Advertisment

ପଦ୍ମଭୂଷଣ ଗ୍ରହଣ କରିବା ପୂର୍ବରୁ ଚାଲିଗଲେ ଗାୟିକା ବାଣୀ ଜୟରାମ

ଆଉ ନାହାନ୍ତି ଦିଗ୍‌ଗଜ ଗାୟିକା ବାଣୀ ଜୟରାମ। ୭୮ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ଚଳିତ ବର୍ଷ ସେ ପଦ୍ମଭୂଷଣ ପାଇବା ନେଇ ଘୋଷଣା ହୋଇଥିଲା। ଓଡିଆ ଚଳଚ୍ଚିତ୍ର ଜଗତକୁ ତାଙ୍କ ଅବଦାନ ଅତୁଳନୀୟ।

ଅଦ୍ୟତନ ହୋଇଛି
Veteran singer vani jairam passed away

Veteran singer vani jairam passed away

Advertisment

ଦିଗ୍‌ଗଜ ଗାୟିକା ବାଣୀ ଜୟରାମଙ୍କ ଚେନ୍ନାଇରେ ଦେହାନ୍ତ ହୋଇଛି। ନିଜ ଘରେ ତାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ପୋଲିସ୍ ସୂଚନା ଅନୁସାରେ ତାଙ୍କ ମୁଣ୍ଡରେ କ୍ଷତ ଚିହ୍ନ ରହିଛି। ତେବେ ପୋଲିସ୍ ଶବକୁ ନିଜ ଅଧିନକୁ ନେଇ ପୋଷ୍ଟମର୍ଟମ ପାଇଁ ପଠେଇଛି।

Advertisment

ତାଙ୍କୁ ଚଳିତ ବର୍ଷ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ନେଇ ଘୋଷଣା କରାଯାଇଥିଲା। ନିକଟରେ ପଦ୍ମ ପୁରସ୍କାର ତାଲିକା ପ୍ରକାଶ ପାଇଛି। ବାଣୀ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ଓଡିଆ ଏବଂ ରାଜସ୍ଥାନ ସମେତ ୧୮ ଭାରତୀୟ ଭାଷାରେ ୧୦ ହଜାରରୁ ଅଧିକ ଗୀତ ଗାଇଥିଲେ। ସେ ଇଣ୍ଡଷ୍ଟ୍ରୀରେ ଜଣେ ଗାୟିକା ଭାବେ ୫୦ ବର୍ଷ ପୂରା କରିଥିଲେ।

Advertisment

ବାଣୀ ଗାଇଥିବା ଗୀତ ମଧ୍ୟରେ 'ହମ୍‌କୋ ମନ୍ କି ଶକ୍ତି ଦେନା' ଏବେ ବି ଲୋକଙ୍କ ମୁହଁରେ ରହିଛି। ସେହିପରି ସେ ଗାଇଥିବା ଓଡିଆ ଗୀତ ‘ମେଘ ବରଷିଲା ଟୁପୁରୁ ଟୁପୁରୁ’ ଆଜିବି ଲୋକଙ୍କ ମନରେ ଗୁଞ୍ଜରଣ ସୃଷ୍ଟି କରେ। ତାଙ୍କୁ ୩ ଥର ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଚଳିତ ବର୍ଷ  ସେ ପଦ୍ମ ଭୂଷଣ ଗ୍ରହଣ କରିଥାନ୍ତେ। ଏହି ଅବସ୍ଥାରେ ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି।

Advertisment

ବାଣୀ ଜୟରାମ ଭିନ୍ନ ଭିନ୍ନ ଶିଳ୍ପ ସହ ଜଡିତ ଅନେକ ବଡ ବଡ ସଂଗୀତକାରଙ୍କ ସହ କାମ କରିଛନ୍ତି ଏବଂ ଚିରସବୁଜ ଗୀତ ମଧ୍ୟ ଦେଇଛନ୍ତି। ସେ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ହିନ୍ଦୀ, ଉର୍ଦ୍ଦୁ, ମରାଠୀ, ବଙ୍ଗାଳୀ, ଭୋଜପୁରୀ ଏବଂ ଓଡିଆରେ ଅନେକ ଗୀତ ଗାଇଛନ୍ତି। ସେ ଖାଲି ଦେଶରେ ନୁହେଁ ବିଦେଶରେ ମଧ୍ୟ ଖୁବ୍ ପରିଚିତ। ଏଥିସହ ତାଙ୍କୁ ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ ଏବଂ ଓଡିଶାରୁ ରାଜ୍ୟ ପୁରସ୍କାର ମଧ୍ୟ ମିଳିଛି।

ନିକଟରେ ବାଣୀ ଜୟରାମ ଜଣେ ବୃତ୍ତିଗତ ଗାୟିକା ଭାବରେ ୫୦ ବର୍ଷ ପୂରଣ କରିଥିଲେ ଏବଂ ୧୦ ହଜାରରୁ ଅଧିକ ଗୀତ ରେକର୍ଡ କରିଥିଲେ। ସେ ଏମ୍‌ଏସ୍‌ ଇଲିୟାରାଜା, ଆର୍‌ଡି ବର୍ମନ, କେ.ଭି ମହାଦେବନ, ଓପି ନାୟାର ଏବଂ ମଦନ ମୋହନଙ୍କ ସମେତ ଅନ୍ୟ ପ୍ରସିଦ୍ଧ ସଂଗୀତକାରଙ୍କ ସହ କାମ କରିଥିଲେ।

ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ବାଣୀ ସେହି ପରିବାରରେ ବିବାହ କରିଥିଲେ ଯେଉଁଠାରେ ସଙ୍ଗୀତର ପ୍ରଚାର ପ୍ରସାର କରାଯାଉଥିଲା। ତାଙ୍କ ଶାଶୁ ମଧ୍ୟ ଜଣେ ଗାୟିକା ଥିଲେ। ତାଙ୍କ ଭାଉଜ ଏନ୍‌. ରାଜମ୍ ଜଣେ ଭାୟୋଲିନ୍ ବାଦକ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିଲେ।

୧୯୬୯ ମସିହାରେ ଜୟରାମଙ୍କୁ ବିବାହ କରିବା ପରେ ବାଣୀ ମୁମ୍ବାଇ ପଳେଇ ଯାଇଥିଲେ। ସେ ଏକ ବ୍ୟାଙ୍କ୍‌ରେ ଜଣେ କର୍ମଚାରୀ ଭାବେ କାମ କରୁଥିଲେ। ତାଙ୍କ ସ୍ୱାମୀ ତାଙ୍କୁ ସଙ୍ଗୀତ ଜଗତରେ ଆଗକୁ ବଢାଇବା ନେଇ ସାଥ୍ ଦେଉଥିଲେ। ସେ ଆଜି ଏହି ସ୍ଥାନରେ ପହଞ୍ଚିବାରେ ତାଙ୍କ ସ୍ୱାମୀଙ୍କର ବିଶେଷ ଅବଦାନ ରହିଥିଲା।

Padma Bhushan Awards
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ