Advertisment

୪୦ କୋଟି ଟଙ୍କାର ସୁନାର ପୋଷାକ ପିନ୍ଧିଲେ ସୁନ୍ଦରୀ ଉର୍ବଶୀ

ସୁନାର ପୋଷାକରେ ଚମକିଲେ ସୁନ୍ଦରୀ ଉର୍ବଶୀ ରୌତେଲା। ଏହାର ମୂଲ୍ୟ ୪୦ କୋଟି ଟଙ୍କା ବୋଲି କୁହାଯାଉଛି। ଆରବ ଫ୍ୟାଶନ ସପ୍ତାହରେ ଉର୍ବଶୀ ଏକ ଶୋ ଷ୍ଟପର୍ ରାମ୍ପ୍‌ରେ ନିଜର ଚମତ୍କାର ଦେଖେଇଛନ୍ତି।

Urvashi Rautela wore 40 crore real gold dress

Urvashi Rautela wore 40 crore real gold dress

Advertisment

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟ ଉର୍ବଶୀ ରୌତେଲା ଜଣେ। ସେ ତାଙ୍କ ଚଳଚ୍ଚିତ୍ର ଅପେକ୍ଷା ତାଙ୍କ ଚେହେରା ଓ ପୋଷାକକୁ ନେଇ ବେଶି ଚର୍ଚ୍ଚାରେ ରହିଥାନ୍ତି। ସେ ସବୁବେଳେ ତାଙ୍କ ଷ୍ଟାଇଲ୍‌କୁ ନେଇ ପ୍ରଶଂସକଙ୍କ ହୃଦୟ ଜିତିଥାନ୍ତି। କିନ୍ତୁ, ଏଥର ସେ କେବଳ ତାଙ୍କ ଲୁକ୍‌ରେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିନାହାଁନ୍ତି, ବରଂ ତାଙ୍କ ନାମରେ ଏକ ସଫଳତା ଯୋଡି ହୋଇଯାଇଛି। ଆରବ ଫ୍ୟାଶନ ୱିକ୍‌ରେ ଅଂଶ ଗ୍ରହଣ କରିବାରେ ଉର୍ବଶୀ ହେଉଛନ୍ତି ପ୍ରଥମ ଭାରତୀୟ, ଯିଏ ଦୁଇଥର ଏହି ଫ୍ୟାଶନ ସପ୍ତାହରେ ଅଂଶ ଗ୍ରହଣ କରିଛନ୍ତି।

Advertisment

ସବୁଠାରୁ ବିଶେଷ ଆକର୍ଷଣ ହେଉଛି ଏହି ସମୟରେ ଉର୍ବଶୀ ପିନ୍ଧିଥିବା ପୋଷାକ। ଏହା ମାମୁଲି କପଡା ନୁହେଁ ବରଂ ସୁନାରେ ତିଆରି ହୋଇଥିଲା। ଏହାର ମୂଲ୍ୟ ୪୦ କୋଟି ଟଙ୍କା ବୋଲି କୁହାଯାଉଛି। ଆରବ ଫ୍ୟାଶନ ସପ୍ତାହରେ ଉର୍ବଶୀ ଏକ ଶୋ ଷ୍ଟପର୍ ରାମ୍ପରେ ନିଜର ଚମତ୍କାର ଦେଖେଇଥିଲେ। ସେ ତାଙ୍କ ଷ୍ଟାଇଲ୍‌ରେ ଉପସ୍ଥିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେ ନିଜର ଚେହେରା ଏବଂ ଆତ୍ମବିଶ୍ୱାସ ଯୋଗୁଁ ଅନେକ ପ୍ରଶଂସା ପାଇଛନ୍ତି। ଉର୍ବଶୀ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଲୁକ୍‌ର ଝଲକ ମଧ୍ୟ ସେୟାର କରିଛନ୍ତି।

ଭିଡିଓରେ ଉର୍ବଶୀଙ୍କୁ ସୁନାର ପୋଷାକରେ ଦେଖିବାକୁ ମିଳେ। ଡିପ୍ କଟ୍ କଟା ସ୍ଲିଟ୍ ଗାଉନରେ ଉର୍ବଶୀ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ସୁନାରେ ଆବୃତ ଅଛନ୍ତି। ବେଲୁନ୍ ସ୍ଲିଭ୍ ଲମ୍ବା ପୋଷାକ ତାଙ୍କ ଚେହେରାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି। ତାଙ୍କର ଏହି ଲମ୍ବା ପୋଷାକଟି ଚଟାଣକୁ ଛୁଇଁବା ଭଳି। ଖାଲି ସେତିକି ନୁହେଁ ସେ ତାଙ୍କ ମୁଣ୍ଡରେ ଯେଉଁ ହେଡ୍‌ଗିୟର ପିନ୍ଧିଛନ୍ତି ତାହା ମଧ୍ୟ ସୁନା ଓ ହୀରାରେ ତିଆରି କରାଯାଇଛି। ଉର୍ବଶୀଙ୍କ ଏହି ଲୁକ୍ ଫ୍ୟାଶନ୍ ଡିଜାଇନର୍ ଫର୍ନେ ୱାନ୍ ଆମାଟୋଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା, ଯାହାକୁ ଅନେକ କରତାଳି ମିଳିଛି।

Advertisment

ଅମାଟେ ପୂର୍ବରୁ ବିୟାନ୍ସ ଓ ଜେନିଫର ଲୋପେଜଙ୍କ ପରି ସେଲିବ୍ରିଟିମାନଙ୍କ ପାଇଁ ଡ୍ରେସ୍‌ ଡିଜାଇନ୍ କରିଛନ୍ତି। ମିସ୍ ୟୁନିଭର୍ସ ୨୦୨୧ରେ ବିଚାରପତି ଭାବରେ ଯୋଗଦେବାକୁ ନେଇ ଉର୍ବଶୀ ରୌତେଲା ଚର୍ଚ୍ଚାରେ ଥିଲେ। ଏଠାରେ ମଧ୍ୟ ସେ ନିଜ ଲୁକ୍ ଦ୍ୱାରା ହଇଚଇ ଖେଳେଇଥିଲେ।

Advertisment

କାମର କଥା ଆଲୋଚନା କଲେ ଉର୍ବଶୀଙ୍କୁ ଆରବ ସୁପର୍‌ଷ୍ଟାର୍‌ ମୋହମ୍ମଦ ରମାଦାନଙ୍କ ସହ 'ଭର୍ସେଚେ ବେବି' ଗୀତରେ ଦେଖିବାକି ମିଳିଥିଲା। ଏଥିରେ ତାଙ୍କର ଜବରଦସ୍ତ ନାଚ ସମସ୍ତଙ୍କ ହୃଦୟ ଜିତିଥିଲା। ଏବେ ତାଙ୍କୁ ଖୁବ୍ ଶୀଘ୍ର ୱେବ୍ ସିରିଜ୍ 'ଇନ୍ସପେକ୍ଟର ଅବିନାଶ'ରେ ରଣଦୀପ ହୁଡାଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ସେ ଥ୍ରୀଲର 'ବ୍ଲାକ୍ ରୋଜ' ଏବଂ 'ଥିରୁଟୁ ପାୟଲେ ୨'ର ହିନ୍ଦୀ ରିମେକ୍‌ରେ ମୁଖ୍ୟ ଭୂମିକାରେ ମଧ୍ୟ ନଜର ଆସିବେ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ