Advertisment

କିଏ ହେବ ସୌରଭ ଗାଙ୍ଗୁଲି, ଚାଲିଛି ଚର୍ଚ୍ଚା

ନିକଟ ଅତୀତରେ ବଲିଉଡରେ ବାୟୋପିକ୍ସର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶେଷକରି ସ୍ପୋର୍ଟ୍ସ ବାୟୋପିକ୍ ବହୁତ ଚର୍ଚ୍ଚାରେ ରହିଛି। ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକ୍ ହେଉ ବା ମହମ୍ମଦ ଅଜହରୁଦ୍ଦିନଙ୍କ ‘ଅଜହର’, ଖେଳାଳିଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ଦର୍ଶକଙ୍କୁ ଖୁବ ଭଲ ଲାଗିଛି। ଏହି ସମୟରେ କ୍ରିକେଟ୍ ଜଗତର ଆଉ ଜଣେ ଖେଳାଳି ଅଛନ୍ତି, ଯାହାର ବାୟୋପିକ୍ ଉପରେ ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି।

Biopic on Ganguly

Biopic on Ganguly

Advertisment

ମୁମ୍ବାଇ: ନିକଟ ଅତୀତରେ ବଲିଉଡରେ ବାୟୋପିକ୍ସର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶେଷକରି ସ୍ପୋର୍ଟ୍ସ ବାୟୋପିକ୍ ବହୁତ ଚର୍ଚ୍ଚାରେ ରହିଛି। ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକ୍ ହେଉ ବା ମହମ୍ମଦ ଅଜହରୁଦ୍ଦିନଙ୍କ ‘ଅଜହର’, ଖେଳାଳିଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ଦର୍ଶକଙ୍କୁ ଖୁବ ଭଲ ଲାଗିଛି। ଏହି ସମୟରେ କ୍ରିକେଟ୍ ଜଗତର ଆଉ ଜଣେ ଖେଳାଳି ଅଛନ୍ତି, ଯାହାର ବାୟୋପିକ୍ ଉପରେ ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସମ୍ପ୍ରତି, ଲଭ୍ ଫିଲ୍ମସ୍ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ପ୍ରଡ୍ୟୁସ୍ କରିବାକୁ ଯାଉଛି ବୋଲି ଖବରକୁ ନିଶ୍ଚିତ କରିଛି।

Advertisment
Ranveer Kapoorରଣବୀର କପୁର

ଏହି ଖବର ସାମ୍ନାକୁ ଆସିବା ପରେ ସୌରଭ ଗାଙ୍ଗୁଲିଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ କିଏ ଅଭିନୟ କରିବେ ତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗାଙ୍ଗୁଲି ଅନୁଭବ କରୁଛନ୍ତି ଯେ ରଣବୀର କପୁର ଏହି ଚରିତ୍ରକୁ ଠିକ୍ ଭାବରେ କରିବାକୁ ସକ୍ଷମ ହେବେ। କିନ୍ତୁ ଗାଙ୍ଗୁଲିଙ୍କ ପ୍ରଶଂସକମାନେ ବିଶ୍ୱାସ କରନ୍ତି ଯେ ବଙ୍ଗଳା ଅଭିନେତା ପରମବ୍ରତ ଚାଟାର୍ଜୀ ଦାଦାଙ୍କ ବାୟୋପିକ୍ ପାଇଁ ଉପଯୁକ୍ତ ହେବେ।

Advertisment

ଜୁଲାଇ ୧୩ ରେ, ଚଳଚ୍ଚିତ୍ର ନିର୍ମାତା ଲଭ୍‌ ରଂଜନ କ୍ରିକେଟ୍‌ର କିମ୍ବଦନ୍ତୀ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ଘୋଷଣା କରିଥିଲେ। ତେବେ ଫିଲ୍ମରେ ମୁଖ୍ୟ ଭୂମିକା ପାଇଁ କାଷ୍ଟିଂ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ। କିନ୍ତୁ, ଏହାରି ଭିତରେ ଶୁଣିବାକୁ ମିଳୁଛି ଯେ ରଣବୀର କପୁର କିମ୍ବା ହ୍ରିତିକ ରୋଶନ ବାୟୋପିକ ପାଇଁ ପୂର୍ବତନ ଭାରତୀୟ ଅଧିନାୟକଙ୍କ ସ୍ଥାନ ନେଇ ପାରନ୍ତି।

Hritik-Ranveerହ୍ରିତିକ୍-ରଣବୀର

ଏକ ସାକ୍ଷାତକାରରେ, ଯେତେବେଳେ ଦାଦାଙ୍କୁ ତାଙ୍କ ଚରିତ୍ରରେ କିଏ ଫିଟ୍ ହେବ ବୋଲି ପଚରାଯାଇଥିଲା, ସେ କହିଥିଲେ ଯେ ଏହା ଏକ ସୃଜନଶୀଳ କଳା। ତେବେ ରଣବୀର କପୁର ତାଙ୍କ ବାୟୋପିକ୍ ପାଇଁ ଠିକ୍ ହେବେ ବୋଲି ସେ କହିଥିଲେ। ତେବେ ଫିଲ୍ମର କାଷ୍ଟିଂ ପରେ କିଏ ଏହି ଭୂମିକା ପାଇଁ ଉପଯୁକ୍ତ ତାହା ଜଣାପଡିବ।

Advertisment
Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ