ପ୍ରତିବର୍ଷ ୨୬ ଜୁଲାଇରେ ଭାରତରେ ‘କାର୍ଗିଲ ବିଜୟ ଦିବସ’ ପାଳନ କରାଯାଏ। କାର୍ଗିଲ ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀରମାନଙ୍କ ସମ୍ମାନାର୍ଥେ ଏହି ଦିନ ପାଳନ କରାଯାଏ। ଏହି ଯୁଦ୍ଧ ମେ’ ରୁ ଜୁଲାଇ ୧୯୯୯ ପର୍ଯ୍ୟନ୍ତ ଚାଲିଥିଲା।| ଏହି ଦିନଟି 'ଅପରେସନ୍ ବିଜୟ'ର ସଫଳତାର ମଧ୍ୟ ପ୍ରତୀକ, ଯାହା ୧୯୯୯ରେ କାର୍ଗିଲ ଦ୍ରାସ୍ ଅଞ୍ଚଳରେ ପାକିସ୍ତାନୀ ଆକ୍ରମଣକାରୀଙ୍କ ଦ୍ୱାରା କବ୍ଜା ହୋଇଥିବା ଅଞ୍ଚଳ ପୁନରୁଦ୍ଧାର ପାଇଁ ଆରମ୍ଭ କରାଯାଇଥିଲା।
ଆମେ ସମସ୍ତେ ଜାଣୁ ଯେ ସମଗ୍ର ଦେଶ ଶାନ୍ତିରେ ଶୋଇବା ପାଇଁ କାର୍ଗିଲ ଯୁଦ୍ଧ ସମୟରେ ସେନାର ବୀରମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନଙ୍କର ସାହସ ଏବଂ ବୀରତ୍ୱର କାହାଣୀ ଜୀବନଠାରୁ ବି ବଡ଼। ତେବେ ଆସନ୍ତୁ ଏମିତି ୫ ଜଣ ବୀରଙ୍କ ବିଷୟରେ ଜାଣିବା ଯିଏ ଦେଶ ପାଇଁ ନିଜକୁ ବଳିଦାନ ଦେଇଛନ୍ତି।
ଅଧିକ ପଢନ୍ତୁ : କାର୍ଗିଲ ଯୁଦ୍ଧ କଣ ? କେବେ ହୋଇଥିଲା ଓ କେତେଦିନ ଧରି ଚାଲିଥିଲା, ଜାଣନ୍ତୁ...
Also Read
ଏମାନଙ୍କ କାହାଣୀ ଜାଣିବା ପରେ ଆଖି ଲୁହରେ ଭିଜିଯିବ ସତ କିନ୍ତୁ ଆମ ଛାତି ଗର୍ବରେ ଫୁଲିଉଠିବ।
କ୍ୟାପ୍ଟେନ ବିକ୍ରମ ବତ୍ରା: କ୍ୟାପ୍ଟେନ ବିକ୍ରମ ବତ୍ରା
କ୍ୟାପ୍ଟେନ ବିକ୍ରମ ୯ ସେପ୍ଟେମ୍ବର ୧୯୭୪ରେ ହିମାଚଳ ପ୍ରଦେଶର ପାଲମପୁରରେ ଗିରିଧାରୀ ଲାଲ ବତ୍ରା (ପିତା) ଏବଂ କମଲ କାନ୍ତା (ମାତା)ଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା’ ଜଣେ ସ୍କୁଲ ଶିକ୍ଷକ ଏବଂ ବାପା ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ।
ଅଧିକ ପଢନ୍ତୁ : ଦେଶମାତୃକାର ସୁରକ୍ଷା ପାଇଁ ଶ୍ରେଷ୍ଠ ବଳିଦାନ; କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଅନେକ ଓଡ଼ିଆ ପୁଅ...
ସେ ଜୁନ୍ ୧୯୯୬ରେ ମାନେକା ବାଟାଲିୟନରେ IMA ରେ ଯୋଗ ଦେଇଥିଲେ। ୧୯ ମାସର ତାଲିମ ସମାପ୍ତ କରିବା ପରେ, ସେ ୬ ଡିସେମ୍ବର ୧୯୯୭ରେ IMA ରୁ ସ୍ନାତକ ହାସଲ କରିଥିଲେ। ସେ ଜାମ୍ମୁ କାଶ୍ମୀର ରାଇଫଲ୍ସର ୧୩ତମ ବାଟାଲିୟନରେ ଲେଫ୍ଟନାଣ୍ଟ ଭାବରେ ନିଯୁକ୍ତ ହୋଇଥିଲେ।
ସେ କାର୍ଗିଲ ଯୁଦ୍ଧର ହିରୋ ଭାବରେ ଜଣାଶୁଣା। ଯୁଦ୍ଧରେ ତାଙ୍କର ଜଣେ ସାଥୀଙ୍କୁ ଗୁଳି ଲାଗିଥିଲା। ତାଙ୍କୁ ବଞ୍ଚାଇବା ପାଇଁ ସେ ଶତ୍ରୁମାନକୁ ନିପାତ କରୁ କରୁ ଶହୀଦ ହୋଇଯାଇଥିଲେ।
ଗ୍ରେନେଡିୟର୍ ଯୋଗେନ୍ଦ୍ର ସିଂହ ଯାଦବ: ଗ୍ରେନେଡିୟର୍ ଯୋଗେନ୍ଦ୍ର ସିଂହ ଯାଦବ
ଯୋଗେନ୍ଦ୍ର ସିଂହ ୧୦ ମେ ୧୯୮୦ରେ ଉତ୍ତରପ୍ରଦେଶର ବୁଲନ୍ଦଶହର ସିକନ୍ଦରାବାଦରେ କରଣ ସିଂହ ଯାଦବ (ବାପା) ଏବଂ ସନ୍ତରା ଦେବୀ (ମାତା)ଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ। ସେ ପରମବୀର ଚକ୍ର ପୁରସ୍କାର ପାଇଥିବା ସର୍ବକନିଷ୍ଠ ବ୍ୟକ୍ତି ଥିଲେ। ଅଗଷ୍ଟ ୧୯୯୯ରେ ତାଙ୍କୁ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ତାଙ୍କ ବାଟାଲିୟନ ୧୨ ଜୁନ୍ ୧୯୯୯ରେ ତୋଲୋଲିଙ୍ଗ୍ ଟପ୍ କବ୍ଜା କରିଥିଲା ଏବଂ ଏହି ପ୍ରକ୍ରିୟାରେ ୨ ଅଧିକାରୀ, ୨ ଜୁନିଅର କମିଶନ ଅଫିସର ଏବଂ ୨୧ ସୈନିକ ସେମାନଙ୍କ ଜୀବନକୁ ବଳିଦାନ ଦେଇଥିଲେ।
ଯାଦବ ଯୁଦ୍ଧ ଜାରି ରଖିଥିଲେ ଏବଂ ସହକର୍ମୀ ସୈନିକମାନଙ୍କ ସାହାଯ୍ୟରେ ଦ୍ୱିତୀୟ ବଙ୍କରକୁ ନଷ୍ଟ କରିଦେଇଥିଲେ ଏବଂ କିଛି ପାକିସ୍ତାନୀ ସୈନିକଙ୍କୁ ନିହତ କରିଥିଲେ। ଏହିପରି, ସେ କାର୍ଗିଲ ଯୁଦ୍ଧର ଏକ କଠିନ ମିଶନ ସମାପ୍ତ କରିଥିଲେ।
କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ: କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ
ମନୋଜ କୁମାର ପାଣ୍ଡେ ୨୫ ଜୁନ୍ ୧୯୭୫ରେ ଉତ୍ତରପ୍ରଦେଶର ସୀତାପୁରର ରୁଧା ଗ୍ରାମରେ ଶ୍ରୀ ଗୋପୀ ଚାନ୍ଦ ପାଣ୍ଡେ (ବାପା) ଏବଂ ମୋହିନୀ ପାଣ୍ଡେ (ମା)ଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ। ସେ ୧/୧୧ ଗୋର୍ଖା ରାଇଫଲ୍ସର ଜଣେ ସୈନିକ ଥିଲେ। ତାଙ୍କ ବାପାଙ୍କ ଅନୁଯାୟୀ, ସେ ସର୍ବୋଚ୍ଚ ବୀର ପୁରସ୍କାର ପରମବୀର ଚକ୍ର ଗ୍ରହଣ କରିବାର ଏକମାତ୍ର ଲକ୍ଷ୍ୟ ନେଇ ଭାରତୀୟ ସେନାରେ ଯୋଗ ଦେଇଥିଲେ। ତାଙ୍କୁ ମଧ୍ୟ ପରମବୀର ଚକ୍ରରେ ସମ୍ମାନୀତ କରାଯାଇଥିଲା।
ଲେଫ୍ଟନାଣ୍ଟ ବଲବାନ୍ ସିଂହ:
ବଲବାନ୍ ସିଂହ ଅକ୍ଟୋବର ୧୯୭୩ରେ ଭାରତର ହରିୟାଣାର ରୋହତକ ଜିଲ୍ଲାର ସସ୍ରୌଲିରେ ଜନ୍ମଗ୍ରହଣ କରିଥିଲେ। ୩ ଜୁଲାଇ ୧୯୯୯ରେ ଲେଫ୍ଟନାଣ୍ଟ ବଲବାନ ସିଂହଙ୍କୁ ଉତ୍ତର-ପୂର୍ବ ଦିଗରୁ ଟାଇଗର ହିଲ୍ ଟପ୍ ଉପରେ ଆକ୍ରମଣ କରିବାର ଦାୟିତ୍ୱ ଦିଆଯାଇଥିଲା। ଏହି ମାର୍ଗ ୧୬୫୦୦ ଫୁଟ ଉଚ୍ଚରେ ଅବସ୍ଥିତ ଥିଲା ଯାହା ବରଫରେ ଆଚ୍ଛାଦିତ ଥିଲା ଏବଂ ମଝିରେ ମଝିରେ ଖାଲଖମା ମଧ୍ୟ ଥିଲା।
ମାତ୍ର ତିନି ମାସର ସେବା ପରେ,ବଲ୍ବାନ ନିଷ୍ଠାର ସହିତ କାମ ଆରମ୍ଭ କରିଥିଲେ। ସେ ଦଳର ନେତୃତ୍ୱ ନେଇଥିଲେ ଏବଂ ଅତି କଠିନ ଓ ବିପଦପୂର୍ଣ୍ଣ ମାର୍ଗ ଦେଇ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବର୍ଷଣ ଭିତରେ ସେ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିଥିଲେ
ମେଜର ରାଜେଶ ସିଂହ ଅଧିକାରୀ: ମେଜର ରାଜେଶ ସିଂହ ଅଧିକାରୀ
ରାଜେଶ ସିଂହ ଡିସେମ୍ବର ୧୯୭୦ ରେ ଉତ୍ତରପ୍ରଦେଶର ନୈନିତାଲରେ (ବର୍ତ୍ତମାନ ଉତ୍ତରାଖଣ୍ଡ) କେ. ଏସ୍. ଅଧିକାରୀ (ବାପା) ଏବଂ ମାଳତୀ ଅଧିକାରୀ (ମା)ଙ୍କ ଔରସରୁ ଜନ୍ମ ନେଇଥିଲେ । ୩୦ ମେ ୧୯୯୯ରେ ଟୋଲୋଲୋଙ୍ଗ କ୍ୟାପ୍ଚର୍ କରିବାକୁ ସେ ଦାୟିତ୍ୱ ନେଇଥିଲେ। ଏଠାରେ ଶତ୍ରୁମାନେ ଏକ ଦୃଢ ସ୍ଥିତି ଜାରି ରଖିଥିଲେ। ଏହା ପ୍ରାୟ ୧୫,୦୦୦ ଫୁଟ ଉଚ୍ଚରେ, ବରଫ ଦ୍ୱାରା ଆଚ୍ଛାଦିତ ଏକ ବିପଜ୍ଜନକ ପାର୍ବତ୍ୟ ଅଞ୍ଚଳ ଥିଲା।
ସେ ତାଙ୍କର ଲକ୍ଷ୍ୟ ପୂରଣ କରିବା ପାଇଁ ତାଙ୍କ ନେତୃତ୍ୱରେ ଟିମ୍କୁ ଆଗେଇ ନେଇଥିଲେ। ୟୁନିଭର୍ସାଲ ମେସିନ୍ ଗନ୍ ସହିତ ସେ ଶତ୍ରୁମାନଙ୍କୁ ସେଠାରୁ ହଟେଇ ଦେଇଥିଲେ। ତାଙ୍କ ବୀରତ୍ୱ ଆଗରେ ଶତ୍ରୁପକ୍ଷ ମୁଣ୍ଡ ନୁଆଁଇ ପଛଘୁଞ୍ଚା ଦେଇଥିଲେ ମଧ୍ୟ ସେ ଆଉ ଘରକୁ ଫେରି ପାରିନଥିଲେ। ଶତ୍ରୁପକ୍ଷର ଗୁଳିରେ ସେ ସହିଦ ହୋଇଥିଲେ।