Advertisment

International Dance Day 2024: ଡ୍ୟାନ୍ସ ଚିନ୍ତା ଦୂର କରେ, ଚାପରୁ ମୁକ୍ତିଦିଏ; ଜାଣନ୍ତୁ ଏମିତି ହେବାର କାରଣ କ’ଣ…

ନୃତ୍ୟର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଆପଣ ନିଶ୍ଚୟ ଅନେକ ଥର ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କିପରି ନାଚ ଦ୍ୱାରା ଆପଣ ଏହି ବ୍ୟସ୍ତବହୁଳ ଜୀବନରେ ଆସୁଥିବା ଚିନ୍ତା ଏବଂ ଚାପରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ମାନସିକ ସ୍ୱାସ୍ଥ୍ୟ ପାଇଁ ନୃତ୍ୟର କିଛି ଆଶ୍ଚର୍ଯ୍ୟଜନକ ଉପକାରିତା ବିଷୟରେ ଜାଣିବା।

ଅଦ୍ୟତନ ହୋଇଛି
Amazing benefits of dance for mental health

Amazing benefits of dance for mental health

Advertisment

ପ୍ରତିବର୍ଷ ୨୯ ଏପ୍ରିଲରେ ସମଗ୍ର ବିଶ୍ୱରେ ‘ଅନ୍ତର୍ଜାତୀୟ ନୃତ୍ୟ ଦିବସ’ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ଏହାର ଲାଭ ଏବଂ ଗୁରୁତ୍ୱ ବିଷୟରେ ଲୋକଙ୍କୁ ଅବଗତ କରାଇବା। ଯଦି ଆପଣ ମଧ୍ୟ ନାଚକୁ ଭଲ ପାଆନ୍ତି, କିମ୍ବା ଏହାର ଲାଭ ବିଷୟରେ ଅବଗତ ନୁହଁନ୍ତି, ତେବେ ଏହି ଲେଖା କେବଳ ଆପଣଙ୍କ ପାଇଁ।

Advertisment

ନୃତ୍ୟର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଆପଣ ନିଶ୍ଚୟ ଅନେକ ଥର ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କିପରି ନାଚ ଦ୍ୱାରା ଆପଣ ଏହି ବ୍ୟସ୍ତବହୁଳ ଜୀବନରେ ଆସୁଥିବା ଚିନ୍ତା ଏବଂ ଚାପରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ମାନସିକ ସ୍ୱାସ୍ଥ୍ୟ ପାଇଁ ନୃତ୍ୟର କିଛି ଆଶ୍ଚର୍ଯ୍ୟଜନକ ଉପକାରିତା ବିଷୟରେ ଜାଣିବା।

ହାପି ହରମୋନ ପାଇଁ ଉପକାର:

ଆପଣ ହୁଏତ ଜାଣି ନ ଥିବେ ନାଚ ଦ୍ୱାରା ଶରୀର ଏଣ୍ଡୋର୍‌ଫିନ୍ ପରି ହାପି ହରମୋନ୍ କ୍ଷରଣ କରିଥାଏ, ଯାହା ଦ୍ୱାରା ବଡା ରୁ ବଡ ଚିନ୍ତା କିମ୍ବା ଚାପରୁ ମୁକ୍ତି ମିଳିଥାଏ ଏବଂ ମୁଡ୍ ସତେଜ ରହିଥାଏ। ଯଦି ଆପଣ ପ୍ରତିଦିନ ନାଚିବା ପାଇଁ କିଛି ସମୟ ବାହାର କରନ୍ତି, ତେବେ ଏହା ଆପଣଙ୍କୁ ବ୍ୟସ୍ତବହୁଳ ଜୀବନର ଚାପରୁ ମୁକ୍ତି ଦେଇପାରେ।

Advertisment

ଅଧିକ ପଢ଼ନ୍ତୁ: ଡାର୍କ ସର୍କଲ ପାଇଁ ଚିନ୍ତିତ କି ? ଜାଣନ୍ତୁ ତିନୋଟି ମୁଖ୍ୟ କାରଣ

ମନୋବଳକୁ ସତେଜ କରେ:

ଅନେକ ଗବେଷଣାରୁ ଜଣାପଡିଛି ଯେ ଦୁଃଖରେ ଥିବା ବେଳେ ମନକୁ ହାଲୁକା କରିବା ପାଇଁ ନିଜର ପ୍ରିୟ ଗୀତରେ ନାଚିବା ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଏପରି ପରିସ୍ଥିତିରେ, ଆପଣ ଏହାକୁ ମଧ୍ୟ ଆପଣଙ୍କର ନିତ୍ୟକର୍ମର ଏକ ଅଂଶ କରିପାରିବେ। ଏଥିପାଇଁ କୌଣସି ବୟସର ମାନେ ନାହିଁ, ଅର୍ଥାତ୍ ପ୍ରତ୍ୟେକ ବୟସରେ ମନ ଭରି ନଚାଯାଇପାରେ।

ଆତ୍ମବିଶ୍ୱାସରେ ବୃଦ୍ଧି:

ଆତ୍ମବିଶ୍ୱାସକୁ ବଢାଇବାରେ ନୃତ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। ଯେତେବେଳେ ଆପଣ ନାଚର ନୂଆ ନୂଆ ଫର୍ମ ଶିଖନ୍ତି ଆଉ ଏହାକୁ ପ୍ରଦର୍ଶନ କରିବା ପରେ ଲୋକେ ଆପଣଙ୍କୁ ପ୍ରଶଂସା କରନ୍ତି, ଏହା ଶୁଣିବା ଦ୍ୱାରା ମନ ମଧ୍ୟ ମଜବୁତ ହୁଏ ଏବଂ ଖୁସି ଲାଗେ।

Advertisment

ସମ୍ପର୍କରେ ପ୍ରେମ ବଢିଥାଏ:

ସମ୍ପର୍କ ଯାହା ବି ହୋଇଥାଉ, ଏଥିରେ ପ୍ରେମ ଦେବା ଏବଂ ଯତ୍ନ ନେବା ପାଇଁ ମନ ଶାନ୍ତ ଏବଂ ସୁସ୍ଥ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନାଚିବା ଦ୍ୱାରା ଯେତେବେଳେ ଶରୀର ହାପି ହର୍ମୋନ୍ କ୍ଷରଣ କରେ, ଏହା କେବଳ ଶରୀରରେ ଶକ୍ତି ବଢାଏ ନାହିଁ ବରଂ ମନର ଚିଡିଚିଡାପଣକୁ ମଧ୍ୟ ଦୂର କରିଥାଏ। ଜଣେ ଯେତେବେଳେ ଖୁସି ଥାଏ, ଲୋକମାନେ ମଧ୍ୟ ତାଙ୍କ ସହିତ ସମୟ ବିତାଇବାକୁ ପସନ୍ଦ କରନ୍ତି।

Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ