା ପରେ ଏହି ଦିନକୁ ଆନ୍ତର୍ଜାତୀୟ ସେକ୍ସ ୱାର୍କର୍ସ ଡେ ଭାବେ ପାଳନ କରିବା ଆରମ୍ଭ ହେଲା।

Advertisment

ଚଳିତ ବର୍ଷର ଥିମ୍:

ଚଳିତ ବର୍ଷ ଅନ୍ତର୍ଜାତୀୟ ସେକ୍ସ ୱାର୍କର୍ସ ଡେ’ର ଥିମ୍ ହେଉଛି “ନ୍ୟାୟ ପାଇଁ ପ୍ରବେଶ”। ଏହି ଥିମ୍ ପ୍ରତିବର୍ଷ ସ୍ଥିର ରହିଥାଏ। NSWP (ଗ୍ଲୋବାଲ୍ ନେଟୱାର୍କ ଅଫ୍ ସେକ୍ସ ୱାର୍କ ପ୍ରୋଜେକ୍ଟ) ଏହି ଦିବସର ଇଭେଣ୍ଟଗୁଡିକର ନେତୃତ୍ୱ ନେଇଥାଏ।

ଯୌନ କର୍ମୀ ସମ୍ମୁଖୀନ ହେଉଥିବା ଆହ୍ୱାନ:

  • ଯୌନ କର୍ମୀମାନେ ସେମାନଙ୍କର ବୃତ୍ତି ଯୋଗୁଁ ଅନେକ ସାମାଜିକ କଳଙ୍କ ଏବଂ ପକ୍ଷପାତର ସମ୍ମୁଖୀନ ହୁଅନ୍ତି।
  • ଅନେକ ଯୌନ କର୍ମୀଙ୍କୁ ଧମକ ଦିଆଯାଏ ଏବଂ ସେମାନଙ୍କୁ ଅସଦାଚରଣ କରାଯାଏ।
  • ଯୌନ କାର୍ଯ୍ୟ ସବୁଆଡେ ଅଛି ଏବଂ ଲକ୍ଷ ଲକ୍ଷ ଏହି ବୃତ୍ତିରେ ନିୟୋଜିତ ଅଛନ୍ତି, କିନ୍ତୁ ସେମାନଙ୍କ ପାଇଁ ସରକାରୀ ସ୍ୱୀକୃତି ନାହିଁ।
Sex Work
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ