Astrospeak
  • Live TV
  • Read In English

Bhishma Panchaka Brata: ଭୀଷ୍ମ ପଞ୍ଚକ ବ୍ରତର ମହତ୍ତ୍ୱ; ଭଗବାନ ଶ୍ରୀକୃଷ୍ଣ ବି କରିଥିଲେ ଏହି ଉପବାସ

ଭୀଷ୍ମ ପଞ୍ଚକ ସମୟରେ ଶସ୍ୟଜାତୀୟ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ ଏବଂ ପାଞ୍ଚ ଦିନ ପର୍ଯ୍ୟନ୍ତ କେବଳ କ୍ଷୀର କିମ୍ବା ପାଣି ଖାଇବାର ବିଧି ଅଛି। ଭୀଷ୍ମ ପଞ୍ଚକକୁ ବିଷ୍ଣୁ ପଞ୍ଚକ ମଧ୍ୟ କୁହାଯାଏ।

Five days fast on bhishm panchak for good health
ଭୀଷ୍ମ ପଞ୍ଚକ ବ୍ରତର ମହତ୍ତ୍ୱ

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ‘ଭୀଷ୍ମ ପଞ୍ଚକ ବ୍ରତ’ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦେବୋସ୍ଥାନ ଏକାଦାଶିରୁ ଆରମ୍ଭ ହୁଏ ଯାହା ଦେବୋଉଠନ ଏକାଦାଶି ନାମରେ ମଧ୍ୟ ଜଣାଶୁଣା। ଏହି ବ୍ରତର ନାଁ ମହାଭାରତର ଭୀଷ୍ମ ଚରିତ୍ରରୁ ଉତ୍ପନ୍ନ।

ଏହି ଉପବାସ ପାଞ୍ଚ ଦିନ ପାଳନ କରାଯାଏ ଯାହା ଏକାଦଶୀ ଉପବାସରେ ଭୀଷ୍ମଦେବଙ୍କୁ ସ୍ମରଣ କରି ଆରମ୍ଭ ହୁଏ ଏବଂ ପୂର୍ଣ୍ଣିମା ଦିନ ଶେଷ ହୁଏ। ଭୀଷ୍ମ ପଞ୍ଚକ ସମୟରେ ଶସ୍ୟଜାତୀୟ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ ଏବଂ ପାଞ୍ଚ ଦିନ ପର୍ଯ୍ୟନ୍ତ କେବଳ କ୍ଷୀର କିମ୍ବା ପାଣି ଖାଇବାର ବିଧି ଅଛି। ଭୀଷ୍ମ ପଞ୍ଚକକୁ ବିଷ୍ଣୁ ପଞ୍ଚକ ମଧ୍ୟ କୁହାଯାଏ।

ଭୀଷ୍ମ ପଞ୍ଚକ କ’ଣ:

ପୌରାଣିକ ବିଶ୍ୱାସ ଅନୁଯାୟୀ, ଯେତେବେଳେ ପାଣ୍ଡବ ମହାଭାରତ ଯୁଦ୍ଧରେ ଜିତିଲେ, ସେତେବେଳେ ଭଗବାନ କୃଷ୍ଣ ସେମାନଙ୍କୁ ଭୀଷ୍ମ ପିତାମହଙ୍କ ପାଖକୁ ନେଇଗଲେ। ଶରଶଯ୍ୟା ଉପରେ ଭୀଷ୍ମ ପିତାମହ ସୂର୍ଯ୍ୟ ଉଦୟକୁ ଅପେକ୍ଷା କରିଥିଲେ।

ତା’ପରେ ଶ୍ରୀକୃଷ୍ଣ ପାଣ୍ଡବଙ୍କୁ କିଛି ଜ୍ଞାନ ଦେବା ପାଇଁ ଭୀଷ୍ମଙ୍କୁ ଅନୁରୋଧ କରିଥିଲେ। ଭଗବାନ କୃଷ୍ଣଙ୍କ ଅନୁରୋଧ କ୍ରମେ ସେ ପାଣ୍ଡବଙ୍କୁ ରାଜଧର୍ମ, ବର୍ଣ୍ଣଧର୍ମ ଏବଂ ମୋକ୍ଷଧର୍ମର ଜ୍ଞାନ ଦେଇଥିଲେ। କୁହାଯାଏ ଯେ ଭୀଷ୍ମଙ୍କ ଦ୍ୱାରା ଜ୍ଞାନ ପ୍ରଦାନ କରିବାର ଏହି କ୍ରମ କାର୍ତ୍ତିକ ଶୁକ୍ଳ ପକ୍ଷର ଏକାଦାଶି ଠାରୁ ପୂର୍ଣ୍ଣିମା ତିଥି ପର୍ଯ୍ୟନ୍ତ ସମୁଦାୟ ପାଞ୍ଚ ଦିନ ପର୍ଯ୍ୟନ୍ତ ଜାରି ରହିଥିଲା।

ଭୀଷ୍ମ ପଞ୍ଚକ କ’ଣ

ଯେତେବେଳେ ଭୀଷ୍ମ ପୂରା ପାଞ୍ଚ ଦିନ ଜ୍ଞାନ ଦେଇଥିଲେ, ସେତେବେଳେ ଶ୍ରୀକୃଷ୍ଣ କହିଥିଲେ ଯେ ଯେହେତୁ ଆପଣ ଏହି ପାଞ୍ଚ ଦିନରେ ଏହି ଜ୍ଞାନ ଦେଇଛନ୍ତି, ଏହି ପାଞ୍ଚ ଦିନ ଅତ୍ୟନ୍ତ ଶୁଭ ଅଟେ। ଭବିଷ୍ୟତରେ, ଏହି ପାଞ୍ଚ ଦିନ ‘ଭୀଷ୍ମ ପଞ୍ଚକ’ ଭାବରେ ଜଣାଶୁଣା ହେବ।

ମହତ୍ତ୍ୱ:

ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଭୀଷ୍ମ ପଞ୍ଚକ ବ୍ରତର ମହତ୍ତ୍ୱ ବର୍ଣ୍ଣନା କରାଯାଇଥିଲା, ଯିଏ ମହାଭାରତରେ କୁରୁକ୍ଷେତ୍ର ଯୁଦ୍ଧ ସମାପ୍ତ ହେବା ପରେ ସ୍ୱର୍ଗରେ ନିବାସ ପାଇଁ ନିଜ ଭୌତିକ ଶରୀରକୁ ଛାଡିବା ପୂର୍ବରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହି ବ୍ରତକୁ ପାଳନ କରିଥିଲେ।

ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଭୀଷ୍ମ ପଞ୍ଚକ ବ୍ରତର ମହତ୍ତ୍ୱ ବର୍ଣ୍ଣନା କରାଯାଇଥିଲା

ଭୀଷ୍ମ ପଞ୍ଚକ ବ୍ରତ କଥା:

କୁହାଯାଏ ଯେ ଭୀଷ୍ମ ପଞ୍ଚକ ବ୍ରତ କଥା ପ୍ରଥମେ ଋଷି ବଶିଷ୍ଠ, ଋଷି ଭୃଗୁ ଏବଂ ଋଷି ଗର୍ଗ ପାଳନ କରିଥିଲେ। ଏହା ପରେ ମହାରାଜା ଅମ୍ବରୀଶ ଏହି ବ୍ରତ ପାଳନ କଲେ। ତେବେ ଭୀଷ୍ମ ପଞ୍ଚକ ବ୍ରତ କଥା ଭୀଷ୍ମ ପିତାମହଙ୍କ ପାଇଁ ଉତ୍ସର୍ଗୀକୃତ।

କୁହାଯାଏ ଯେ ପ୍ରାଚୀନ କାଳରେ ସୋମେଶ୍ୱର ନାମକ ଜଣେ ଗରିବ ବ୍ରାହ୍ମଣ କାନପୁରରେ ରହୁଥିଲେ। ସିଏ ଭଗବାନ ବିଷ୍ଣୁଙ୍କର ଜଣେ ମହାନ ଭକ୍ତ ଥିଲେ। ସେ ସବୁବେଳେ କାର୍ତ୍ତିକ ମାସରେ ଗଙ୍ଗାରେ ଗାଧୋଇ ଭଗବାନ ବିଷ୍ଣୁଙ୍କୁ ପୂଜା କରୁଥିଲେ। ଥରେ ଅସୁସ୍ଥତା ହେତୁ ସେ କୌଣସି ପ୍ରକାରେ ଗଙ୍ଗା ଘାଟରେ ପହଞ୍ଚିଥିଲେ କିନ୍ତୁ ଘାଟର ପାହାଚରୁ ଓହ୍ଲାଇ ପାରିନଥିଲେ। ଏଭଳି ପରିସ୍ଥିତିରେ ସେ ସେଠାରେ ପୂଜା କରିବା ଆରମ୍ଭ କରିଥିଲେ।

ଭୀଷ୍ମ ପଞ୍ଚକ ବ୍ରତ କଥା

ଦିନେ ଭଗବାନ ବିଷ୍ଣୁ ବୃଦ୍ଧ ବ୍ରାହ୍ମଣ ରୂପରେ ତାଙ୍କ ନିକଟକୁ ଆସି ସୋମେଶ୍ୱରଙ୍କୁ ପଚାରିଲେ ଯେ ସେ ଏପରି ଅବସ୍ଥା କାହିଁକି ଏଠାକୁ ଆସିଛନ୍ତି? ଏହା ପରେ ଗରିବ ବ୍ରାହ୍ମଣ ତାଙ୍କୁ ତାଙ୍କ ଦୁଃଖ ଦୂର କରିବା ପାଇଁ ଉପାୟ ବିଷୟରେ ପଚାରିଥିଲେ।

ତା’ପରେ ବୃଦ୍ଧ ବ୍ରାହ୍ମଣ ରୂପରେ ଥିବା ଭଗବାନ ବିଷ୍ଣୁ କହିଲେ ଯେ କାର୍ତ୍ତିକ ମାସର ଏକାଦଶରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚକ କୁହାଯାଏ।

ଯଦି ଏହି ପାଞ୍ଚ ଦିନରେ ଗଙ୍ଗାଙ୍କ ପୁତ୍ର ଭୀଷ୍ମଙ୍କୁ ଜଳ ଦାନ କରାଯାଏ। ଏହା ସହିତ ଯଦି ଗନ୍ଧ, ଅକ୍ଷତ, ଫୁଲ ଦେଇ ପୂଜା କରାଯାଏ ଏବଂ ରୀତିନୀତି ଅନୁଯାୟୀ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ ତେବେ ମନୁଷ୍ୟର ସମସ୍ତ ଦୁଃଖ ଦୂର ହୋଇପାରିବ। ଏହା ପରେ ଗରିବ ବ୍ରାହ୍ମଣ ଏହି ବ୍ରତକୁ ପାଳନ କଲେ, ଏହା ପରେ ତାଙ୍କର ସମସ୍ତ ଦୁଃଖ ଦୂର ହେଲା।