Tunisha Sharma Death
ଟେଲିଭିଜନ ଅଭିନେତ୍ରୀ ତୁନିଶା ଶର୍ମା ମୃତ୍ୟୁ ମାମଲାରେ ବଢ଼ିବାରେ ଲାଗିଛି ସନ୍ଦେହ । ପୋଲିସ୍ ତୁନିଶାଙ୍କ ସହ-ଅଭିନେତା ସେଜାନ୍ ଖାନଙ୍କୁ ଗିରଫ କରିଛି । ହେଲେ ଉଭୟଙ୍କ ମଧ୍ୟରେ ସମ୍ପର୍କ କଣ ଥିଲା ? କେଉଁ କାରଣ ପାଇଁ ତୁନିଶା ଆତ୍ମହତ୍ୟା କଲେ ସେ କଥା ଏବେ ଯାଏଁ ଜଣାପଡ଼ିନି । ହେଲେ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ସୁଟିଂ କରିଥିଲେ । ସୁଟିଂ ଓ ମେକଅପ୍ ବେଳର ଭିଡିଓ ବି ନିଜ ଇନଷ୍ଟ୍ରାଗ୍ରାମରେ ସେୟାର କରିଥିଲେ ।
ବେଶ୍ ଖୁସି ଓ ବିନ୍ଦାସ ଦେଖା ଯାଉଛନ୍ତି ତୁନିଶା । ହସ ଖୁସିରେ ନିଜ କାମ କରୁଥିବା ଅଭିନେତ୍ରୀ ଜଣକ କିପରି ଆତ୍ମହତ୍ୟା କଲେ ତାକୁ ନେଇ ଫ୍ୟାନ୍ ପ୍ରଶ୍ନ କରିଛନ୍ତି । ସେପଟେ ପୁରା ଘଟଣାକୁ ନେଇ ଏବେ ତଦନ୍ତ କରୁଛି ପୋଲିସ୍ । ଗତକାଲି ମହାରାଷ୍ଟ୍ର ପାଲଘରରେ ସୁଟିଂ ସେଟ୍ରେ ଭ୍ୟାନିଟି ଭ୍ୟାନ୍ ଭିତରୁ ମିଳିଥିଲା ତୁନିଶାଙ୍କ ମୃତଦେହ । ଏ ନେଇ ପରିବାର ଲୋକେ ସେଜାନଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ।
ସୂଚନାଯୋଗ୍ୟ ତୁନିଶା ଟିଭି ସିରିଏଲ ଅଲୀ ବାବା-ଦାସ୍ତା-ଇ-କବୁଲରେ ଅଭିନୟ କରୁଥିଲେ । ଆଉ ଗତକାଲି ସେ ସୁଟିଂ ପାଇଁ ଯାଇଥିବା ବେଳେ ସେଠାରେ ଜୀବନ ହାରିଛନ୍ତି । ନାଇଗାଓଁରେ ଆଜି ସିରିଏଲର ସୁଟିଂ ଚାଲିଥିବା ବେଳେ ସେ ସେଟର ମେକରୁମରେ ରହିଥିଲେ। କିନ୍ତୁ ସେଠାରେ ଥିବା ଫ୍ୟାନ ଦ୍ୱାରା ସେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ । ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ସୁଟିଂ ସେଟ୍ରେ ଥିବା କ୍ରୁ ସଦସ୍ୟ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତୁନିଶା ଫିତୁର ଓ ବାର ବାର ଦେଖୋ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଇଣ୍ଟରନେଟ ୱାଲା ଲଭ, ଇସକ ସୁଭାନାଲ୍ଲା, ଗାୟବ ଓ ଶେର ଇ ପଞ୍ଜାବ ମହାରାଜ ରଣଜୀତ ସିଂହ ଭଳି ଶୋ’ରେ ନଜର ଆସିଥିଲେ। ୨୦ ବର୍ଷୀୟ ତୁନିଶା ଶିଶୁ କଳା ଭାବେ ମଧ୍ୟ କାମ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671945836.jpg)