Famous Gaja Bhoga offered to Lord Shiva at Dhabaleswar temple in Athagarh
ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ । ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦ୍ଯାପନ କରିଥାନ୍ତି ।
ସେଥିପାଇଁ ଆଜି ରାତି ୨ଟା ବେଳେ ଦ୍ୱାର ଫିଟା ଯାଇ ମଙ୍ଗଳା ଆଳତି କରାଯିବା ସହ ୧୦୮ ଗରା ଜଳରେ ମହାଦେବଙ୍କ ମହାସ୍ନାନ କରାଯାଇଛି । ଏହାପରେ ମଇଲମ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଛି ।
ହଜାର ହଜାର ଶ୍ରଦ୍ଧାଳୁ ରାତି ତମାମ ଉଜାଗର ରହି ଭୋରରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ପ୍ରସାଦ ପାଇଛନ୍ତି । ଏଥିପାଇଁ ପୂଜକଙ୍କ ପକ୍ଷରୁ ସମସ୍ତ ବସାଘର ଆଗରେ ପ୍ରସାଦ ବିକ୍ରିର ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1700969514.jpg)