Advertisment

କ’ଣ ଏହି IMDbରେଟିଂ, ଯିଏ ସ୍ଥିର କରୁଛି ହିଟ୍ ଓ ଫ୍ଲପ୍ ଫିଲ୍ମ

ଆଇଏମ୍‌ଡିବି କ’ଣ? ଏହା କେବେ ଓ କିପରି ଆରମ୍ଭ ହେଲା? କିଏ ଏହାର ପ୍ରତିଷ୍ଠାତା? ଏହା କିପରି ବିଭିନ୍ନ ଫିଲ୍ମର ସମୀକ୍ଷା କରେ? ଜାଣିବା ପାଇଁ ପଢନ୍ତୁ…

What is imdb rating which decides the scale of the hit and flop of a film

What is imdb rating which decides the scale of the hit and flop of a film

Advertisment

ଗଲା ସପ୍ତାହରେ ମୁକ୍ତିଲାଭ କରିଥିବା ବିବେକ ଅଗ୍ନିହୋତ୍ରୀଙ୍କ ‘ଦ କାଶ୍ମୀର ଫାଇଲ୍ସ’ ଲଗାତର ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଉଇ ରହିଛି। ରିଲିଜ ହେବା ପର ଠାରୁ ଏହି ଫିଲ୍ମ ଅନେକ ରେକର୍ଡକୁ ଭାଙ୍ଗିସାରିଲାଣି। ଖାଲି ଏତିକି ନୁହେଁ, ଫିଲ୍ମର ଲୋକପ୍ରିୟତା ବଢିବାକୁ ଦେଖି ଏହାର ସ୍କ୍ରିନ୍ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି। ନିକଟରେ ଆଇଏମ୍‌ଡିବିର ଫିଲ୍ମ ଗଣନା ରେଟିଂକୁ ନେଇ ବିବେକ ଅଗ୍ନିହୋତ୍ରୀ ପ୍ରଶ୍ନ ଉଠାଇ ନିଜର କ୍ରୋଧ ଜାହିର କରିଥିଲେ।

Advertisment

ରେଟିଂକୁ ନେଇ ଉତ୍ତେଜନା ପରେ, ଆଇଏମ୍‌ଡିବି ରେଟିଂ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ଆଇଏମ୍‌ଡିବିରେ ଦିଆଯାଇଥିବା ରେଟିଂ ଯେକୌଣସି ଚଳଚ୍ଚିତ୍ର, ସିରିଜ୍ କିମ୍ବା ଅନ୍ୟାନ୍ୟ ହିଟ୍ କିମ୍ବା ସୁପର୍‌ହିଟ୍ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏପରି ପରିସ୍ଥିତିରେ, ଆଇଏମ୍‌ଡିବି ରେଟିଂ ବିଷୟରେ ସମସ୍ତ ଜିନିଷ ଜାଣିବା ଜରୁରୀ।

ଆଇଏମ୍‌ଡିବିର ସମ୍ପୂର୍ଣ୍ଣ ଫର୍ମ ହେଉଛି ଇଣ୍ଟର୍‌ନେଟ୍ ମୁଭି ଡାଟାବେସ୍(IMDb)। ଏହା ଏକ ଇଣ୍ଟରନେଟ୍ ଡାଟାବେସ୍, ଯେଉଁଠାରେ ପଞ୍ଜୀକୃତ ଉପଭୋକ୍ତାମାନେ ରେଟିଂ ଏବଂ ସମୀକ୍ଷା ଦେଇଥାନ୍ତି। ଏହା ଏକ ଅନ୍‌ଲାଇନ୍ ଡାଟାବେସ୍ ଯାହା ଦର୍ଶକଙ୍କୁ କଳାକାର, ଫିଲ୍ମ, ଟିଭି ପ୍ରୋଗ୍ରାମ୍‌ ଏବଂ ଭିଡିଓ ଗେମ୍ ବିଷୟରେ ବିଭିନ୍ନ ସୂଚନା ପ୍ରଦାନ କରିଥାଏ।

Advertisment

ବିଶ୍ୱର ସର୍ବବୃହତ ଡାଟାବେସ୍ କୁହାଯାଉଥିବା ଆଇଏମ୍‌ଡିବି ପାଖରେ ସାରା ବିଶ୍ୱର ଫିଲ୍ମ, ଟିଭି ପ୍ରୋଗ୍ରାମ୍, ୱେବ୍ ସିରିଜ୍ ଇତ୍ୟାଦି ବିଷୟରେ ସୂଚନା ରହିଛି। ଏହା ବ୍ୟତୀତ ଆଗାମୀ ଫିଲ୍ମ ଏବଂ ସେସବୁର ସମୀକ୍ଷା, ବାୟୋଗ୍ରାଫୀ ଭଳି ତଥ୍ୟ ମଧ୍ୟ ରହିଛି।

ଲୋକଙ୍କ ମଧ୍ୟରେ IMDb ରେଟିଂ ଏତେ ଲୋକପ୍ରିୟ ଯେ ଏହାର ମୂଲ୍ୟାୟନ ଏବଂ ସମୀକ୍ଷାଗୁଡିକ ବିଭିନ୍ନ ସିରିଜ୍, ଫିଲ୍ମ ଇତ୍ୟାଦିର ସଫଳତା କିମ୍ବା ବିଫଳତାର ମାପ ଭାବରେ ବିବେଚନା କରାଯାଏ। ୧୯୯୦ ମସିହାରେ "ଦୋଜ୍ ଆଇଜ୍" ନାମରେ ଏହା ଆରମ୍ଭ ହୋଇଥିଲା। ଏହା ଏକ ଇଂରାଜୀ ଫିଲ୍ମ ପ୍ରଶଂସକ ଏବଂ କମ୍ପ୍ୟୁଟର ପ୍ରୋଗ୍ରାମର୍ କର୍ଣ୍ଣେଲ ନିଦ୍ଧମଙ୍କ ଦ୍ୱାରା ନିର୍ମିତ।

Advertisment

ପରେ ୧୯୯୮ରେ ଏହାକୁ ଆମାଜନ କିଣିଥିଲା। ୧୯୯୩ରେ ଏହା କାର୍ଡିଫ୍ ଇଣ୍ଟରନେଟ୍ ମୁଭି ଡାଟାବେସ୍ ନାମରେ ୱାର୍ଲ୍ଡ ୱାଇଡ୍ ୱେବ୍ ପୋର୍ଟାଲରେ ଚାଲିଲା। ପରେ ୧୯୯୬ରେ IMDb ୟୁନାଇଟେଡ୍ କିଙ୍ଗ୍‌ଡମ୍‌ରେ ସାମିଲ୍ ହେଲା ଏବଂ କର୍ଣ୍ଣେଲ ନିଦ୍ଧମଙ୍କ ମାଲିକାନାରେ ଥିବା ଇଣ୍ଟରନେଟ୍ ମୁଭି ଡାଟାବେସ୍ ଲିମିଟେଡ୍ ହୋଇଗଲା।

ପରେ ୧୯୯୮ରେ, ଆମାଜନ୍‌ ଡଟ୍ କମ୍ ପ୍ରତିଷ୍ଠାତା, ମାଲିକ ତଥା ସିଆଇଓ ଜେଫ୍ ବେଜୋସ୍ ନିଦ୍ଧମ୍ ଓ ଅନ୍ୟାନ୍ୟ ପ୍ରମୁଖ ଅଂଶୀଦାରମାନଙ୍କଠାରୁ IMDb କିଣିନେଲା। ପରେ ଜେଫ୍ ବେଜୋସ୍ ଏହାକୁ ଏକ ସହାୟକ ଘରୋଇ କମ୍ପାନୀ ଭାବରେ ଆମାଜନରେ ମିଶେଇ ଦେଲେ। ବର୍ତ୍ତମାନ IMDbରେ ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ଅନେକ ଫିଲ୍ମ, ଟିଭି ଶୋ, ୱେବ୍ ସିରିଜ୍‌କୁ ୧ରୁ ୧୦ ମଧ୍ୟରେ ରେଟିଂ ଦିଆଯାଉଛି।

ଏହି ରେଟିଂ ଅନୁଯାୟୀ, କେଉଁ ଫିଲ୍ମ ଓ ୱେବ୍ ସିରିଜ୍ ସଫଳ ହେଲା କି ବିଫଳ ଦେଲା ତାହା ଦେଖାଯାଏ। IMDb ପାଖରେ ଟପ ୨୫୦ ଚଳଚ୍ଚିତ୍ରର ଏକ ତାଲିକା ଅଛି, ଯେଉଁଥିରେ ୨୨ ଫେବୃଆରୀ ୨୦୨୨ରେ ଫ୍ରାଙ୍କ ଡାରାବଣ୍ଟଙ୍କ ନିର୍ଦ୍ଦେଶିତ ‘ଦ ଶଶାଙ୍କ ରିଡେମ୍ପଶନ’ ଏକ ନମ୍ବର ସ୍ଥାନରେ ରହିଛି।

ଏହା ସହିତ, ଏକ ପଞ୍ଜୀକୃତ ଉପଭୋକ୍ତା ମଧ୍ୟ ଏଥିରେ ନିୟମିତ ଭୋଟ୍ ଦେଇପାରିବେ। ରେଟିଂ ଦେଇଥିବା ଉପଭୋକ୍ତାଙ୍କ ନାମ ମଧ୍ୟ ଗୁପ୍ତ ରହିବ। IMDbରେ ଯେକୌଣସି ୱେବ୍ ସିରିଜ୍ କିମ୍ବା ଭିଡିଓ ଗେମ୍ ସମୀକ୍ଷା କରିବାକୁ, ଆପଣ www.imdb.com ରେ ଏକ ଆକାଉଣ୍ଟ୍ ତିଆରି କରିପାରିବେ। ଏହା ବ୍ୟତୀତ, ଅନେକ କଳାକାର ଓ ଫିଲ୍ମ ଜଗତ ସହିତ ଜଡିତ ଲୋକମାନେ ବାର୍ଷିକ ଶୁଳ୍କ ଦେଇ IMDbରେ ସେମାନଙ୍କର ରିଜ୍ୟୁମ୍ ଏବଂ ଫଟୋ ମଧ୍ୟ ପୋଷ୍ଟ କରିପାରିବେ। IMDbର ବାର୍ଷିକ ସଦସ୍ୟତା ଦେୟ ପାଖାପାଖି ୧୧,୫୦୦ଟଙ୍କା।

Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ