Advertisment

ସିନେମା ହଲରେ ହାଉସଫୁଲ, ଏବେ ଫ୍ରିରେ ଦେଖନ୍ତୁ ପୁଷ୍କରା

ପ୍ରେମିକର ନାଁ ପୁଷ୍କରା। ଯିଏ ଶପଥ ନିଏ କେବେ ବିବାହ କରିବନି। ହେଲେ କ’ଣ ପାଇଁ ?

ଅଦ୍ୟତନ ହୋଇଛି
Pushkara Odia Movie Review 2023

OTV

Advertisment

ନୀଳକଣ୍ଠ ଆଉ ସୁନନ୍ଦା। ଗୋଟିଏ ସୁନ୍ଦର କାହାଣୀର ଦୁଇ ପ୍ରେମ ପକ୍ଷୀ। କିଶୋର ବୟସରେ ସାରା ଆକାଶକୁ ନିଜ ଡେଣାରେ ମାପିନିଅନ୍ତି ସେମାନେ। ବିବାହ କରିବାକୁ ମନସ୍ଥିର କରନ୍ତି। ହେଲେ ଜାତିବାଦର କୃର ପ୍ରଥା ସେମାନଙ୍କ ଡେଣା କାଟି ପକାଏ। ସୁନନ୍ଦା ନିଜ ଜାତିର ଗୋଟିଏ ସମ୍ଭାନ୍ତ ପୁଅକୁ ବିଭା ହୁଏ, ଆଉ ନୀଳକଣ୍ଠ ! ନୀଳକଣ୍ଠ ନିଷ୍ପତ୍ତି ନିଏ ସେ ପୁଷ୍କରା ହେବ। ମଣିଷ ପରି ନୁହେଁ ଗୋଟେ ଶବର ପରିଚୟ ନେଇ ଜୀବନ ବଞ୍ଚିବ। ଆଜୀବନ ଅବିବାହିତ ରହିବ। ଦିବଙ୍ଗତ ମଣିଷମାନଙ୍କ ପାଇଁ ମୋକ୍ଷ ପଥର ଯାତ୍ରାରେ ସାରଥି ହେବ।

Advertisment

ଏମିତି କିଛି କାହାଣୀକୁ ନେଇ ଗତି କରିଛି ତରଙ୍ଗ ସିନେ ପ୍ରଡକ୍ସନର ଓଡ଼ିଆ ସିନେମା ପୁଷ୍କରା। ସାରା ଓଡ଼ିଶା ତଥା ଓଡ଼ିଶା ବାହାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ସବ୍ୟସାଚୀ ଓ ସୁପ୍ରିୟାଙ୍କ ଅଭିନୟ ଦର୍ଶକ ଦେଖିଛନ୍ତି। ଏହାର ଲୋକପ୍ରିୟତା ଆକାଶ ଛୁଇଁଛି। ସିନେମା ହଲରେ ହାଉସଫୁଲ ଚାଲିବା ପରେ ଏବେ ଏହା ତରଙ୍ଗ + ଓଟିଟି ପ୍ଲାଟଫର୍ମରେ ଉପଲ୍ବବ୍ଧ ହୋଇଛି। OTT ଫ୍ଲାଟଫର୍ମରେ ଦର୍ଶକ ଏହାକୁ ସମ୍ପୁର୍ଣ୍ଣ ମାଗଣା ଦେଖିପାରିବେ।    

Tarang Plus Odia Movies Tarang Cine Production
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ