Advertisment

ଅମିଷା ପଟେଲଙ୍କ ନାଁରେ ୱାରେଣ୍ଟ୍; ଡିସେମ୍ବର ୪ରେ ହାଜର ନିର୍ଦ୍ଦେଶ

ବଲିଉଡ ଅଭିନେତ୍ରୀ ଅମିଷାଙ୍କ ବିରୋଧରେ ୱାରେଣ୍ଟ୍ । ଭୋପାଲ୍ ଜିଲ୍ଲା କୋର୍ଟ ଅମିଷାଙ୍କ ବିରୋଧରେ ଚେକ୍ ବାଉନ୍ସ ୱାରେଣ୍ଟ୍ ଜାରି କରିଛନ୍ତି। ଜାଣନ୍ତୁ ଅମିଷା କାହିଁକି ଫସିଲେ।

Warrant against bollywood actress Amisha Patel

Warrant against bollywood actress Amisha Patel

Advertisment

ମୁମ୍ବାଇ: ଅଡୁଆରେ ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ। ଭୋପାଲ୍ ଜିଲ୍ଲା କୋର୍ଟ ଅମିଷାଙ୍କ ବିରୋଧରେ ଚେକ୍ ବାଉନ୍ସ ମାମଲାରେ ଜାମିନଯୋଗ୍ୟ ୱାରେଣ୍ଟ୍ ଜାରି କରିଛନ୍ତି। କୋର୍ଟ ଅମିଷାଙ୍କୁ ଡିସେମ୍ବର ୪ରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟୁଟିଏଫ୍ ଟେଲିଫିଲ୍ମ ପ୍ରାଇଭେଟ୍ ଲିମିଟେଡ୍ ଅମିଷାଙ୍କ ଉପରେ ୩୨ ଲକ୍ଷ ୨୫ ହଜାର ଟଙ୍କାର ଚେକ୍ ବାଉନ୍ସ କେସ ଲଗେଇଛି।

Advertisment
Warrant against bollywood actress Amisha Patelଅମିଷା ପଟେଲଙ୍କ ନାଁରେ ୱାରେଣ୍ଟ୍; ଡିସେମ୍ବର ୪ରେ ହାଜର ନିର୍ଦ୍ଦେଶ

ଅଭିଯୋଗ ମୁତାବକ ଅମିଷା ଓ ତାଙ୍କ କମ୍ପାନୀ M/S ଅମିଷା ପଟେଲ୍ ପ୍ରଡକ୍ସନ୍‌ ୟୁଟିଏଫ୍ ଟେଲିଫିଲ୍ମ ପ୍ରାଇଭେଟ୍ ଲିମିଟେଡ୍‌ରୁ ଫିଲ୍ମ ତିଆରି କରିବା ନେଇ ୩୨ ଲକ୍ଷ ୨୫ ହଜାର ଟଙ୍କା ଉଧାର ନେଇଥିଲେ। ଏନେଇ କମ୍ପାନୀକୁ ଦିଆଯାଇଥିବା ଦୁଇଟି ଚେକ୍ ବାଉନ୍ସ ହୋଇଯାଇଛି।

ୟୁଟିଏଫ୍ ଟେଲିଫିଲ୍ମ ପ୍ରାଇଭେଟ୍ ଲିମିଟେଡ୍‌ର ଓକିଲ ରବି ପନ୍ଥଙ୍କ ଅନୁସାରେ ପ୍ରଥମ ଶ୍ରେଣୀ ଜିଲ୍ଲା ନ୍ୟାୟାଧୀଶ ରବି କୁମାର ବୋରାସୀ ଅମିଷା ପଟେଲଙ୍କ ବିରୋଧରେ ଜାମିନଯୁକ୍ତ ୱାରେଣ୍ଟ୍ ଜାରି କରିଛନ୍ତି। ସେ ହିଁ ୟୁଟିଏଫ୍ ଟେଲିଫିଲ୍ମ ପ୍ରାଇଭେଟ୍ ଲିମିଟେଡ୍‌ ତରଫରୁ ଭୋପାଲ୍ କୋର୍ଟରେ ମାମଲା ଜାରି କରିଥିଲେ। ସେ କହିଥିଲେ ଯେ ଅମିଷା ଜାମିନଯୁକ୍ତ ୱାରେଣ୍ଟ୍ ନେବା ପରେ ଯଦି ଡିସେମ୍ବର ୪ ତାରିଖରେ ଜିଲା ନ୍ୟାୟାଳୟରେ ଉପସ୍ଥିତ ନ ହୁଅନ୍ତି ତେବେ ଗିରଫଦାରୀ ୱାରେଣ୍ଟ୍ କରାଯାଇପାରେ।

Advertisment

ଭୋପାଲ ବ୍ୟତୀତ ଅମିଷାଙ୍କ ବିରୋଧରେ ଇନ୍ଦୋରରେ ମଧ୍ୟ ୧୦ ଲକ୍ଷ ଟଙ୍କା ଚେକ ବାଉନ୍ସ ମାମଲା କେସ୍‌ କରାଯାଇଛି। ଅଭିଯୋଗ ମୁତାବକ ଅମିଷା ଇନ୍ଦୋରର ପିଙ୍କ୍ ସିଟିରେ ରହୁଥିବା ନିଶା ଛିପାଙ୍କ ଠାରୁ ମଧ୍ୟ ଫିଲ୍ମ ନିର୍ମାଣ କରିବା ନାମରେ ୧୦ ଲକ୍ଷ ନଗଦ ଟଙ୍କା ନେଇଥିଲେ। ଏନେଇ ଦିଆଯାଇଥିବା ଚେକ୍ ମଧ୍ୟ ଇନ୍ଦୋରସ୍ଥିତ ବ୍ୟାଙ୍କରେ ବାଉନ୍ସ ହୋଇଥିଲା।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ