Advertisment

ଦିନେ ଦି’ ଓଳି ଦୁଇ ମୁଠା ଖାଇବାକୁ ମିଳୁ ନଥିଲା; ଏବେ ୧୦୦ କୋଟି ସମ୍ପତ୍ତିର ମାଲିକ

ଭାଗ୍ୟ କେତେବେଳେ ଯେ ଚମକି ଉଠେ ତାହା କେହି କହିପାରିବେ ନାହିଁ। ଭାଗ୍ୟ ଖୋଲିଲେ ତ ଭିକାରୀ ବି ରାଜ ସିଂହାସନରେ ବସିପାରେ। ଆମ ବଲିଉଡ୍ ଦୁନିଆରେ ମଧ୍ୟ ଏମିତି ଅନେକ କାହାଣୀ ଅଛି ଯେଉଁମାନଙ୍କ ପିଲା ଦିନ ବହୁ କଷ୍ଟରେ ବିତିଛି। ସେହି ତାଲିକାରେ ଅଛନ୍ତି ଅନ୍ନୁ କପୁର।

Unknown and interesting facts of Annu Kapoor

Unknown and interesting facts of Annu Kapoor

Advertisment

ନୂଆଦିଲ୍ଲୀ: ଆଜି ଅଭିନେତା ତଥା କାହାଣୀକାର ଅନ୍ନୁ କପୁରଙ୍କ ଜନ୍ମଦିନ। ମଧ୍ୟପ୍ରଦେଶର ଭୋପାଳରେ ଜନ୍ମ ହୋଇଥିବା ଅନ୍ନୁ କପୁରଙ୍କ ପ୍ରକୃତ ନାମ ଅନିଲ କପୁର। ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ୪୦ ବର୍ଷ ପୂରଣ କରିଥିବା ଅନ୍ନୁ କପୁର ୨୩ ବର୍ଷ ବୟସରେ ତାଙ୍କର ପ୍ରଥମ ଭୂମିକା ଗ୍ରହଣ କରିଥିଲେ। ବାସ୍ତବରେ, ଅନ୍ନୁ କପୁର ଏକ ନାଟକରେ ୭୦ ବର୍ଷ ବୟସ୍କା ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କର ଏହି ଅଭିନୟକୁ ଯେତେବେଳେ ଶ୍ୟାମ ବେନେଗାଲ ଦେଖିଥିଲେ ତାଙ୍କ ଚଳଚ୍ଚିତ୍ର ‘ମଣ୍ଡି’ ପାଇଁ ତାଙ୍କୁ ସାଇନ୍ କରେଇ ନେଇଥିଲେ। ତେବେ ଅନ୍ନୁ କପୁର ତାଙ୍କର ପ୍ରକୃତ ପରିଚୟ ଦୂରଦର୍ଶନର ଏକ ଶୋ’ ଅନ୍ତାକ୍ଷରୀରୁ ପାଇଥିଲେ।

Advertisment

ଚା’ ବିକ୍ରି କରି ପରିବାର ଚଳଉଥିଲେ:

ଅନ୍ନୁ କପୁରଙ୍କ ପଞ୍ଜାବୀ ପିତା ଗଳିକନ୍ଦି ବୁଲି ଅଭିନୟ କରୁଥିଲେ। ସେହିପରି ତାଙ୍କର ବଙ୍ଗାଳୀ ମାତା ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଥିଲେ ଏବଂ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ। କିନ୍ତୁ ଉଭୟଙ୍କ ରୋଜଗାର ଏତେ କମ ଥିଲା ଯେ ପରିବାର ଚଳିବାରେ ବାଧା ହେଉଥିଲା। ଏନେଇ ଅନ୍ନୁ କେତେବେଳେ ଷ୍ଟଲ୍‌ରେ ଚା’ ବିକି କିମ୍ବା ବେଳେବେଳେ ଲଟେରୀ ଟିକେଟ୍‌ ବିକି ରୋଜଗାର କରୁଥିଲେ।

ମା’ଙ୍କ ଯୋଗୁଁ ଘର ଛାଡିଲେ:

ଏକ ସାକ୍ଷାତକାରରେ ଅଭିନେତା ଅନ୍ନୁ କପୁର କହିଥିଲେ ଯେ ତାଙ୍କ ମା’ଙ୍କ ଉପରେ ରାଗି ସେ ଘରୁ ପଳାଇ ଯାଇଥିଲେ। ଅଭିନେତା କହିଥିଲେ, ସେ ଘର ଛାଡି ଲକ୍ଷ୍ନୌ ପଳେଇ ଆସିଥିଲେ। ସେଠାରେ ବଞ୍ଚିବା ପାଇଁ ସେ ଷ୍ଟେଜ୍ ଶୋ’ କରୁଥିଲେ, ଏନେଇ ତାଙ୍କୁ ପାଞ୍ଚ ଟଙ୍କା ମିଳୁଥିଲା। ଆର୍ଥିକ ଅସୁବିଧା ହେତୁ ତାଙ୍କୁ ଅଧାରୁ ପାଠ ପଢା ଛାଡିବାକୁ ପଡିଲା। କିନ୍ତୁ ପରେ ସେ ଦିଲ୍ଲୀର ନ୍ୟାସ୍‌ନାଲ୍‌ ସ୍କୁଲ ଅଫ୍ ଡ୍ରାମାରେ ଆଡ୍‌ମିଶନ୍‌ ନେଇଥିଲେ। ଏଠାରେ ଏକ ନାଟକ ସମୟରେ ସେ ଶ୍ୟାମ ବେନେଗାଲ୍‌ଙ୍କୁ ଭେଟିଥିଲେ।

Advertisment

ଅନେକ ଚଳଚ୍ଚିତ୍ର ମିଳିଲା, କିନ୍ତୁ ମିଳିଲା ନାହିଁ ମୁଖ୍ୟ ଭୂମିକା:

ଶ୍ୟାମ ବେନେଗାଲଙ୍କ ପ୍ରଥମ ଫିଲ୍ମ ‘ମଣ୍ଡି’ ପରେ ଅନ୍ନୁ କପୁର ଅନେକ ଫିଲ୍ମର ଅଫର ପାଇଲେ। ଏହି ଅଭିନେତା ପଛକୁ ପଛ କାଲା ପଥର, କାନ୍ଦାହାର, ମଶାଲ୍‌, ମିଷ୍ଟର ଇଣ୍ଡିଆ, ଗୁନାହୋଁ କା ଫୈସଲା, ତେଜାବ, ଚାଲ୍‌ବାଜ୍‌ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। କିନ୍ତୁ ସେ କୌଣସି ଫିଲ୍ମରେ ଲିଡ୍ ରୋଡ୍ ପାଇ ନଥିବା ତାଙ୍କ ମନରେ କ୍ଷୋଭ ରହିଯାଇଛି।

କେମିତି ଖୋଲିଲା ଭାଗ୍ୟ:

ଅନ୍ନୁ କପୁରଙ୍କ ଭାଗ୍ୟ ସେତେବେଳେ ଚମକିଥିଲା ଯେତେବେଳେ ସେ ଛୋଟ ପରଦାରେ ପାଦ ଦେଇଥିଲେ। ଏହି ଅଭିନେତା ଟିଭି ଶୋ’ 'ଅନ୍ତାକ୍ଷରୀ'ରେ ହୋଷ୍ଟ୍‌ ଭାବରେ ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ ଏବଂ ଏହିଠାତୁ ତାଙ୍କର ଗ୍ଲାମର ଦୁନିଆର ଯାତ୍ରା ଆରମ୍ଭ ହୋଇଥିଲା।

Advertisment

ଗୋଟିଏ ଫିଲ୍ମ ପାଇଁ ନିଅନ୍ତି କୋଟି କୋଟି:

ଆଜି ଅନ୍ନୁ କପୁର ଗୋଟିଏ ଫିଲ୍ମ ପାଇଁ ୩ରୁ ୪ କୋଟି ଟଙ୍କା ନେଉଛନ୍ତି। ମୁମ୍ବାଇରେ ତାଙ୍କର ନିଜସ୍ୱ ଘର ଅଛି ଏବଂ ତାଙ୍କ ପାଖରେ ଦୁଇଟି କାର୍ ଅଛି। ଦିନେ ଦି’ ଓଳି ଦୁଇ ମୁଠା ଖାଇବାକୁ ପାଉ ନଥିବା ଏହି ଅଭିନେତା ନିଜର ଚେଷ୍ଟା ଓ ସାଧନା ବଳରେ ଏବେ ୧୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଯାଇଛନ୍ତି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ