Advertisment

Veteran Ollywood actor Uttam Mohanty: ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର

ଉତ୍ତମ ମହାନ୍ତିଙ୍କ ନିକଟରେ ତାଙ୍କ ପରିବାର ଓ ସଂପର୍କୀୟ ଥିବାବେଳେ ତାଙ୍କ ପୁଅ ଅଭିନେତା ବାବୁସାନ ମହାନ୍ତି ଫିଲ୍ମ ସୁଟିଂ ପାଇଁ କେନ୍ଦୁଝରରେ ଥିବାର ଜଣାଯାଇଛି।

ଅଦ୍ୟତନ ହୋଇଛି
Uttam Mohanty

Uttam Mohanty

Advertisment

ଭେଟେରାନ ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ICUରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାଯାଇଛି। ଅଧିକ ଚିକିତ୍ସା ପାଇଁ ଉତ୍ତମ ମହାନ୍ତିଙ୍କୁ ବାହାର ରାଜ୍ୟକୁ ଏୟାର ଆମ୍ବୁଲାନ୍ସ କରାଯିବ ବୋଲି ସୂଚନା ରହିଛି।

Advertisment

ଉତ୍ତମ ମହାନ୍ତି ପଟିଆରେ ଥିବା ଏକ ଘରୋଇ ହସପିଟାଲକୁ ରେଗୁଲାର ଚେକ୍‌ଅପ୍‌ ପାଇଁ ଆସିଥିଲେ। ଚେକ୍‌ଅପ୍‌ ସମୟରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା।

ଉତ୍ତମ ମହାନ୍ତିଙ୍କ ନିକଟରେ ତାଙ୍କ ପରିବାର ଓ ସଂପର୍କୀୟ ଥିବା ବେଳେ ତାଙ୍କ ପୁଅ ଅଭିନେତା ବାବୁସାନ ମହାନ୍ତି ତାଙ୍କ ପାଖରେ ଏବେ ଉପସ୍ଥିତ ନାହାନ୍ତି। ସେ ଫିଲ୍ମ ସୁଟିଂ ପାଇଁ କେନ୍ଦୁଝରରେ ଥିବା ଜଣାଯାଇଛି।

Advertisment

ଉତ୍ତମ ମହାନ୍ତି ୧୯୭୭ ମସିହାରେ  'ଅଭିମାନ' ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେ ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ।ଏହାପରେ ଉତ୍ତମ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଥିଲେ। ତିନିବର୍ଷ ପରେ ପୁଣି 'ପତିପତ୍ନୀ' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହା ପରେ ସେ ଆଗକୁ ଆଗକୁ ମାଡି ଚାଲିଥିଲେ । 

ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମିତ ଉତ୍ତମ ମହାନ୍ତି ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ତାଙ୍କ ପତ୍ନୀ ଅପରାଜିତା ମହାନ୍ତି ମଧ୍ୟ ଜଣେ ସୁପ୍ରସିଦ୍ଧ ଅଭିନେତ୍ରୀ । 

Advertisment

ଉତ୍ତମ ମହାନ୍ତିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମନୋଜ ସାହୁ କହିଛନ୍ତି, ଏୟାର ଆମ୍ବୁଲାନ୍ସରେ ଉତ୍ତମ ମହାନ୍ତିଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ଚାଲିଛି। କେଉଁଠି ଏୟାର ଆମ୍ବୁଲାନ୍ସ କରାଯିବ କଥାବାର୍ତ୍ତା ଚାଲିଛି। ଭଲରେ କିପରି ସ୍ଥାନାନ୍ତର କରାଯିବ ସେନେଇ ବ୍ୟବସ୍ଥା କରାଯାଉଛି। ୩ରୁ ୪ ଦିନ ହେବ ଉତ୍ତମ ସାର ଚିକିତ୍ସାଧୀନ ଅଛନ୍ତି। 

Ollywood Uttam Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ