Advertisment

କାହିଁକି ହେଲେ ଲୌହ ମାନବ; କିଏ ଦେଲା ସର୍ଦ୍ଦାର ଉପାଧି

ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୭ ତମ ଜନ୍ମ ବାର୍ଷିକୀ। ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ତାଙ୍କୁ କିଏ ପ୍ରଥମେ ଲୌହ ମାନବ ଓ ସର୍ଦ୍ଦାର ଭାବେ ଡାକିଲେ।

ଅଦ୍ୟତନ ହୋଇଛି
Sardar Vallabhbhai Patel

Know 10 things about Sardar Vallabhbhai Patel

Advertisment

ସ୍ୱାଧୀନତା ପରେ ଦେଶକୁ ଏକ ଜାତୀୟ ସୂତ୍ରରେ ବାନ୍ଧି ରଖିଥିବା ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଜି ୧୪୭ ତମ ଜନ୍ମ ବାର୍ଷିକୀ। ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ପ୍ରଥମେ ୨୦୧୪ରେ ଜାତୀୟ ଏକତା ଦିବସ ପାଳନ କରାଯାଇଥିଲା। ସ୍ୱାଧୀନତା ପରେ ସର୍ଦ୍ଦାର ପଟେଲ ଦେଶର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ମଧ୍ୟ ଥିଲେ। ତେବେ ଆସନ୍ତୁ ଜାତୀୟ ଏକତା ଦିବସ ୨୦୨୨ ଅବସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନ ସହ ଜଡିତ କିଛି ଅଜଣା କଥା ବିଷୟରେ ଜାଣିନେବା।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ନେଇ ୧୦ ରୋଚକ କଥା:

  • ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୩୧ ଅକ୍ଟୋବର ୧୮୭୫ରେ ଗୁଜୁରାଟର ନାଡିୟାଦରେ ଜନ୍ମଗ୍ରହଣ କରିଥିଲେ। ଲଣ୍ଡନ ଯାଇ ସେ ବାରିଷ୍ଟର ଅଧ୍ୟୟନ କରିଥିଲେ ଏବଂ ସ୍ୱଦେଶ ଫେରି ଅହମ୍ମଦାବାଦରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ମହାତ୍ମା ଗାନ୍ଧିଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ।
  • ସ୍ୱାଧୀନତା ଆନ୍ଦୋଳନରେ ସର୍ଦ୍ଦାର ପଟେଲଙ୍କର ପ୍ରଥମ ଏବଂ ପ୍ରମୁଖ ଅବଦାନ ୧୯୧୮ ମସିହାରେ ଖେଡା ସଂଗ୍ରାମରେ ହୋଇଥିଲା। ସେ ୧୯୨୮ ମସିହାରେ ବାର୍ଡୋଲି ସତ୍ୟାଗ୍ରହରେ କୃଷକ ଆନ୍ଦୋଳନର ସଫଳତାର ସହିତ ନେତୃତ୍ୱ ନେଇଥିଲେ।
  • ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ଥିଲେ।
  • ସ୍ୱାଧୀନତା ହାସଲ କରିବା ପରେ ଗଡଜାତ ରାଜ୍ୟଗୁଡ଼ିକୁ ଏକତ୍ର କରି ଏକ ମିଳିତ ଭାରତ ଗଠନରେ ତାଙ୍କର ଅବଦାନ ଭୁଲି ହେବ ନାହିଁ। ସେ ୫୬୨ଟି ଛୋଟବଡ ଗଡଜାତ ରାଜ୍ୟଗୁଡ଼ିକୁ ଭାରତୀୟ ୟୁନିଅନରେ ମିଶ୍ରଣ କରି ଭାରତୀୟ ଏକତା ସୃଷ୍ଟି କରିଥିଲେ।
  • ମହାତ୍ମା ଗାନ୍ଧି ସର୍ଦ୍ଦାର ପଟେଲଙ୍କୁ ଲୌହ ମାନବର ଆଖ୍ୟା ଦେଇଥିଲେ।
  • ଗୁଜୁରାଟର ନର୍ମଦା ସ୍ଥିତ ସର୍ଦ୍ଦାର ସରୋବର ଡ୍ୟାମ ସମ୍ମୁଖରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟର (୫୯୭ ଫୁଟ) ଉଚ୍ଚତାର (ଷ୍ଟାଚ୍ୟୁ ଅଫ୍ ୟୁନିଟି) ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ଏହା ହେଉଛି ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି। ଏହା ୩୧ ଅକ୍ଟୋବର ୨୦୧୮ରେ ଦେଶ ପାଇଁ ଉତ୍ସର୍ଗ କରାଯାଇଥିଲା। ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଉଚ୍ଚତା ମାତ୍ର ୯୩ ମିଟର।
  • ସର୍ଦ୍ଦାର ପଟେଲଙ୍କ ଲକ୍ଷ୍ୟ ଥିଲା ଯେ ଦେଶକୁ ଏକଜୁଟ ରଖିବାରେ ଭାରତୀୟ ପ୍ରଶାସନିକ ସେବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତେଣୁ ସେ ଭାରତୀୟ ପ୍ରଶାସନିକ ସେବାକୁ ମଜଭୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ନାଗରିକ ସେବାକୁ ଏକ ଇସ୍ପାତ ଫ୍ରେମ୍ ବୋଲି କହୁଥିଲେ।
  • ବାର୍ଡୋଲି ସତ୍ୟାଗ୍ରହ ଆନ୍ଦୋଳନର ସଫଳତା ପରେ ସେଠାରେ ଥିବା ମହିଳାମାନେ ପଟେଲଙ୍କୁ 'ସର୍ଦ୍ଦାର' ଆଖ୍ୟା ଦେଇଥିଲେ।
  • ଯେ କୌଣସି ଦେଶର ଆଧାର ଏହାର ଏକତା ଏବଂ ଅଖଣ୍ଡତା ଉପରେ ଥାଏ ଏବଂ ସର୍ଦ୍ଦାର ପଟେଲ ଦେଶର ଏକତାର ସ୍ଥାପତ୍ୟ ଥିଲେ। ସେଥିପାଇଁ ତାଙ୍କର ଜନ୍ମଦିନକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ।
  • ସର୍ଦ୍ଦାର ପଟେଲ ୧୫ ଡିସେମ୍ବର ୧୯୫୦ରେ ମୁମ୍ବାଇରେ ମୃତ୍ୟୁବରଣ କରିଥିଲେ। ୧୯୯୧ରେ ସର୍ଦ୍ଦାର ପଟେଲଙ୍କୁ 'ଭାରତ ରତ୍ନ' ପ୍ରଦାନ କରାଯାଇଥିଲା।
Advertisment
Sardar Vallabhbhai Patel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ