Human Rights Day 2024: ୧୦ଟି ମାନବାଧିକାର ଯାହାକୁ ସମସ୍ତେ ଉପଭୋଗ କରିବା ଉଚିତ

୧୦ ଡିସେମ୍ବରରେ ମାନବାଧିକାର ଦିବସ ପାଳନ ହୋଇଥାଏ। ପ୍ରତିବର୍ଷ ଏହି ଦିବସ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ପାଳିତ ହୁଏ। ଚଳିତ ବର୍ଷର ଥିମ ହେଉଛି “ଆମ ଅଧିକାର, ଆମ ଭବିଷ୍ୟତ”।

୧୦ଟି ମାନବାଧିକାର ଯାହାକୁ ସମସ୍ତେ ଉପଭୋଗ କରିବା ଉଚିତ

ପ୍ରତ୍ୟେକ ବ୍ୟକ୍ତିର ଜୀବନ, ​​ସ୍ୱାଧୀନତା, ସମାନତା ଏବଂ ସମ୍ମାନର ଅଧିକାର ମାନବାଧିକାର ଅଧୀନରେ ଆସେ, କିନ୍ତୁ ଅଧିକାଂଶ ଲୋକ ଏହି ଅଧିକାର ବିଷୟରେ ଭଲ ଭାବରେ ଜାଣନ୍ତି ନାହିଁ। ସେମାନଙ୍କୁ ଏହି ଅଧିକାର ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୧୦ ଡିସେମ୍ବରରେ ମାନବାଧିକାର ଦିବସ ପାଳନ ହୋଇଥାଏ।

ଦ୍ୱିତୀୟ ବିଶ୍ୱଯୁଦ୍ଧର ଅତ୍ୟାଚାର ପରେ ଏହାର ମହତ୍ତ୍ୱକୁ ବିଶ୍ୱ ବୁଝିଥିଲା। ଫଳରେ ମିଳିତ ଜାତିସଂଘର ସାଧାରଣ ସଭା ୧୯୪୮ ମସିହାରେ ମାନବାଧିକାରର ସାର୍ବଭୌମକୁ ଆପଣାଇଥିଲା।

ମାନବାଧିକାର ଦିବସ ଆନୁଷ୍ଠାନିକ ଭାବରେ ୧୯୫୦ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ସାଧାରଣ ସଭା ୪୨୩ (V) ପ୍ରସ୍ତାବ ପାରିତ କରି ସମସ୍ତ ରାଜ୍ୟ ତଥା ଆଗ୍ରହୀ ସଂଗଠନକୁ ପ୍ରତିବର୍ଷ ୧୦ ଡିସେମ୍ବରକୁ ‘ମାନବାଧିକାର ଦିବସ’ ଭାବରେ ଗ୍ରହଣ କରିବାକୁ ଆମନ୍ତ୍ରଣ କରାଯାଇଥିଲା।

ମାନବାଧିକାର ଦିବସ ଆନୁଷ୍ଠାନିକ ଭାବରେ ୧୯୫୦ ମସିହାରେ ଆରମ୍ଭ ହୋଇଥିଲା

ବର୍ତ୍ତମାନରେ ମହତ୍ତ୍ୱ:

ଆଜି ବି ଦାରିଦ୍ର୍ୟ ବିଶ୍ୱର ସବୁଠାରୁ ବଡ ମାନବିକ ଅଧିକାର ଚ୍ୟାଲେଞ୍ଜ୍‌ ହୋଇ ରହିଛି। ଏହାକୁ ଏକ ମାନବିକ ଅଧିକାରର ଦାୟିତ୍ୱ ଭାବରେ ଦେଖିବା ଏବଂ ଏହାକୁ ଲୋପ କରିବା ଆବଶ୍ୟକ। ୨୦୦୬ ମସିହାରେ ଜାତିସଂଘର ମାନବାଧିକାର କମିଶନର ଲୁଇସ୍ ଆର୍ବର୍ କହିଥିଲେ: “ଦାରିଦ୍ର୍ୟ ଦୂରୀକରଣ ଏକ ହାସଲ ଯୋଗ୍ୟ ଲକ୍ଷ୍ୟ।”

୨୦୦୮ ରେ ସାର୍ବଭୌମିକ ଘୋଷଣାର ୬୦ ତମ ବାର୍ଷିକୀ ପାଳନ ଅବସରରେ ସାଧାରଣ ସମ୍ପାଦକ ଲୋକମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ସଚେତନ କରିବା ପାଇଁ ଏକ ବର୍ଷ ଧରି ଅଭିଯାନ ଆରମ୍ଭ କରିଥିଲେ।

ଚଳିତ ବର୍ଷର ଥିମ୍:

ପ୍ରତିବର୍ଷ ଏହି ଦିବସ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ପାଳିତ ହୁଏ। ଚଳିତ ବର୍ଷର ଥିମ ହେଉଛି “ଆମ ଅଧିକାର, ଆମ ଭବିଷ୍ୟତ”।

ଭାରତରେ ମାନବାଧିକାର ଆଇନ:

୧୨ ଅକ୍ଟୋବର ୧୯୯୩ରେ ଭାରତ ସରକାର ଜାତୀୟ ମାନବ ଅଧିକାର ଆୟୋଗ ଗଠନ କରିଥିଲେ ଏବଂ ଏହି ଆଇନ ୨୮ ସେପ୍ଟେମ୍ବର ୧୯୯୩ ରୁ ଲାଗୁ ହୋଇଥିଲା। ନାଗରିକ ତଥା ରାଜନୈତିକ ଅଧିକାର ସହିତ ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତିକ ଅଧିକାର ମଧ୍ୟ ଆୟୋଗ ଅଧୀନରେ ଆସେ।

“ଆମ ଅଧିକାର, ଆମ ଭବିଷ୍ୟତ”

ପୃଷ୍ଠଭୂମି:

ମିଳିତ ଜାତିସଂଘ ଦ୍ୱାରା ୧୯୪୮ ମସିହାରେ ମାନବିକ ଅଧିକାରର ସାର୍ବଭୌମ ଘୋଷଣାକୁ ଗ୍ରହଣ କରାଯିବା ଦିନଠାରୁ ‘ମାନବାଧିକାର ଦିବସ’ ପାଳନ କରାଯାଉଛି। ପ୍ରଥମ ଥର ପାଇଁ ୪୮ଟି ଦେଶ ମିଳିତ ଜାତିସଂଘ ସାଧାରଣ ସଭା ସହିତ ଏହି ଦିନକୁ ପାଳନ କରିଥିଲେ। ୧୯୫୦ରେ ସାଧାରଣ ସଭା ଦ୍ୱାରା ୪୨୩ (v) ପ୍ରସ୍ତାବ ପାରିତ ହେବା ପରେ ସମସ୍ତ ଦେଶ ଏବଂ ସଂଗଠନ ଏହାକୁ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା। UNGA ଡିସେମ୍ବର ୧୯୯୩ ରେ ଏହାକୁ ପ୍ରତିବର୍ଷ ପାଳନ କରିବାକୁ ଘୋଷଣା କରିଥିଲା।

ମାନବାଧିକାରର ଉଲ୍ଲଂଘନ ହେଲେ କ’ଣ କରିବେ:

ନିୟମ ଅନୁଯାୟୀ, ଅନ୍ୟର ଅଧିକାର ଛଡ଼ାଇ ନେବା କାହାର ଅଧିକାର ନାହିଁ ଏବଂ ଏହି ନିୟମକୁ ଉଲ୍ଲଂଘନ କରିବା ମାନବିକ ଅଧିକାରର ଉଲ୍ଲଂଘନ ଅଟେ।

ମାନବାଧିକାରକୁ ନେଇ ସରକାର କିମ୍ବା ରାଜ୍ୟ ଅଧିକାରୀଙ୍କ ପାଖରେ ଦାବି କରାଯାଇ ପାରିବ। ମାନବିକ ଅଧିକାର ଆପଣଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇଥାଏ। ଯଦି ଏଥିରେ ଆଞ୍ଚ ଆସେ ତେବେ ଆପଣ ରାଜ୍ୟ ସରକାର କିମ୍ବା ସେମାନଙ୍କ ପ୍ରତିନିଧୀଙ୍କ ପାଖରେ ଦାବି କରି ପାରିବେ।

୧୦ଟି ମାନବ ଅଧିକାର: