World Thalassemia Day 2024: ଥାଲାସେମିଆକୁ ରୋକିବ ଏକ ଶୃଙ୍ଖଳିତ ଜୀବନଶୈଳୀ; ଜାଣନ୍ତୁ କ’ଣ କରିବାକୁ ହେବ

ଥାଲାସେମିଆ ଏକ ଗୁରୁତର ଜେନେଟିକ୍ ରକ୍ତ ବ୍ୟାଧି ସମସ୍ୟା। ଏହାର ଗୁରୁତର ଅବସ୍ଥାରେ ରୋଗୀକୁ ସାଧାରଣତଃ ଜୀବନସାରା ରକ୍ତଦାନ, ଚିକିତ୍ସା ଏବଂ ପରିଚାଳନା ଆବଶ୍ୟକ ପଡେ। ବଂଶାନୁକ୍ରମିକ ବା ଜେନେଟିକ ରକ୍ତ ବ୍ୟାଧିର ଏକ ସ୍ପେକ୍ଟ୍ରମ ଶରୀରରେ ହେମୋଗ୍ଲୋବିନର ହ୍ରାସ କିମ୍ବା ଅନୁପସ୍ଥିତିକୁ ଥାଲାସେମିଆ ଭାବରେ ଗଣାଯାଏ।

ଥାଲାସେମିଆକୁ ରୋକିବ ଏକ ଶୃଙ୍ଖଳିତ ଜୀବନଶୈଳୀ

ଥାଲାସେମିଆ ଏକ ଗୁରୁତର ଜେନେଟିକ୍ ରକ୍ତ ବ୍ୟାଧି ସମସ୍ୟା। ଏହାର ଗୁରୁତର ଅବସ୍ଥାରେ ରୋଗୀକୁ ସାଧାରଣତଃ ଜୀବନସାରା ରକ୍ତଦାନ, ଚିକିତ୍ସା ଏବଂ ପରିଚାଳନା ଆବଶ୍ୟକ ପଡେ। ବଂଶାନୁକ୍ରମିକ ବା ଜେନେଟିକ ରକ୍ତ ବ୍ୟାଧିର ଏକ ସ୍ପେକ୍ଟ୍ରମ ଶରୀରରେ ହେମୋଗ୍ଲୋବିନର ହ୍ରାସ କିମ୍ବା ଅନୁପସ୍ଥିତିକୁ ଥାଲାସେମିଆ ଭାବରେ ଜଣାଯାଏ। ଏହା ଅସ୍ୱାଭାବିକ ଭାବେ ଲାଲ ରକ୍ତ କଣିକା ଉତ୍ପାଦନ କରିଥାଏ ଏବଂ ରକ୍ତହୀନତା ସୃଷ୍ଟି କରିଥାଏ, ଯାହା ବ୍ୟକ୍ତିକୁ ଏକ ଗମ୍ଭୀର ସ୍ଥିତିକୁ ନେଇଯାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଥାଲାସେମିଆ ଇଣ୍ଡିଆର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ଦେଶରେ ପ୍ରାୟ ୧୦ ହଜାର ପିଲା ବିଟା ଥାଲାସେମିଆ ରୋଗରେ ଜନ୍ମ ହୁଅନ୍ତି। କେତେକ ପରିସଂଖ୍ୟାନ ଅନୁଯାୟୀ, ଭାରତର ମୋଟ ଜନସଂଖ୍ୟାର ୩.୪ ପ୍ରତିଶତ ଥାଲାସେମିଆରେ ପୀଡିତ। ଏହି ପରିସଂଖ୍ୟାନ ସତ୍ତ୍ୱେ ଭାରତ ସମେତ ସମଗ୍ର ବିଶ୍ୱରେ ଲୋକଙ୍କ ମଧ୍ୟରେ ଥାଲାସେମିଆ ବିଷୟରେ ଆବଶ୍ୟକ ତଥ୍ୟର ଅଭାବ ରହିଛି।

ରକ୍ତ ବ୍ୟାଧି ଥାଲାସେମିଆର ଗମ୍ଭୀରତା ଏବଂ ଏହାର ପରିଚାଳନା ତଥା ଚିକିତ୍ସା ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୮ ମେ’ରେ 'ବିଶ୍ୱ ଥାଲାସେମିଆ ଦିବସ' ଏକ ନୂତନ ଥିମ୍ ସହିତ ପାଳନ କରାଯାଏ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ଥିମ୍ ହେଉଛି “ଜୀବନକୁ ସଶକ୍ତ କରିବା, ପ୍ରଗତିକୁ ଆଲିଙ୍ଗନ କରିବା: ସମସ୍ତଙ୍କ ପାଇଁ ନ୍ୟାୟସଂଗତ ଏବଂ ସୁଲଭ ଥାଲାସେମିଆ ଚିକିତ୍ସା।”

ଥାଲାସେମିଆର ମୁଖ୍ୟ ଲକ୍ଷଣ:

ଏଭଳି ସମସ୍ୟାରେ ପୀଡିତ ପିଲାମାନଙ୍କର ବାପାମାଆ ସାରା ଜୀବନ ଚିନ୍ତାରେ ଥାଆନ୍ତି। ଡାକ୍ତରୀ ବିଜ୍ଞାନ ଏ କ୍ଷେତ୍ରରେ ପ୍ରାୟ ବିଫଳ ହୁଏ। ଏହା ସତ୍ତ୍ୱେ ମଧ୍ୟ ବାପାମାଆ ସବୁ ପ୍ରକାର ଚେଷ୍ଟା କରନ୍ତି। ତେବେ ଏ କ୍ଷେତ୍ରରେ ଯୋଗ ଓ ଠିକ୍ ଜୀବନଶୈଳୀ ହିଁ ସେମାନଙ୍କ ପାଇଁ ବହୁ ଫଳପ୍ରଦ ହୋଇପାରେ। ତେବେ ଏଭଳି ସନ୍ତାନଙ୍କର ବାପାମାଆ ସେମାନଙ୍କ ପିଲାମାନଙ୍କୁ ସୁସ୍ଥ କରିବା ନେଇ ଏହି ଉପାୟ ଜାଣିବା ଉଚିତ।

ଥାଲାସେମିଆ ରୋଗୀ ପାଇଁ ବିଶେଷ ଜୀବନଶୈଳୀ

ରୋଗୀ କ’ଣ ଖାଇବା ଉଚିତ:

ଶସ୍ୟ - ପୁରୁଣା ଚାଉଳ, ଯଅ, ଗହମ, ମକା,

ଡାଲି - ମୁଗ, ମସୁର ଡାଲି, ସୋୟାବିନ୍, ଚଣା

ଫଳ - ପିଜୁଳି, କିୱି, ଷ୍ଟ୍ରବେରୀ, ଅଙ୍ଗୁର, ଅମୃତଭଣ୍ଡା, ସେଓ, ଡାଳିମ୍ବ, ସପୁରୀ, ଶୁଖିଲା ଆପ୍ରିକଟ୍, ଶୁଖିଲା ନଡ଼ିଆ ଇତ୍ୟାଦି

ପନିପରିବା - କଲରା, ଲାଉ, ଜହ୍ନୀ, ପୋଟଳ, ପାଳଙ୍ଗ, କଖାରୁ, ବିଟ୍‌ ଏବଂ ଋତୁକାଳୀନ ପନିପରିବା, ଟମାଟୋ, ବିନ୍ସ, ମଟର, ଗାଜର, ବ୍ରୋକୋଲି, କୋବି ଇତ୍ୟାଦି।

ଅନ୍ୟାନ୍ୟ - ହାଲୁକା ତରଳ ଖାଦ୍ୟ, ଅଳ୍ପ ଅଳ୍ପ ପାଣି ପିଅନ୍ତୁ, ବାଦାମ, ତୁଳସୀ, ପୋଦିନା, ତେଜ ପତ୍ର

RBC ବୃଦ୍ଧି ପାଇଁ ଭିଟାମିନ୍ ସମୃଦ୍ଧ ଖାଦ୍ୟ:

କ’ଣ ଖାଇବେ ନାହିଁ:

ଶସ୍ୟ - ନୂଆ ଚାଉଳ, ମଇଦା

ଡାଲି - ମଟର, ହରଡ

ପନିପରିବା - ଆଳୁ, ଭେଣ୍ଡି, ବାଇଗଣ

ଅନ୍ୟାନ୍ୟ - ତେଲିଆ ଖାଦ୍ୟ, ଦହୀ ଜାତୀୟ ଖାଦ୍ୟ, ରସୁଣ, ଅଦା, ଆମିଷ, ଆଚାର, ଘିଅ, ଅତ୍ୟଧିକ ଲୁଣ, ଥଣ୍ଡା ପାନୀୟ, ବେକେରୀ ଉତ୍ପାଦ, ମଦ୍ୟ, ଫାଷ୍ଟଫୁଡ୍, ଜଙ୍କ୍‌ ଫୁଡ୍, ବିଳମ୍ବରେ ହଜମ ହେଉଥିବା ଖାଦ୍ୟ, କେନ୍‌ଡ୍ ଖାଦ୍ୟ, କଞ୍ଚା କ୍ଷୀର।

କେଉଁ ସମୟରେ କ’ଣ ଖାଇବେ:

ସକାଳ ଭୋଜନ(୮ଟା ୩୦):

ମଧ୍ୟାହ୍ନ ଭୋଜନ(୧୨ଟା୩୦ରୁ ୧ଟା ୩୦):

ରାତ୍ରୀ ଭୋଜନା(୭ଟା ରୁ ୮ଟା):

ଯୋଗ:

ଆସନ - ସୂକ୍ଷ୍ମ ବ୍ୟାୟାମ, ଉତ୍ତାନପାଦାସାନ, ଭୁଜଙ୍ଗାସନା, ମର୍କଟାସନ, ତାଡାସନ, ବାଳାସନ, ତ୍ରିକୋଣାସନ, ପଶ୍ଚିମୋତ୍ତାନାସନ, ଶବାସନ, ଧ୍ୟାନ

ପ୍ରାଣାୟାମ - ଭସ୍ତ୍ରିକା, କପାଳଭାତି, ବାହ୍ୟପ୍ରାଣାୟମ, ଅନୁଲୋମ-ବିଲୋମ, ଭ୍ରାମରୀ, ଉଦ୍‌ଗୀଥ୍‌, ଉଜ୍ଜାୟୀ