Advertisment

ଏଇ ଓଡ଼ିଆ ହୋଟେଲରେ ଖାଇ ଗୋରାଙ୍କୁ ପାନେ ଦେବା ପାଇଁ ପ୍ଲାନ କରିଥିଲେ ନେତାଜୀ; ସେଇଠି ପହଞ୍ଚିଲା ଓଟିଭି

ଏଇଠି ହିଁ ଜଳୁଥିଲା ଖୁଦିରାମ ବୋଷଙ୍କ ବିପ୍ଳବର ବହ୍ନି। ଆଉ ଏସବୁ ପଛରେ ରହିଛି ଓଡ଼ିଆ ଲିଙ୍କ। ୩ ପିଢ଼ି ହେଲା ଚାଲିଛି ଓଡ଼ିଆ ଓ ବଙ୍ଗାଳୀ ଖାଦ୍ୟର ସ୍ୱାଦିଷ୍ଠ ପସରା ।

ଅଦ୍ୟତନ ହୋଇଛି
Odia Hotel in Kolkata

Odia Hotel in Kolkata

Advertisment

ଦିନେ ନେତାଜୀ ଏଇଠି ବସି ଇଂରେଜଙ୍କ ବିରୋଧରେ ଲଢେଇ ପାଇଁ ଯୋଜନା ପ୍ରସ୍ତୁତ କରୁଥଲେ। ଏଇଠି ହିଁ ଜଳୁଥିଲା ଖୁଦିରାମ ବୋଷଙ୍କ ବିପ୍ଳବର ବହ୍ନି। ଆଉ ଏସବୁ ପଛରେ ରହିଛି ଓଡ଼ିଆ ଲିଙ୍କ। ଓଡ଼ିଶାର ଜଣେ ପଣ୍ଡା ଆରମ୍ଭ କରିଥିଲେ ଓଡିଆ ଓ ବଙ୍ଗାଳୀ ଖାଦ୍ୟର ଏକ ସ୍ୱାଦିଷ୍ଠ ପସରା, ଯାହା ୩ ପିଢ଼ି ଧରି ଚାଲି ଆସିଛି।

Advertisment

ଆଜି ବି ଏଠିକି ବହୁ ସଂଖ୍ୟାରେ ଦୁଇ ରାଜ୍ୟର ଲୋକେ ଆସନ୍ତି। ଆଜି ବି ଏଠି ଓଡ଼ିଆରେ ନେମ୍ ପ୍ଲେଟ୍ ରହିଛି, ହୋଟେଲରେ କାମ କରୁଥିବା କର୍ମଚାରୀ ବି ଓଡ଼ିଆ ଶିଖିଛନ୍ତି। ରାଜ୍ୟର ସୀମାରେ ପଡୋଶୀ ଭାଷାର ଦବଦବା ଆମେ ଦେଖିଛୁ କିନ୍ତୁ ଏଠି ଆଜି ବି ବଞ୍ଚି ରହିଛି ଓଡ଼ିଆ ଭାଷା, ଆଜି ବି ଦୋକାନର ମାଲିକ ଗର୍ବରେ କୁହନ୍ତି ସେ ଜଣେ ଓଡ଼ିଆ।

କୋଲକାତାରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା। ବଡ଼ ବଡ଼ ପୂଜା ମଣ୍ଡପରେ ଏ ନେଇ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। କୋଲକାତାର ସନ୍ତୋଷ ମିତ୍ର ଷ୍ଟ୍ରିଟରେ ନିର୍ମାଣ ହୋଇଛି ଅଯୋଧ୍ୟା ରାମ ମନ୍ଦିର ଆକୃତିର ପେଣ୍ଡାଲ। ଯାହାକୁ ନିର୍ମାଣ ଲାଗି ୩ ମାସ ସମୟ ଲାଗିଥିଲା।

Advertisment

କୁହାଯାଏ କୋଲକାତା କେବେ ଶୁଏନି, କୋଲକାତାରେ କେବେ ରାତି ହୁଏନି। ଏହି କଥା ଟା ଯେମିତି ଏକଦମ ସତ। ହାୱଡାର ଏକ ଫୁଲ ମାର୍କେଟ,ଏଠୁ ସାରା ବିଶ୍ୱକୁ ଯାଏ ଫୁଲ। ଭଳି ଭଳିକା କିଛି ଫୁଲର ନାଁ ଆପଣ ମାନେ ଶୁଣିଥିବେ। କିଛି ଆପଣ ମାନେ ଶୁଣିଥିବେ ଆଉ କିଛି ପ୍ରଥମ ଥର ପାଇଁ ଦେଖିଥିବେ। ଟନ୍ ଟନ୍ ଫୁଲ ଏହି ମାର୍କେଟରୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଏ। ଖାଲି ଫୁଲ ନୁହେଁ ଆହୁରି ଅନେକ କିଛି, ଯାହା ଏହି ସ୍ଥାନକୁ ଦେଇଛି ସ୍ୱତନ୍ତ୍ର ପରିଚୟ।

Kolkata Netaji Subhas Chandra Bose Durga Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ