Advertisment

ଜାଣନ୍ତୁ ଜଳକ୍ରିଡା ଏକାଦଶୀର ମହତ୍ତ୍ୱ

ଜଳକ୍ରିଡା ଏକାଦଶୀ ବ୍ରତ ପାଳନକାରୀ ବ୍ୟକ୍ତି ଜଗତରେ ପ୍ରସିଦ୍ଧି ଲାଭ କରେ । କେବଳ ଏତିକି ନୁହେଁ ଏହି ବ୍ରତ ପାଳନକାରୀଙ୍କୁ...

ଅଦ୍ୟତନ ହୋଇଛି
Jala Krida Ekadasi

Jala Krida Ekadasi

Advertisment

ହିନ୍ଦୁ ଧର୍ମରେ ଅନେକ ପୂଜାପର୍ବ ପାଳନ କରାଯାଏ । ଏଥିମଧ୍ୟରେ ଜଳକ୍ରିଡା ଏକାଦଶୀ ଅନ୍ୟତମ । କୁହାଯାଇଥାଏ ଜଳକ୍ରିଡା ଏକାଦଶୀ ବ୍ରତ ପାଳନ କରି ଶ୍ରଦ୍ଧାଳୁ ପାପରୁ ମୁକ୍ତି ପାଇଥାନ୍ତି । ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଏକାଦଶୀକୁ ବହୁ ପ୍ୱର୍ଣ୍ଣପ୍ରଦାୟିନୀ ମହାପାତକ ବିନାସିନୀ ଓ ପୁତ୍ରଦାତ୍ରୀ ଏକାଦଶୀ ବୋଲି କୁହାଯାଏ । ଏହି ଏକାଦଶୀ ଅପେରା ବା ଜଳକ୍ରିଡା ନାମରେ ଖ୍ୟାତ । ଏହି ବ୍ରତ ପାଳନକାରୀ ବ୍ୟକ୍ତି ଜଗତରେ ପ୍ରସିଦ୍ଧି ଲାଭ କରେ । ଯେତେ ପାପ କରିଥିଲେ ମଧ୍ୟ ଏହି ଏକାଦଶୀ ପାଳନ କରିଲେ ସେଥିରୁ ମୁକ୍ତି ମିଳିଥାଏ ବୋଲି ଶାସ୍ତ୍ରିୟ ମତ ରହିଛି ।

Advertisment

ଏହି ଏକାଦଶୀ ପାଳନ ଫଳରେ ତିନି ପୁଷ୍କର ସ୍ନାନ, କାର୍ତ୍ତିକ ସ୍ନାନ ଏବଂ ଗଙ୍ଗା ସ୍ନାନ ଇତ୍ୟାଦିର ପୁଣ୍ୟଫଳ ମିଳିଥାଏ । ହାତୀ, ଘୋଡ଼ା ତଥା ଯଜ୍ଞରେ ସ୍ୱର୍ଣ୍ଣଦାନ କଲେ ଯେଉଁ ଫଳ ମିଳେ, ତାହାମଧ୍ୟ ଏହି ଏକାଦଶୀ ପାଳନରେ ମିଳିଥାଏ । ଏହି ଏକାଦଶୀ ପାଳନ ଫଳରେ ଭୂମି, ସ୍ୱର୍ଣ୍ଣ, ଗୋ ବା କନ୍ୟାଦାନ ପୁଣ୍ୟର ଆବଶ୍ୟକତା ନଥାଏ । ପାପରୂପୀ ବୃକ୍ଷ ଛେଦନ ପାଇଁ ଏହା ଏକ କୁରାଢ଼ି ସ୍ୱରୂପ ଅଥବା ସିଂହକୁ ଦେଖି ମୃଗ ପଳାଇବା ପରି, ଏହି ଏକାଦଶୀ ଯିଏ ପାଳନ କରେ ତାକୁ ପାପ ସ୍ପର୍ଶ କରେନାହିଁ ଅର୍ଥାତ୍‌ ତାଠାରୁ ଦୂରେଇ ଯାଏ ।

କଣ ପାଇଁ ଏହି ବ୍ରତ ପାଳନ କରନ୍ତି

ଏହି ଏକାଦଶୀ ବ୍ରତ ପାଳନ ଫଳରେ ବ୍ରତୀ ଅପାର ସଂସାର ସମୂହକୁ ସହଜରେ ପାରି ହୋଇଥାଏ । ଯେତେ ମହାପାପ ଯଥା କ୍ଷତ୍ରୀୟମାନେ ଯୁଦ୍ଧକ୍ଷେତ୍ରରୁ ପୃଷ୍ଠଭଙ୍ଗ ଦେବା, ମାତା, ପିତା ତଥା ଗୁରୁଜନଙ୍କ ନିନ୍ଦା କରିବା, ବ୍ରହ୍ମହତ୍ୟା କରିବା, ଗୋହତ୍ୟା କରିବା, ପରସ୍ତ୍ରୀକୁ ହରଣ କରିବା, ମିଥ୍ୟା କହିବା ମିଥ୍ୟା ବେଦ ପଢ଼ିବା, ମିଥ୍ୟା ଶାସ୍ତ୍ର ଲେଖିବା ଏବଂ ମିଥ୍ୟା ବିଦ୍ୟା ଇତ୍ୟାଦି ଅଭ୍ୟାସ କରିବା ଜନିତ ଯେତେ ଅପରାଧ ଓ ପାପ ଯେଉଁଥିରେ ନର୍କଦଶା ହେବା କଥା, ଏହି ଏକାଦଶୀ ପାଳନରେ ତାହା ନାଶ ହୋଇ ବ୍ରତୀକୁ ବୈକୁଣ୍ଠାସନ ମିଳେ ।

Advertisment

କେମିତି ମିଳିବ ପାପରୁ ମୁକ୍ତି

ଅପରା ଏକାଦଶୀରେ ଉପବାସ ପୂର୍ବକ ବିଷ୍ଣୁଙ୍କର ପୂଜା କଲେ ସର୍ବପାପ ବିର୍ନିମୁକ୍ତ ହୋଇ ବ୍ୟକ୍ତି ବିଷ୍ଣୁ ଲୋକକୁ ଗତି କରିଥାଏ । ଏହି ବ୍ରତ ପାଠ ବା ଶୁଣିଲେ ଗୋସହସ୍ର ଦାନର ତୂଲ୍ୟ ଫଳ ଲାଭ ହୋଇଥାଏ । ଏହି ଏକାଦଶୀରେ ଶ୍ରୀ ମନ୍ଦିର ପୂର୍ବରୁ ପ୍ରସ୍ତୁତ ଥିବା ଜଳ କ୍ରୀଡା କୁଣ୍ଡରେ ସୁବାସିତ ଜଳ ପୂର୍ଣ୍ଣ ହୋଇଥାଏ । ଦେବାଦେବୀ ମାନଙ୍କର ପ୍ରତିମା ପାଲିଙ୍କିରେ ଓଲ୍ଲାଇ ଉକ୍ତ ଜଳ କୁଣ୍ଡରେ ବିଜେ କରିଥାନ୍ତି । ତେଣୁ ଏହି ଏକାଦଶୀକୁ ଜଳ କ୍ରୀଡା ଏକାଦଶୀ ମଧ୍ୟ କୁହାଯାଏ । ମକର ରାଶିରେ ରବିଯୁକ୍ତ ମାଘ ମାସରେ ପ୍ରୟାଗ ସ୍ନାନରେ ମନୁଷ୍ୟର ଯେଉଁ ଫଳ ଲାଭ ହୁଏ, ଶିବ ରାତ୍ରରେ କାଶି ଧାମରେ ଉପବାସରେ ଯେଉଁ ପୂର୍ଣ୍ଣ ହୁଏ, ଗୟା ଧାମରେ ବିଷ୍ଣୁଙ୍କ ପାଦ ପଦ୍ମରେ ପିଣ୍ଡ ଦାନରେ ପିତୃ ମାନଙ୍କର ଯେଉଁ ତୃପ୍ତି ବିଧାନ ହୁଏ , କୁରୁ କ୍ଷେତ୍ରରେ ସୂର୍ଯ୍ୟପରାଗ ସମୟରେ ସ୍ନାନ କରିଲେ ଯେଉଁ ଫଳ ମିଳେ ଏହି ବ୍ରତ ପାଳନ କରିଲେ ସେହି ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ ।

Jala Krida Ekadasi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ