Advertisment

Prathamastami 2023: ହଳଦିପତର ଆଉ ଛେନା ପୁର ଏଣ୍ଡୁରିର ମହକରେ ପୂରି ଉଠୁଛି ଘର

ଆଜି ଓଡ଼ିଶାର ଅନନ୍ୟ ପର୍ବ ପ୍ରଥମାଷ୍ଟମୀ। ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ। ନୂଆ ପୋଷାକ ସାଙ୍ଗକୁ ହଳଦିପତର ପିଠା(ଏଣ୍ଡୁରି)ର ମହକରେ ମହକି ଉଠେ ପ୍ରତ୍ୟେକ ଓଡ଼ିଆଙ୍କ ଘର।

ଅଦ୍ୟତନ ହୋଇଛି
Prathamastami 2023

Prathamastami 2023

Advertisment

ପରମ୍ପରା ନେଇ ଗର୍ବ କରେ ଓଡ଼ିଆ। ତେଣୁ ପ୍ରତି ମାସରେ ପାଳିଥାଏ କିଛି ନା କିଛି ପର୍ବ। ଏଇ ଯେମିତି ପ୍ରଥମାଷ୍ଟମୀ। ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ। ନୂଆ ପୋଷାକ ସାଙ୍ଗକୁ ହଳଦିପତର ପିଠା(ଏଣ୍ଡୁରି)ର ମହକରେ ମହକି ଉଠେ ପ୍ରତ୍ୟେକ ଓଡ଼ିଆଙ୍କ ଘର।

Advertisment

ମାର୍ଗଶୀର ମାସର ଅଷ୍ଟମୀ ତିଥୀ ପ୍ରଥମାଷ୍ଟମୀ ଭାବରେ ପରିଚିତ। ଏହାକୁ ବେଶ ଭଲ ଭାବରେ ପାଳିଥାନ୍ତି ପ୍ରତ୍ୟେକଟି ଓଡ଼ିଆ। ଏଥିପାଇଁ ବେଶ ଚଳଚଞ୍ଚଳ ହୋଇଉଠେ ଗାଁରୁ ସହର। ଘର ଦ୍ୱାର ଲିପାପୋଛା ସାଙ୍ଗକୁ ମୂରୂଜ ପକାଇ ସଜ୍ଜାଯାଏ ଘର ଅଗଣା।

ସେପଟେ ଶିଳରେ ଭଲ ଭାବରେ ବଟାଯାଇ ପ୍ରସ୍ତୁତ କରାଯାଏ ଓଡ଼ିଆଣୀର ସେହି ପ୍ରୀୟ ହଳଦି ପତର ଏଣ୍ଡୁରି ପିଠା। ଛେନା ପୁରରେ ପ୍ରସ୍ତୁତ ହୋଇଥିବା ଏହି ଏଣ୍ଡୁରି ପିଠାର ମହକରେ ସତେ ଯେମିତି ପୂରି ଉଠେ ଘର ପରିବେଶ। ଏ  ପରିବେଶକୁ ଯିଏ ଉପଭୋଗ କରିଛି ସିଏ ହିଁ ଜାଣିଛି।

Advertisment

ପରମ୍ପରା ଅନୁଯାୟୀ ପିଠା ପ୍ରସ୍ତୁତ ହେବା ପରେ ବୃନ୍ଦାବତୀ(ଚଉରା)ଙ୍କ ନିକଟରେ ପିଢାପଟା ପକାଯାଇ ଘରର ବଡ଼ମାନଙ୍କୁ ଚନ୍ଦନ ସିନ୍ଦୁରରେ ସୁନ୍ଦର ଭାବରେ ସଜ୍ଜାଯାଇ ବସା ଯାଇଥାଏ। ଏହା ପରେ ଦୁବ ବରକୋଳି ପତ୍ରରେ ବନ୍ଦାପନା କରିଥାନ୍ତି ଘରର ମହିଳାମାନେ।

ତେବେ ପ୍ରତି ପୂଜା ପାର୍ବଣ ଅନେକଙ୍କୁ ସମ୍ମାନ ପାଇଁ କରାଯାଉଥିବାବେଳେ ପ୍ରଥମାଷ୍ଟମୀକୁ ଘରର ବଡ଼ମାନଙ୍କୁ ସେମାନଙ୍କର ବଡ଼ ହେବାର ଅଧିକାର ପାଇଁ ପୂଜାର୍ଚ୍ଚନା କରାଯାଇଥାଏ। ଏହାଛଡା ପ୍ରତି ଓଡ଼ିଆ ଘରର ମୁରବୀ ଓଡ଼ିଆଙ୍କ ପ୍ରୀୟ ବଡ଼ ଠାକୁରଙ୍କୁ ମଧ୍ୟ  ଶ୍ରୀକ୍ଷେତ୍ରରେ ପୋଢୁଆଁ କରାଯାଇଥାଏ। ନିଆଳି ମାଧବ ମନ୍ଦିରରୁ ବଡ଼ ଠାକୁରଙ୍କ ପାଇଁ ପୋଢୁଆଁ ଭାର ଆସିଥାଏ।

Advertisment

ଆଜି ବି ପ୍ରତି ଓଡ଼ିଆଙ୍କ ଘରେ ବଞ୍ଚି ରହିଥିବା ଏହି ପରମ୍ପରା ଘରର ବଡ଼ମାନଙ୍କ ପାଇଁ ଆୟୋଜିତ ହୋଇଥାଏ ଆଉ ଏହି ପର୍ବ ସେମାନଙ୍କୁ ସମ୍ମାନ ଦେଇଥାଏ। ପରମ୍ପରା ପ୍ରେମୀ ଓଡ଼ିଆଙ୍କ ଏହି ଭଲ ପାଇବା ଆମ ପରମ୍ପରାକୁ ଉଜ୍ଜିବିତ ରଖିବାରେ ସହାୟକ ହୋଇଛି।

(ପିପିଲିରୁ ଦ୍ଵିତୀକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ)

Prathamashtami Of Lord Balabhadra Prathamashtami In Srimandir Prathamastami Prathamashtami In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ