Know name of some brave martyr who defeating Pakistan's conspiracy
ଅଧିକାଂଶ ଲୋକ ଜାଣିଥିବେ ଯେ ୧୯୯୯ରେ କାର୍ଗିଲ ଯୁଦ୍ଧ ବର୍ତ୍ତମାନର ଲଦାଖର କାର୍ଗିଲ ଜିଲ୍ଲାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିଲା। ଏହି ଯୁଦ୍ଧ ପ୍ରାୟ ଦୁଇମାସ ଧରି ଚାଲିଥିଲା ​​ଏବଂ ଶେଷରେ ଭାରତ ପାକିସ୍ତାନ ଉପରେ ବିଜୟ ହାସଲ କରିଥିଲା। କିନ୍ତୁ ଏହି ଯୁଦ୍ଧରେ ଭାରତର ଅନେକ ସୈନିକ ଭାରତମାତାକୁ ରକ୍ଷା କରିବା ନେଇ ନିଜକୁ ବଳିଦାନ ଦେଇ ଶହୀଦ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ କ୍ୟାପ୍ଟେ୍ନ ବିକ୍ରମ ବତ୍ରା , ଯାହାଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ସମ୍ମାନ ପରମବୀର ଚକ୍ରରେ ସମ୍ମାନୀତ କରାଯାଇଥିଲା।
ପ୍ରତିବର୍ଷ ୨୬ ଜୁଲାଇରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଏ। ଚଳିତ ବର୍ଷ ଏହାର ୨୪ ତମ ବାର୍ଷିକୀ ଭାବରେ ପାଳନ କରାଯିବ ଏବଂ ସେହି ବୀର ସହିଦମାନଙ୍କୁ ସ୍ମରଣ କରାଯିବ ଯେଉଁମାନେ ଦେଶକୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ତ୍ୟାଗ କରିଛନ୍ତି। ଆଜିକୁ ୨୪ ବର୍ଷ ପୂର୍ବେ ଭାରତର ବୀର ସୈନିକମାନେ କାର୍ଗିଲ ପାହାଡରେ ପାକିସ୍ତାନୀର ଷଡଯନ୍ତ୍ରକୁ ଧୂଳିସାତ କରି କାର୍ଗିଲର ଉଚ୍ଚ ଶିଖରରେ ତ୍ରିରଙ୍ଗା ପତାକା ଉଡାଇଥିଲେ। ଏହି ଦିନଟି ୨୬ ଜୁଲାଇ ୧୯୯୯ ଥିଲା।
କାର୍ଗିଲ ଯୁଦ୍ଧର ବୀର ଶହୀଦ:
କାର୍ଗିଲ ଯୁଦ୍ଧରେ ଜିତିବା ଏତେ ସହଜ ନଥିଲା, କାରଣ ପାକିସ୍ତାନୀ ସେନା ପୂରା ଶିଖରରେ ଥିଲା। ଏନେଇ ଭାରତୀୟ ସେନାକୁ ବହୁତ ବୁଝାମଣା ଏବଂ ସାହସର ସହିତ ସେମାନଙ୍କ ପାଖରେ ପହଞ୍ଚିବାକୁ ପଡ଼ିଥିଲା ଏବଂ ସେମାନଙ୍କୁ ପରାସ୍ତ କରିବାକୁ ପଡ଼ିଲା। ସେଥିପାଇଁ ଏହି ଯୁଦ୍ଧରେ ଅନେକ ବୀର ପୁତ୍ର ଭାରତ ମାତାକୁ ରକ୍ଷା କରିବା ନେଇ ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ। ଏପରିକୁ କିଛି ବୀର ଥିଲେ ଯେଉଁମାନେ ଏହି ଯୁଦ୍ଧକୁ ଜିତିବାର ଦାୟିତ୍ୱ ନେଇଥିଲେ ଏବଂ ସେମାନେ ନିଜ ଜୀବନ ଦେଇ ଏହି ଯୁଦ୍ଧକୁ ଜିତାଇଥିଲେ।
କାର୍ଗିଲ ଯୁଦ୍ଧର କିଛି ବୀରଙ୍କ ନାମ:
- କ୍ୟାପ୍ଟେନ୍ ବିକ୍ରମ ବତ୍ରା
- ସୌରଭ କାଲିଆ
- ଗ୍ରେନେଡିୟର୍ ବିଜେନ୍ଦର
- ନାୟକ ବ୍ରହ୍ମ ଦାସ
- ରାଇଫଲମ୍ୟାନ୍ ରାକେଶ କୁମାର
- ରାଇଫଲମ୍ୟାନ୍ ଅଶୋକ କୁମାର
- ନାୟକ ବୀର ସିଂହ
- ନାୟକ ଲଖବୀର ସିଂହ
- ରାଇଫଲମ୍ୟାନ ସନ୍ତୋଷ ସିଂହ
- ରାଇଫଲମ୍ୟାନ୍ ଜଗଜିତ୍ ସିଂହ
- ହାବିଲଦାର ସୁରେନ୍ଦ୍ର ସିଂହ
- ଗ୍ରେନେଡିୟର୍ ଯୋଗେନ୍ଦ୍ର ସିଂହ
- ରାଇଫଲମ୍ୟାନ୍ ଜଙ୍ଗ୍
- ଗ୍ରେନେଡିୟର୍ ସୁରଜିତ୍
- ନାୟକ ପଦ୍ମ ସିଂହ
- କର୍ଣ୍ଣେଲ ଖୁଶହାଲ ଠାକୁର
- ସଞ୍ଜୟ
- ଡୋଲା ରାମ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689954006.jpg)