Advertisment

କାହିଁକି ଜନ୍ମ ଜନ୍ମର ସାଥୀ ହେଲେ ଶିବ-ପାର୍ବତୀ ?

ଭଗବାନ ଓ ଶିବ ଏକ ଓ ଅଭିନ୍ନ। ଶ୍ରୀମନ୍ଦିରରେ ହରିହର ଉପାସନା ପଦ୍ଧତି ରହିଛି।

ଅଦ୍ୟତନ ହୋଇଛି
sitala sasthi Festival

sitala sasthi Festival

Advertisment

ଭଗବାନ୍ ସଦାଶିବ କଲ୍ୟାଣକାରୀ ମଙ୍ଗଳମୟ। ଜଗତକୁ ପାପ, ତପରୁ ଉଦ୍ଧାର କରିବା ପାଇଁ ତାଙ୍କର ଜନ୍ମ। ଭଗବାନ ତାଙ୍କର ଯାଏ ଭଗବାନ୍ ବିଷ୍ଣୁ, ଭଗବାନ୍ ଶଙ୍କର ଯିଏ ରୁଦ୍ର ସେ ଭଗବାନ୍, ଯ୍ଖଶ ଭଗବାନ ସିଏ ରୁୁୁଦ୍ର। ସମୁଦ୍ର ମନ୍ଥନରୁ ବାହାରିଥିବା ହଳାଦଳ ବିଷକୁ ସେ ପାନ କରି ନିରକଷ୍ଠ ସାଜିଛନ୍ତି। ଦେବତାମାନେ ଦୈତ୍ୟ ତାରାକାଶ୍ୱରର ଉତ୍ପାତରେ ଅତିଷ୍ଠ ହୋଇଉଠିଥିଲେ। ଦେବତା ମାନେ ଜାଣିଥିଲେ ସେ ଶିବଙ୍କର ଔରସରୁ ଜନ୍ମିତ ପୁତ୍ରହିଁ ତାରାକାଶରୁ ବିନାଶ କରିପାରିବ।ତେଣୁ ଦେବତାମାନେ ଶିବଙ୍କର ବିବାହ କରିବାରେ ବ୍ୟସ୍ତ ହୋଇ ପଡିଥିଲେ।

Advertisment

ଦକ୍ଷ ପ୍ରଜାପତିଙ୍କର ଯଜ୍ଞରେ ସତୀ। ସ୍ୱାମୀଙ୍କର ନିନ୍ଦା ସହି ନପାରି ଯଜ୍ଞ କୁଣ୍ଡରେ ଝାସ ଦେଇଥିଲେ। ଏଥିରେ ଶିବ କୁପିତ ହୋଇ ସେଠାରେ ପ୍ରଳୟ ସୃଷ୍ଟି କରିଥିଲେ। ସତୀଙ୍କ ଦେହକୁ ଧରି ବିଶ୍ୱଭ୍ରମଣ କରିଥିବା ଅନେକ ଗ୍ରନ୍ଥରେ ଲେଖାଅଛି । ପରବର୍ତ୍ତୀ କାଳରେ ସତୀ ପର୍ବତ ରାଜାଙ୍କର କନ୍ୟା ପାର୍ବତୀ ରୂପରେ ଜନ୍ମ ଗ୍ରହଣ କରିଥିବା ଦେବତା ମାନଙ୍କୁ ଜଣାଥିଲା। ସେଥିପାଇଁ ସମସ୍ତ ଦେବତା ମାନେ ଶିବଙ୍କର ପାର୍ବତୀଙ୍କ ସହିତ ବିବାହ ପାଇଁ ଉତ୍ସାହ ହୋଇ ଉଠିଥିଲେ । ଶେଷରେ ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଶିବ ପାର୍ବତୀଙ୍କର ବିବାହ ହୋଇଥିଲା।

ମଙ୍ଗଳମୟ ଶିବ ଓ ଶକ୍ତିର ପ୍ରତିକା ପାର୍ବତୀଙ୍କର ବିବାହ ଥିଲା ଦେବତାମାନଙ୍କର ଅଭିଳାଷା ଉଭୟଙ୍କର ମିଳନ ଧରା ପୃଷ୍ଠରେ ଆଣିଲା। ବିବାହ ପରେ ଦେବଦମ୍ପତି ଶୁକ୍ଲପକ୍ଷ ଷଷ୍ଠୀ ଦିନ ଶଶୁରାଳୟ ଛାଡି ସେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏହାହିଁ ଶୀତଳ ଷଷ୍ଠୀର ବାର୍ତ୍ତା।    

Advertisment

ଭଗବାନ ଓ ଶିବ ଏକ ଓ ଅଭିନ୍ନ। ଶ୍ରୀମନ୍ଦିରରେ ହରିହର ଉପାସନା ପଦ୍ଧତି ରହିଛି । ଶୈବ ପର୍ବପର୍ବାଣୀ, ଯାନିଯାତ୍ରା, ପାଳିତ ହେଉଛି। ଶୀତଳ ଷଷ୍ଠୀରେ ଶ୍ରୀକ୍ଷେତ୍ର ଧାମର ପ୍ରଧାନ ପଞ୍ଚ ମହାଦେବ। ୧. ଲୋକନାଥ  ୨.ମାର୍କେଣ୍ଡଶ୍ୱର  ୩. କପାଳମୋଚନ ୪. ନୀଳକଣ୍ଠ ୫. ଯମେଶ୍ୱର। ନବବିବାହିତ ବର କନ୍ୟାଙ୍କୁ ଶ୍ରୀ ଜଗନ୍ନାଥ ନିମନ୍ତ୍ରଣ କରି ସେମାନଙ୍କୁ ପଞ୍ଚ ଗ୍ରାସି କରାଇଥାନ୍ତି।

ଶିବ ଅତିଆର୍ଯ୍ୟ, ଶାବରୀୟ, ଦ୍ରାବିଡ, ଓ ଆର୍ଯ୍ୟମାନଙ୍କର ଦେବତା ହୋଇଥିବାରୁ ଭାରତର ବିଭିନ୍ନ ଅଞ୍ଚଳରୁ ଯଥାବିଧି ମହାସମାରୋହରେ ପାଳିତ ହୋଇଥାଏ । ସମ୍ବଲପୁରର ଶୀତଳ ଷଷ୍ଠୀ ପର୍ବ ଓଡିଶା ପ୍ରସିଦ୍ଧ ଏଠାକାର  ନନ୍ଦପଡା, ଛାଡୁଆପଡାର ଶୀତଳ ଷଷ୍ଠୀ ଖୁବ୍ ମନମୁଗଧକର ।  ଯାତ୍ରାର ଶୁଭାରମ୍ଭ ପତର ପେଣ୍ଡିରୁ  ହୋଇଥାଏ । ଗୁଆ, ଗୁଣ୍ଡି ନିମନ୍ତ୍ରଣ ଉତ୍ସାହ ପରେ ନୃସିଂହ ଦେବ ସମସ୍ତଙ୍କୁ ନିମନ୍ତ୍ରଣ ଜଣାନ୍ତି।

Advertisment

ନନ୍ଦି,ଭୃଙ୍ଗି,ଭୂତ ଓ ରିଦ୍ରମାନଙ୍କୁ ନେଇ ଏକ ପଟୁଆରରେ ଶିବ ବିବାହ କରିବାକୁଯାନ୍ତି। ବିବାହ ପରେ ଷଷ୍ଠୀ ଦିନ ଘରକୁ ଫେରନ୍ତି। ଏହି ଦିନ ଆନନ୍ଦ, ଉତ୍ସବ, ନାଚ, ଗୀତ, ବାଣ, ବାଜାରେ ସମ୍ବଲପୁର ସହର ମୁଖରିତ ହୋଇଥାଏ।

ପୁରୀର କେତେକ ଶାସନ ଓ ଗଞ୍ଜାମ କେତେକ ଜାଗାରେ ଶୀତଳ ଷଷ୍ଠୀର ଯାତ୍ରା ବିଭିନ୍ନ ରୀତିନୀତି ଧୂମଧାମରେ ପାଳିତ ହୋଇଥାଏ। ଏହା ଏକ ଅଲୌକିକ ଯାତ୍ରା। ଶିବ, ପାର୍ବତୀ ଏହି ସାଧାରଣ ମାନବ,ମାନବୀ ରୂପରେ ଧରାପୃଷ୍ଠରେ ଅବତ୍ତୀର୍ଣ୍ଣ ହୋଇଥାନ୍ତି । ଭକ୍ତମାନଙ୍କର ମନବାଞ୍ଛା ପୂର୍ଣ୍ଣ କରନ୍ତି। ଶୀତଳ ଷଷ୍ଠୀର ପବିତ୍ର ଦିବସରେ ଯେଉଁମାନେ ଶିବ ପାର୍ବତୀଙ୍କର ବିବାହ ଦର୍ଶନ କରନ୍ତି। ସେମାନେ ଶିବକୃପା ଲାଭ କରିଥାନ୍ତି।

(ଲେଖକ- ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Sitala Sasthi Festivity Grips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ