Advertisment

ଗୋଟିଏ ଗୀତ ପାଇଁ ଲକ୍ଷାଧିକ ଟଙ୍କା ନେଇଥାନ୍ତି ଏହି ଗାୟକମାନେ

ବଲିଉଡ୍‌ରେ ଅନେକ ନାମକରା ଗାୟକ ଅଛନ୍ତି ଯେଉଁମାନଙ୍କ ନାମରେ ହିଁ ଗୀତ ଚାଲେ। ଏମାନଙ୍କ ଗୀତକୁ ଲୋକେ ଖୋଜି ଖୋଜି ଶୁଣନ୍ତି। ତେବେ ସେମାନେ ଗୋଟିଏ ଗୀତ ରେକର୍ଡିଂ କରିବାକୁ ଲକ୍ଷ ଲକ୍ଷ ଟଙ୍କା ନେଇଥାନ୍ତି।

Whopping fees these singers charger

Whopping fees these singers charger

Advertisment

ମୁମ୍ବାଇ: ନିକଟରେ ଗାୟକ ସୋନୁ ନିଗମଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଅତୀତରେ ବହୁ ଗାୟକ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବାର ଗୌରବ ମଧ୍ୟ ଅର୍ଜନ କରିଛନ୍ତି ଯାହା କଳା ଏବଂ ମନୋରଞ୍ଜନ କ୍ଷେତ୍ରରେ ସେମାନଙ୍କର ଅପାର ଅବଦାନକୁ ସ୍ମରଣ କରାଏ। ସୋନୁ ନିଗମ୍ ପ୍ରାୟ ତିନି ଦଶନ୍ଧି ଧରି ସବୁଠାରୁ ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରୁ ଜଣେ ହୋଇଥିବା ବେଳେ ଆହୁରି ଅନେକ ଗାୟକ ମଧ୍ୟ ଅଛନ୍ତି ଯେଉଁମାନଙ୍କର ମନୋରଞ୍ଜନ କ୍ଷେତ୍ରରେ ପ୍ରମୁଖ ଅବଦାନ ରହିଛି।

Advertisment

ଆଜିର ଅନେକ ବଲିଉଡ୍‌ର ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରେ ଶ୍ରେୟା ଘୋଷାଲ, ନେହା କକ୍କର, ବାଦଶାହ ପ୍ରମୁଖଙ୍କ ନାମ ଆସେ। ଏମାନଙ୍କ ଗୀତ ପ୍ରାୟ ସୁପରହିଟ୍ ହୁଏ। କହିବାକୁ ଗଲେ ସେମାନଙ୍କ ନାଁରେ ହିଁ ଗୀତ ଚାଲେ। କିନ୍ତୁ ଆପଣ ଜାଣନ୍ତି କି ଏହି ଗାୟକମାନେ ଗୋଟିଏ ଗୀତ ରେକର୍ଡିଂ ପାଇଁ କେତେ ଚାର୍ଜ କରନ୍ତି? ତେବେ ଆସନ୍ତୁ ସେ ବିଷୟରେ ନଜର ପକେଇନେବା।

ନେହା କକ୍କର:

ବଲିଉଡ୍ ଦୁନିଆ ନେହା କକ୍କରଙ୍କ ବିନା ଚିନ୍ତା କରାଯାଇ ନପାରେ। ଏହି ଗାୟିକା ଗୋଟିଏ ଗୀତ ରେକର୍ଡିଂ କରିବାକୁ ହାଇ ଚାର୍ଜ ନେଇଥାନ୍ତି। ସୂଚନା ଅନୁଯାୟୀ ନେହା ଗୋଟିଏ ଗୀତ ପାଇଁ ୧୫-୧୮ ଲକ୍ଷ ଟଙ୍କା ଚାର୍ଜ କରନ୍ତି।

Advertisment

ଅରିଜିତ ସିଂହ:

ବଲିଉଡ୍‌ର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଗାୟକମାନଙ୍କ ମଧ୍ୟରୁ ଅରିଜିତ ସିଂ ଅନ୍ୟତମ। ରିପୋର୍ଟ ଅନୁଯାୟୀ, ଗୋଟିଏ ଗୀତ ପାଇଁ ଅରିଜିତ ସିଂ ୧୮ରୁ ୨୦ ଲକ୍ଷ ଟଙ୍କା ନେଇଥାନ୍ତି।

ବାଦଶାହ:

ଗାୟକ ବାଦଶାହଙ୍କୁ କିଏ ବା ନ ଜାଣେ। ତାଙ୍କ ଗୀତ ତ ସମସ୍ତଙ୍କ ଜିଭ ଅଗରେ ହିଁ ଥାଏ। ସେ ମଧ୍ୟ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଗାୟକଙ୍କ ତାଲିକାରେ ଅଛନ୍ତି। ତାଙ୍କ ନାଁରେ ଅନେକ ହିଟ୍ ଗୀତ ଥିବାବେଳେ ତାଙ୍କର ସବୁଠାରୁ ଅଧିକ ଫଲୋର୍ସ ଅଛନ୍ତି ଓ ତାଙ୍କୁ ବହୁ ଲୋକ ଶୁଣନ୍ତି। ସେ ଗୋଟିଏ ଗୀତ ପାଇଁ ୧୮-୨୦ ଲକ୍ଷ ଟଙ୍କା ଚାର୍ଜ କରୁଥିବା ଜଣାଯାଏ।

Advertisment

ମୀକା ସିଂହ:

ଅଧିକ ଟଙ୍କା ଚାର୍ଜ କରୁଥିବା ଗାୟକମାନଙ୍କ ମଧ୍ୟରେ ମିକା ସିଂହ ମଧ୍ୟ ଆସନ୍ତି। ସୂଚନା ମୁତାବକ ଗୋଟିଏ ଗୀତ ଗାଇବା ପାଇଁ ଏହି ପଞ୍ଜାବୀ ଗାୟକ ୨୦ ରୁ ୨୨ ଲକ୍ଷ ଟଙ୍କା ଚାର୍ଜ କରନ୍ତି।

ମୋହିତ ଚୌହାନ:

କଣ୍ଠଶିଳ୍ପୀ ମୋହିତ ଚୌହାନଙ୍କ ଗୀତର ମଧ୍ୟ ଅନେକ ପ୍ରଶଂସକ ଅଛନ୍ତି। ସେ ଅଧ୍ୟ ବଲିଉଡ୍‌କୁ ଅନେକ ଲୋକପ୍ରିୟ ଗୀତ ଦେଇଛନ୍ତି। ସେ ପ୍ରତି ଗୀତକୁ ୧୫-୧୭ ଲକ୍ଷ ଟଙ୍କା ନେଉଥିବା ଜଣାଯାଏ।

ଶ୍ରେୟା ଘୋଷାଲ୍:

ସବୁଠାରୁ ଲୋକପ୍ରିୟ ମହିଳା ପ୍ଲେ-ବ୍ୟାକ୍ ଗାୟକମାନଙ୍କ ମଧ୍ୟରୁ ଶ୍ରେୟା ଘୋଷାଲ ଜଣେ। ତାଙ୍କ ଚାର୍ଜ ତ ସବୁ ଗାୟକଙ୍କ ଠାରୁ ଉପରେ। କୁହାଯାଏ ଯେ ସେ ପ୍ରତି ଗୀତ ପିଛା ୨୫-୨୭ ଲକ୍ଷ ଟଙ୍କା ଚାର୍ଜ କରି ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଗାୟିକା ହୋଇଛନ୍ତି।

ସୁନିଧି ଚୌହାନ:

Sunidhi-Chauhanସୁନିଧି ଚୌହାନ

ରିପୋର୍ଟ ଅନୁଯାୟୀ, ଗୋଟିଏ ଗୀତ ରେକର୍ଡ କରିବା ପାଇଁ ସୁନୀଧି ଚୌହାନ ୧୨-୧୬ ଲକ୍ଷ ଟଙ୍କା ଚାର୍ଜ କରୁଛନ୍ତି।

ସୋନୁ ନିଗମ:

Sonu-Nigamସୋନୁ ନିଗମ

ବଲିଉଡର ଅତି ପରିଚିତ ନାଁ ହେଉଛି ସୋନି ନିଗମ। କୁହାଯାଏ ଗାୟକ ସୋନୁ ଗୋଟିଏ ଗୀତ ପାଇଁ ୧୧-୧୫ ଲକ୍ଷ ଟଙ୍କା ନେଇଥାନ୍ତି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ