Advertisment

Friendship Day 2024: 'କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ': ଏହା ପ୍ରଥମେ କିଏ ବ୍ୟବହାର କରିଥିଲେ

କୁହାଯାଏ 'କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ'। କାରଣ କୁକୁର ପ୍ରେମୀଙ୍କ ପାଇଁ ଆଜିକାଲି କୁକୁର କେବଳ ଗୃହପାଳିତ ପଶୁ ନୁହେଁ ବରଂ ପରିବାରର ଜଣେ ସଦସ୍ୟ। ଆପଣ ଜାଣିଛନ୍ତି କି ଏହି କଥା ପ୍ରଥମେ କିଏ କହିଥିଲେ। ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
Friendship Day 2024 two example of dog friendship

Friendship Day 2024 two example of dog friendship

Advertisment

ବନ୍ଧୁତା ହେଉଛି ଜୀବନର ସବୁଠାରୁ ମୂଲ୍ୟବାନ ବନ୍ଧନ ମଧ୍ୟରୁ ଗୋଟିଏ। ଏଠାରେ ରକ୍ତର ସଂପର୍କ ନ ଥିଲେ ମଧ୍ୟ ଏହି ସମ୍ପର୍କକୁ ବହୁତ ଉତ୍ସାହର ସହିତ ଜାରି ରଖାଯାଏ। ଯେତେବେଳେ ଆମେ କୌଣସି ଅସୁବିଧାରେ ପଡ଼ୁ, ସାଙ୍ଗମାନେ ହିଁ ଆମ ସହିତ ଥାଆନ୍ତି। ଏମିତିରେ ଦେଖିବାକୁ ଗଲେ ବନ୍ଧୁତାକୁ ପାଳନ କରିବା ପାଇଁ କୌଣସି ବିଶେଷ ଦିନର ଆବଶ୍ୟକତା ନାହିଁ। ତଥାପି ଏହି ଦିନକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ ପ୍ରତିବର୍ଷ ‘ବନ୍ଧୁତ୍ୱ ଦିବସ ପାଳନ’ କରାଯାଏ।

Advertisment

ସାଧାରଣତଃ ‘ଅନ୍ତର୍ଜାତୀୟ ବନ୍ଧୁତା ଦିବସ’ ୩୦ ଜୁଲାଇରେ ବିଶ୍ୱର ବିଭିନ୍ନ ସ୍ଥାନରେ ପାଳନ କରାଯାଏ। ଭାରତରେ କିନ୍ତୁ ଏହା ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାରରେ ପାଳନ କରାଯାଏ। ଏହି ଦିନ ସମସ୍ତେ ନିଜ ସାଙ୍ଗମାନଙ୍କ ସହିତ ନିଜ ନିଜ ଉପାୟରେ ଉପଭୋଗ କରନ୍ତି। ଆଜି ହେଉଛି ସେହି ଦିନ ଯାହାକୁ ସାରା ଭାରତ ପାଳନ କରୁଛି।

ବନ୍ଧୁତ୍ୱ ଦିବସ ପାଳନ କରିବାର କାରଣ:

ବନ୍ଧୁତ୍ୱ ଦିବସ ପାଳନ କରିବାର ମୁଖ୍ୟ କାରଣ ହେଉଛି ବନ୍ଧୁତ୍ୱର ମହତ୍ତ୍ୱକୁ ବୁଝିବା। ତେଣୁ ଏହି ବିଶେଷ ଦିନଟିକୁ ବନ୍ଧୁତା ପାଇଁ ଉତ୍ସର୍ଗୀକୃତ କରାଯାଏ। ବନ୍ଧୁତ୍ୱର ସଂପର୍କକୁ ବଞ୍ଚାଇ ରଖିବା ପାଇଁ ଏହା ପାଳନ କରାଯାଏ। ଏହି ଦିନ କିଏ ନିଜ ସାଙ୍ଗ ସହିତ ଲଙ୍ଗ ଡ୍ରାଇଭ୍ ପାଇଁ ଯାଏ ତ ଆଉ କିଏ ପାର୍ଟୀର ଆୟୋଜନ କରେ।

Advertisment
Friendship Day 2024 ବନ୍ଧୁତା ହେଉଛି ଜୀବନର ସବୁଠାରୁ ମୂଲ୍ୟବାନ ବନ୍ଧନ ମଧ୍ୟରୁ ଗୋଟିଏ

ଅଗଷ୍ଟ ପ୍ରଥମ ରବିବାର କାହିଁକି:

କୁହାଯାଏ ଯେ ଆମେରିକାରେ ୧୯୩୫ ମସିହା ଅଗଷ୍ଟ ପ୍ରଥମ ରବିବାରରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା କରାଯାଇଥିବା ବ୍ୟକ୍ତିଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ, ଯେତେବେଳେ ସେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେ ମଧ୍ୟ ନିରାଶରେ ଆତ୍ମହତ୍ୟା କରିଦେଲେ। ସେତେବେଳେ ବନ୍ଧୁଙ୍କ ମଧ୍ୟରେ ଏପରି ଭାବନା ଦେଖି ଆମେରିକୀୟ ସରକାର ଅଗଷ୍ଟ ପ୍ରଥମ ରବିବାରରେ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଅଗଷ୍ଟ ପ୍ରଥମ ରବିବାରରେ ଭାରତ ସମେତ ଅନ୍ୟ ଦେଶରେ ବନ୍ଧୁତ୍ୱ ଦିବସ ପାଳନ ଆରମ୍ଭ ହୋଇଥିଲା।

କୁକୁର ହେଉଛି ସର୍ବୋତ୍ତମ ବନ୍ଧୁ:

Friendship Day 2024 'କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ'

କୁହାଯାଏ 'କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ'। କାରଣ କୁକୁର ପ୍ରେମୀଙ୍କ ପାଇଁ ଆଜିକାଲି କୁକୁର କେବଳ ଗୃହପାଳିତ ପଶୁ ନୁହେଁ ବରଂ ପରିବାରର ଜଣେ ସଦସ୍ୟ। କୁକୁରମାନେ ହୁଏତ ଆମ ସହିତ ଶବ୍ଦରେ ଯୋଗାଯୋଗ କରିପାରନ୍ତି ନାହିଁ, କିନ୍ତୁ ଆମେ ଯାହା କହୁ ତାହା ସେମାନେ ବୁଝନ୍ତି! ତେବେ ଆସନ୍ତୁ ଏମିତି ଦୁଇଟି ଉଦାହରଣ ଜାଣିବା, ଯେଉଁମାନଙ୍କ ସହ କୁକୁରର ନିବିଡ ସଂପର୍କ ଥିଲା।

Advertisment

ପ୍ରୁସିଆର ରାଜା ଏବଂ ତାଙ୍କ କୁକୁର:

Friendship Day 2024 ପ୍ରୁସିଆର ରାଜା ଫ୍ରେଡେରିକ୍

୧୭୮୯ ମସିହାରେ ପ୍ରୁସିଆର ରାଜା ଫ୍ରେଡେରିକ୍ ପ୍ରଥମେ ‘କୁକୁର ମଣିଷର ସର୍ବୋତ୍ତମ ବନ୍ଧୁ’ ଏହି ବାକ୍ୟାଂଶ ବ୍ୟବହାର କରିଥିଲେ ବୋଲି ବିଶ୍ୱାସ କରାଯାଏ। ତାଙ୍କର ଏକ ଇଟାଲୀୟ ଗ୍ରେହାଉଣ୍ଡ ଥିଲା ଏବଂ କୁକୁର ସହିତ ତାଙ୍କର ସମ୍ପର୍କ ଏମିତି ଥିଲା ଯେ କୁକୁର ମାନନର ସର୍ବୋତ୍ତମ ବନ୍ଧୁ ବୋଲି କହିବା ପାଇଁ ପ୍ରେରିତ କରିଥିଲା। ଆଜି ପର୍ଯ୍ୟନ୍ତ, ଏହି ବାକ୍ୟାଂଶ ସମଗ୍ର ବିଶ୍ୱରେ ବ୍ୟବହୃତ ହୁଏ।

ଜର୍ଜ ଗ୍ରାହାମ୍ ୱେଷ୍ଟରଙ୍କ ଉକ୍ତି:

Friendship Day 2024 ଓକିଲ ଶ୍ରୀ ଜର୍ଜ ଗ୍ରାହାମ୍ ୱେଷ୍ଟ

ଏକ ସମୟରେ ଜଣେ ପ୍ରତିଭାଶାଳୀ ଓକିଲ ଶ୍ରୀ ଜର୍ଜ ଗ୍ରାହାମ୍ ୱେଷ୍ଟ ଜଣେ କୃଷକଙ୍କର ପ୍ରତିନିଧିତ୍ୱ କରିଥିଲେ ଯାହାଙ୍କ କୁକୁର ଓଲ୍ଡ ଡ୍ରମ୍‌ଙ୍କୁ ତାଙ୍କ ପଡ଼ୋଶୀ ହତ୍ୟା କରିଥିଲା। ବିତର୍କ ସମୟରେ ସେ ଖଣ୍ଡପୀଠକୁ ଏକ କଥା କହିଥିଲେ ଯେ “ଏହି ସ୍ୱାର୍ଥପର ଦୁନିଆରେ ମଣିଷର ଏକମାତ୍ର ନିଃସ୍ୱାର୍ଥପର ବନ୍ଧୁ, ଯିଏ ତାଙ୍କୁ କେବେ ବି ଛାଡେ ନାହିଁ, ଯିଏ କେବେ ବି କୃତଘ୍ନ କିମ୍ବା ବିଶ୍ୱାସଘାତୀ ହୁଏ ନାହିଁ, ସେ ହେଉଛି ତାଙ୍କର କୁକୁର।”

Friendship Day 2024 two example of dog friendshipଜର୍ଜ ଗ୍ରାହାମ୍ ୱେଷ୍ଟରଙ୍କ ଉକ୍ତି

ଏହି ଉକ୍ତିରେ ସେ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ ଯେ ତାଙ୍କ ପଡ଼ୋଶୀ କେବଳ ଗୋଟିଏ କୁକୁରକୁ ନୁହେଁ, ବରଂ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ହତ୍ୟା କରିଛନ୍ତି।

Friends True Friendship Friendship Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ