Advertisment

World Radio Day: ଏବେ ବି ଗ୍ରାମାଞ୍ଚଳରେ ଯୋଗାଯୋଗର ମୁଖ୍ୟ ମାଧ୍ୟମ ହୋଇଛି ରେଡିଓ

ରେଡିଓ ହେଉଛି ଜନ ଯୋଗାଯୋଗର ଏକ ମାଧ୍ୟମ, ଯାହା ମାଧ୍ୟମରେ ବର୍ତ୍ତମାନ ବି ଅନେକ ଲୋକଙ୍କୁ ବାର୍ତ୍ତା ପହଞ୍ଚାଯାଉଛି। ବର୍ତ୍ତମାନ ଭାରତରେ ୨୧୪ କମ୍ୟୁନିଟି ରେଡିଓ ପ୍ରସାରଣ କେନ୍ଦ୍ର ଅଛି।

ଅଦ୍ୟତନ ହୋଇଛି
History and purpose of celebrating world radio day

History and purpose of celebrating world radio day

Advertisment

ପ୍ରତିବର୍ଷ ଫେବୃଆରୀ ୧୩ରେ 'ବିଶ୍ୱ ରେଡିଓ ଦିବସ' ସର୍ବଭାରତୀୟ ସ୍ତରରେ ପାଳନ କରାଯାଉଛି। ରେଡିଓ ହେଉଛି ଜନ ଯୋଗାଯୋଗର ଏକ ମାଧ୍ୟମ, ଯାହା ମାଧ୍ୟମରେ ବର୍ତ୍ତମାନ ବି ଅନେକ ଲୋକଙ୍କୁ ବାର୍ତ୍ତା ପହଞ୍ଚାଯାଉଛି। ବିଶେଷକରି ଗାଁ, ସହରତଳି ଗାଁ ଯେଉଁଠାରେ ଅନ୍ୟ କୌଣସି ଯୋଗାଯୋଗର ସୁବିଧା ନାହିଁ ଏହି ସ୍ଥାନଗୁଡିକରେ ଏପର୍ଯ୍ୟନ୍ତ ରେଡିଓ ଯୋଗାଯୋଗର ମୁଖ୍ୟ ମାଧ୍ୟମ ହୋଇଛି।

Advertisment

ଚଳିତ ବର୍ଷର ଥିମ୍:

ପ୍ରତିବର୍ଷ 'ବିଶ୍ୱ ରେଡିଓ ଦିବସ' ଏକ ନିର୍ଦ୍ଦିଷ୍ଟ୍ ଥିମ୍‌କୁ ନେଇ ପାଳନ କରାଯାଏ। ଏଥର ଥିମ୍ ରହିଛି 'ବିବର୍ତ୍ତନ - ଦୁନିଆ ସର୍ବଦା ବଦଳୁଛି' ରଖାଯାଇଛି।

ବିଶ୍ୱ ରେଡିଓ ଦିବସର ଉଦ୍ଦେଶ୍ୟ:

ଇତିହାସରେ, ରେଡିଓ ସୂଚନା ଆଦାନପ୍ରଦାନ ଏବଂ ବିଶ୍ୱର ଲୋକଙ୍କୁ ଶିକ୍ଷା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଯୁବକମାନଙ୍କୁ ସେମାନଙ୍କୁ ପ୍ରଭାବିତ କରୁଥିବା ବିଷୟଗୁଡ଼ିକର ଆଲୋଚନାରେ ନିୟୋଜିତ କରିବା ପାଇଁ ଏହା ବ୍ୟବହୃତ ହୁଏ। ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ଏହା ଲୋକଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରେ। ବର୍ତ୍ତମାନ ସୁଦ୍ଧା, ଏହା ସୂଚନା ବିସ୍ତାରର ସବୁଠାରୁ ଶକ୍ତିଶାଳୀ ଏବଂ ଶସ୍ତା ମାଧ୍ୟମ ଭାବେ ରହିଛି।

Advertisment

ଯଦିଓ ରେଡିଓ ଶତାବ୍ଦୀ ଶତାବ୍ଦୀର ପୁରୁଣା ମାଧ୍ୟମ, ତଥାପି ଏହା ଯୋଗାଯୋଗ ପାଇଁ ବ୍ୟବହୃତ ହୁଏ। ଅଭିବ୍ୟକ୍ତିର ସ୍ୱାଧୀନତା, ଜନସାଧାରଣଙ୍କ ବିତର୍କ ଏବଂ ଶିକ୍ଷାର ପ୍ରସାରରେ ରେଡିଓର ମହତ୍ତ୍ୱକୁ ବୁଝାଇବା ଉଦ୍ଦେଶ୍ୟରେ ବିଶ୍ୱ ରେଡିଓ ଦିବସ ପାଳନ କରାଯାଏ।

ଇତିହାସ:

ସ୍ପେନ୍ ରେଡିଓ ଏକାଡେମୀ ୨୦୧୦ରେ ପ୍ରଥମ ଥର ପାଇଁ ଫେବୃଆରୀ ୧୩କୁ ବିଶ୍ୱ ରେଡିଓ ଦିବସ ଭାବରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲା। ଏହା ପରେ ୨୦୧୧ ମସିହାରେ ୟୁନେସ୍କୋ ସଦସ୍ୟ ରାଷ୍ଟ୍ରମାନଙ୍କ ଦ୍ୱାରା ଘୋଷଣା କରାଯାଇଥିଲା ଏବଂ ୨୦୧୨ରେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଏହାକୁ ଗ୍ରହଣ କରାଯାଇଥିଲା।

Advertisment

ଏହା ପରେ ୟୁନେସ୍କୋ ପ୍ରଥମ ଥର ପାଇଁ ୧୩ ଫେବୃଆରୀ ୨୦୧୨ରେ ବିଶ୍ୱ ରେଡିଓ ଦିବସ ଭାବରେ ପାଳନ କଲା। ସେବେଠାରୁ ସାରା ବିଶ୍ୱରେ ଏହି ଦିନ ବିଶ୍ୱ ରେଡିଓ ଦିବସ ପାଳନ କରାଯାଉଛି। ଏମିତିରେ ବି ଫେବୃଆରୀ ୧୩କୁ ମଧ୍ୟ ମିଳିତ ଜାତିସଂଘ ରେଡିଓର ବାର୍ଷିକୀ ଭାବେ ପାଳନ କରେ। ୧୬୪୯ ମସିହାରେ ଏହା ଆରମ୍ଭ ହୋଇଥିଲା।

କିପରି ପାଳନ କରାଯାଏ:

ପ୍ରତିବର୍ଷ, ୟୁନେସ୍କୋ ବିଶ୍ୱବ୍ୟାପୀ ପ୍ରସାରଣକାରୀ, ସଂଗଠନ ଏବଂ ସମ୍ପ୍ରଦାୟର ସହଯୋଗରେ ରେଡ଼ିଓ ଦିବସ ପାଳନ କରିବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରେ। ଏହି ଦିନ ଯୋଗାଯୋଗର ମାଧ୍ୟମ ଭାବରେ ରେଡିଓର ଗୁରୁତ୍ୱ ଉପରେ ଆଲୋଚନା କରାଯାଇ ସଚେତନତା କରାଯାଏ।

ରେଡିଓ ବିଷୟରେ କିଛି:

ଯଦି ଆମେ ରେଡିଓର ଇତିହାସ ବିଷୟରେ କହିବା, ତେବେ ଏହା କାନାଡାର ବୈଜ୍ଞାନିକ ରେଗିନାଲ୍ଡ ଫେନ୍ସେଡେନଙ୍କ ଦ୍ୱାରା ୨୪ ଡିସେମ୍ବର ୧୯୦୬ରେ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଏହା ପରେ ୧୯୧୮ ମସିହାରେ, ଲି ଦ ଫୋରେଷ୍ଟ୍ ନ୍ୟୁୟର୍କର ହାଇ ବ୍ରିଜ୍ ଅଞ୍ଚଳରେ ବିଶ୍ୱର ପ୍ରଥମ ରେଡିଓ ଷ୍ଟେସନ୍ ଆରମ୍ଭ କରିଥିଲେ, କିନ୍ତୁ ପରେ ପୋଲିସ ଏହାକୁ ବେଆଇନ ଘୋଷଣା କରି ବନ୍ଦ କରି ଦେଇଥିଲା।

ଯଦି ଆମେ ଭାରତ ବିଷୟରେ କହିବା ତେବେ ୧୯୩୬ ମସିହାରେ ସରକାରୀ 'ଇମ୍ପେରିଆଲ୍ ରେଡିଓ ଅଫ୍ ଇଣ୍ଡିଆ' ଆରମ୍ଭ ହୋଇଥିଲା। ଏହା ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀ ହୋଇଗଲା।

ରେଡିଓ ବିସ୍ତାରରେ ଭାରତୀୟ ବୈଜ୍ଞାନିକ ଡକ୍ଟର ଜଗଦୀଶ ଚନ୍ଦ୍ର ବସୁଙ୍କ ଅବଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସେ ପ୍ରଥମ ବୈଜ୍ଞାନିକ ଯିଏ ରେଡିଓ ଏବଂ ମାଇକ୍ରୋୱେଭ୍‌ର ଅପ୍ଟିକ୍ସରେ କାମ କରିଥିଲେ।

ଭାରତୀୟ ରେଡିଓ:

ବର୍ତ୍ତମାନ ଭାରତରେ ୨୧୪ କମ୍ୟୁନିଟି ରେଡିଓ ପ୍ରସାରଣ କେନ୍ଦ୍ର ଅଛି। ଦେଶରେ ରେଡିଓ ପ୍ରସାରଣ ୧୯୨୩ ମସିହାରେ ଆରମ୍ଭ ହୋଇଥିଲା। ନଭେମ୍ବର ୧୯୪୧ ରେ ସୁଭାଷ ଚନ୍ଦ୍ର ବୋଷ ରେଡିଓରେ ଜର୍ମାନୀରୁ ଭାରତୀୟମାନଙ୍କୁ ସମ୍ବୋଧିତ କରିଥିଲେ।

Radio Pathashala
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ