ନଭେମ୍ବର ୧୫ରୁ ଆରମ୍ଭ ହେବ କଟକ ବାଲିଯାତ୍ରା । ଚଳିତ ବର୍ଷ କେତେଦିନ ବାଲିଯାତ୍ରା ହେବ ଏବେ କିନ୍ତୁ ନିଷ୍ପତ୍ତି ହୋଇନି । ପରବର୍ତ୍ତୀ ବୈଠକରେ ବାଲିଯାତ୍ରା ଦିନ ଧାର୍ଯ୍ୟ ଉପରେ ହେବ ଆଲୋଚନା । ବାଲିଯାତ୍ରାରେ ଟ୍ରାଫିକ୍ ପରିଚାଳନା ଓ ଟଏଲଟ୍ ସମସ୍ୟାକୁ ଗୁରୁତ୍ବ ମଧ୍ୟ ଦିଆଯିବ । ଶୃଙ୍ଖଳିତ ଓ ସୁରକ୍ଷିତ ବାଲିଯାତ୍ରା କରାଯିବା ନେଇ ଗୁରୁତ୍ବ ଦିଆଯାଉଛି ବୋଲି ଏନେଇ ଆଜି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ।