Advertisment

Viral: ନଣ୍ଡା ହୋଇଗଲେ ଉର୍ଫି; ଲୋକେ କହିଲେ ସିଝା ଅଣ୍ଡା ଭଳି ଲାଗୁଛି

ସୋସିଆଲ ମିଡିଆ ସେନ୍‌ସେସ୍ ଉର୍ଫି ଜାଭେଦ ପୁଣିଥରେ ତାଙ୍କ ଚେହେରା ଦ୍ୱାରା ଲୋକଙ୍କୁ ଚକିତ କରିଛନ୍ତି। ଏଥର ସେ ଏମିତି କିଛି କରିଛନ୍ତି ଯାହାକୁ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହେବ। ତାଙ୍କ ପ୍ରଶଂସକମାନେ ତ ଭାବୁଛନ୍ତି ସେମାନେ ବୋଧହୁଏ ସ୍ୱପ୍ନ ଦେଖୁଛନ୍ତି।

ଅଦ୍ୟତନ ହୋଇଛି
Urfi Javed Bald Look viral photo

Urfi javed bald look photo viral on social media

Advertisment

ସୋସିଆଲ ମିଡିଆ ସେନ୍‌ସେସ୍ ଉର୍ଫି ଜାଭେଦ ପୁଣିଥରେ ତାଙ୍କ ଚେହେରା ଦ୍ୱାରା ଲୋକଙ୍କୁ ଚକିତ କରିଛନ୍ତି। ଏଥର ସେ ଏମିତି କିଛି କରିଛନ୍ତି ଯାହାକୁ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହେବ। ତାଙ୍କ ପ୍ରଶଂସକମାନେ ତ ଭାବୁଛନ୍ତି ସେମାନେ ବୋଧହୁଏ ସ୍ୱପ୍ନ ଦେଖୁଛନ୍ତି।

Advertisment

ଉର୍ଫିଙ୍କ ଏହି ନୂଆ ଲୁକ୍‌କୁ ବିଶ୍ୱାସ କରିବା କଷ୍ଟକର। ଏଥର ତାଙ୍କର ଅବସ୍ଥା ସଂପୂର୍ଣ୍ଣ ବଦଳି ଯାଇଛି। ବର୍ତ୍ତମାନ ସେ କୌଣସି ପ୍ରକାରର ପ୍ଲାଷ୍ଟିକ୍ ସର୍ଜରୀ କରିନାହାଁନ୍ତି, ଏହା ସତ୍ତ୍ୱେ ସେ ପୂର୍ବଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛନ୍ତି।

ଏହି ଫଟୋରେ ଉର୍ଫି ନଣ୍ଡା ହୋଇଛନ୍ତି। ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ସମ୍ପୂର୍ଣ୍ଣ ଚକିତ ହୋଇଯାଇଛନ୍ତି। ତାଙ୍କର ଏହି ଫଟୋ ଇଣ୍ଟର୍‌ନେଟ୍‌ରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Advertisment

ଅଧିକ ପଢ଼ନ୍ତୁ: ଡାକ୍ତରଖାନା ବେଡ୍‌ରେ ସେନ୍ସର ଗାର୍ଲ ଉର୍ଫି ଜାଭେଦ; ଚିନ୍ତାରେ ପ୍ରଶଂସକ

ଏହି ଭାଇରାଲ୍ ଫଟୋରେ ଉର୍ଫି କାର୍ ସିଟ୍ ଉପରେ ବସି ଏକ ସେଲଫି ନେଉଛନ୍ତି ଏବଂ ତାଙ୍କ ନଣ୍ଡା ଲୁକ୍‌କୁ ଦେଖାଉଛନ୍ତି। ଏଥିରେ ସେ କୌଣସି ବୋଲ୍ଡ ଡ୍ରେସ୍ ପିନ୍ଧି ନାହାନ୍ତି। ସେ ଏକ ସରଳ ଟ୍ୟାଙ୍କ୍ ଟପ୍ ପିନ୍ଧିଛନ୍ତି କିନ୍ତୁ ଏହି ଫଟୋରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଜିନିଷ ହେଉଛି ଉର୍ଫିଙ୍କ ଚୁଟି। ତେବେ ସେ କାହିଁକି ହଠାତ୍ ନିଜ ଚୁଟି ସହିତ ଏମିତି କଲେ ବୋଲି ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି।

Advertisment

ତେବେ ଉର୍ଫି ଜାଭେଦଙ୍କ ଏହି ନଣ୍ଡା ଅବତାର ଦେଖି ଲୋକମାନେ କମେଣ୍ଟ ଦେବାକୁ ନିଜକୁ ଅଟକାଇ ପାରୁ ନାହାନ୍ତି। କେହି କେହି ତାଙ୍କୁ ପରିହାସ କରୁଛନ୍ତି ତ ଆଉ କେହି ତାଙ୍କ ବିଷୟରେ ଚିନ୍ତିତ ହୋଇପଡିଛନ୍ତି। ଅନେକ ମଦ୍ୟ ତାଙ୍କର ଏହି ରୂପକୁ ଖୁବ ପସନ୍ଦ କରୁଛନ୍ତି।

ଆଉ ଜଣେ ଲେଖିଛନ୍ତି, 'ହେ ପ୍ରଭୁ, ଏ କ’ଣ ହେଲା? ଏହା କିପରି ହେଲା?' ଆଉ ଜଣେ ଲେଖିଛନ୍ତି, ‘ଆଜି ଜଣାପଡିଲା, ଉର୍ଫିଙ୍କର ଭଉଣୀ ଅଛି’। ଆଉ କେହି କହିଛନ୍ତି ‘ସିଝା ଅଣ୍ଡା ଭଳି ଲାଗୁଛି’। ଏହାରି ଭିତରେ ତାଙ୍କର ଜଣେ ଫ୍ୟାନ୍ ଲେଖିଛନ୍ତି, ‘ଉର୍ଫିଙ୍କ ପାଖରେ ସାହସ ଅଛି।’ ଅନ୍ୟ ଜଣେ ପ୍ରଶ୍ନ କରିଛନ୍ତି, ‘ଏ କେମିତିଆ ଫ୍ୟାସନ?’

Viral Video Urfi Javed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ