Advertisment

୨୦୨୩ ରେ ଆସୁଛି ଏହିସବୁ ଫିଲ୍ମର ଦମଦାର୍ ସିକ୍ୱେଲ୍‌; ଦର୍ଶକଙ୍କ ମନ କିଣିବ

ଦର୍ଶକମାନେ ସେମାନଙ୍କର କିଛି ପ୍ରିୟ ଫିଲ୍ମର ସିକ୍ୱେଲକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ୨୦୨୩ ମସିହାରେ, ଅନେକ ଫିଲ୍ମକୁ ନେଇ ଦର୍ଶକଙ୍କ ଏହି ଇଚ୍ଛା ପୂରଣ ହେବାକୁ ଯାଉଛି। ଅନେକ ବ୍ଲକବଷ୍ଟର ଫିଲ୍ମର ସିକ୍ୱେଲ୍ ଚଳିତ ବର୍ଷ ଆସିବାକୁ ଯାଉଛି। ଆସନ୍ତୁ ଜାଣିବା...

Upcoming movies sequels 2023 in theatre

Upcoming movies sequels 2023 in theatre

Advertisment

ଯେତେବେଳେ କୌଣସି ଏକ ଫିଲ୍ମ ଦର୍ଶକଙ୍କ ଠାରୁ ପ୍ରଚୁର ଭଲ ପାଇବ ପାଏ, ସେତେବେଳେ ଏହାର ସିକ୍ୱେଲ ହେବାର ସମ୍ଭାବନା ମଧ୍ୟ ବଢିଯାଏ। ଦର୍ଶକମାନେ ସେମାନଙ୍କର କିଛି ପ୍ରିୟ ଫିଲ୍ମର ସିକ୍ୱେଲକୁ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ୨୦୨୩ ମସିହାରେ, ଅନେକ ଫିଲ୍ମକୁ ନେଇ ଦର୍ଶକଙ୍କ ଏହି ଇଚ୍ଛା ପୂରଣ ହେବାକୁ ଯାଉଛି। ଅନେକ ବ୍ଲକବଷ୍ଟର ଫିଲ୍ମର ସିକ୍ୱେଲ ଚଳିତ ବର୍ଷ ଆସିବାକୁ ଯାଉଛି। ଆସନ୍ତୁ ଜାଣିବା...

Advertisment

'ଗଦର ୨'

ଅଭିନେତା ସନ୍ନି ଦେଓଲ ଏବଂ ଅଭିନେତ୍ରୀ ଅମିଶା ପଟେଲଙ୍କ ୨୦୦୧ର ଚଳଚ୍ଚିତ୍ର 'ଗଦର ଏକ୍‌ ପ୍ରେମ୍‌ କଥା' ସେତେବେଳେ ଜବରଦସ୍ତ ହିଟ୍ ହୋଇଥିଲା। ବର୍ତ୍ତମାନ ପ୍ରାୟ ୨୨ ବର୍ଷ ପରେ ଏହି ଚଳଚ୍ଚିତ୍ରର ସିକ୍ୱେଲ 'ଗଦର ୨' ର ଆସିବାକୁ ଯାଉଛି। ଖବର ଅନୁଯାୟୀ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ମଧ୍ୟଭାଗରେ ମୁକ୍ତିଲାଭ କରିପାରେ। ପୁଣି ଥରେ ସନ୍ନି ଦେଓଲଙ୍କ ଦମଦାର ଷ୍ଟାଇଲ୍ ଏଥିରେ ଦେଖାଯିବ। ନିକଟରେ ଫିଲ୍ମର ସନ୍ନି ଦେଓଲଙ୍କ ପ୍ରଥମ ଲୁକ୍ ଭାଇରାଲ୍‌ ହୋଇଥିଲା, ଯେଉଁଥିରେ ସେ ଏକ ବଳଦଗାଡିର ଚକକୁ ଉପରେ ଧରି ବୁଲାଉଥିବା ନଜର ଆସିଥିଲେ।

'ସିଂଘମ୍ ୩'

ରୋହିତ ଶେଟ୍ଟୀଙ୍କ ଚର୍ଚ୍ଚିତ ସୁପରହୀଟ୍ ଫିଲ୍ମ 'ସିଂଘମ୍' ସିରିଜ୍‌ର ପରବର୍ତ୍ତୀ ସଂସ୍କରଣ ବା 'ସିଂଘମ୍ ୩'

Advertisment

ମଧ୍ୟ ଚଳିତ ବର୍ଷ ମୁକ୍ତିଲାଭ କରିବ। ଅଜୟ ଦେବଗନଙ୍କୁ ପୁଣି ଥରେ ଏହି ଫିଲ୍ମରେ ପୋଲିସ୍ ଭୂମିକାରେ ଦେଖିବାକୁ ମିଳିବ। ଏହି ସିରିଜର 'ସିଂଘମ୍ ୨' ଦର୍ଶକଙ୍କୁ ମଧ୍ୟ ପସନ୍ଦ ଆସିଥିଲା। ବର୍ତ୍ତମାନ ପ୍ରଶଂସକମାନେ ଏହାର ତୃତୀୟ ସଂସ୍କରଣ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

'ଟାଇଗର ୩'

'ଏକ ଥା ଟାଇଗର୍‌' (୨୦୨୨) ଏବଂ 'ଟାଇଗର ଜିନ୍ଦା ହୈ' (୨୦୧୭) ର ସଫଳତା ପରେ ନିର୍ମାତା ଏହାର ତୃତୀୟ ସଂସ୍କରଣ 'ଟାଇଗର ୩' ନେଇ ଆସୁଛନ୍ତି। ଏହା ୨୦୨୩ ବର୍ଷର ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଏହି ଚଳଚ୍ଚିତ୍ରରେ ସଲମାନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ବ୍ୟତୀତ ଇମ୍ରାନ ହାଶ୍‌ମୀ ମଧ୍ୟ ନଜର ଆସିବେ। ଏଥିରେ ଅନେକ ଆକ୍ସନ୍ ଦୃଶ୍ୟ ଦେଖିବାକୁ ମିଳିବ। ଖବର ଅନୁଯାୟୀ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଇଦ୍‌ରେ ପ୍ରେକ୍ଷାଳୟକୁ ଆସିବ।

Advertisment

'ଓଃ ମାଏ ଗଡ୍ ୨'

ଅକ୍ଷୟ କୁମାର ଏବଂ ପରେଶ ରାୱଲଙ୍କ ଅଭିନୀତ ୨୦୧୨ର ଚଳଚ୍ଚିତ୍ର ''ଓଃ ମାଏ ଗଡ୍'ର ସିକ୍ୱେଲ' 'ଓଃ ମାଏ ଗଡ୍ ୨' ଚଳିତ ବର୍ଷ ପରଦାକୁ ଆସିବ। ଦ୍ୱିତୀୟ ଭାଗରେ ଅକ୍ଷୟ କୁମାରଙ୍କ ସହ ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏବେସୁଦ୍ଧା ଅମିତ ରାୟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରାଯାଇ ନାହିଁ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ଭୂମିକାରେ ନଜର ଆସିବେ।

'ଡ୍ରିମ୍ ଗାର୍ଲ ୨'

୨୦୧୯ ମସିହାରେ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ 'ଡ୍ରିମ୍ ଗାର୍ଲ' ଦର୍ଶକଙ୍କ ମନ କିଣିଥିଲା। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସିକ୍ୱେଲ ଆସୁଛି। ‘ଡ୍ରିମ୍ ଗାର୍ଲ ୨' ରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ଅନନ୍ୟା ପାଣ୍ଡେଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର ୨୯ ଜୁନ୍ ୨୦୨୩ରେ ମୁକ୍ତିଲାଭ କରିବ।

'ଫୁକ୍‌ରେ ୩'

'ଫୁକ୍‌ରେ' (୨୦୧୩) ଏବଂ 'ଫୁକ୍‌ରେ ରିଟର୍ନ୍ସ' (୨୦୧୭) ଚଳଚ୍ଚିତ୍ର ପରେ, ବର୍ତ୍ତମାନ ଏହାର ତୃତୀୟ ସଂସ୍କରଣ 'ଫୁକ୍‌ରେ ୩' ମଧ୍ୟ ଚଳିତ ବର୍ଷ ଦର୍ଶକଙ୍କ ନିକଟରେ ପହଞ୍ଚିବ। ଏଥିରେ ମଞ୍ଜୋତ୍ ସିଂ, ବରୁଣ ଶର୍ମା, ପୁଲକିତ ସମ୍ରାଟ, ରିଚା ଚଢାଙ୍କ ଭଳି ତାରକା ନଜର ଆସିବେ।

Bollywood Bollywood Sequels
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ