Advertisment

'ଶେରଶାହ'ର ଟ୍ରେଲର ରିଲିଜ

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଫିଲ୍ମ 'ଶେରଶାହ'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଆଜି ଜୁଲାଇ ୨୫ରେ କରଣ ଜୋହରଙ୍କ ପ୍ରଡକ୍ସନ୍ ଅଧୀନରେ ନିର୍ମିତ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଛି।

'ଶେରଶାହ'ର ଟ୍ରେଲର ରିଲିଜ

Shershaah

Advertisment

ନୂଆଦିଲ୍ଲୀ: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଫିଲ୍ମ 'ଶେରଶାହ'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଆଜି ଜୁଲାଇ ୨୫ରେ କରଣ ଜୋହରଙ୍କ ପ୍ରଡକ୍ସନ୍ ଅଧୀନରେ ନିର୍ମିତ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଛି, ଯାହା କାର୍ଗିଲ ଯୁଦ୍ଧର ହିରୋ କ୍ୟାପ୍‌ଟେନ୍‌ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମଟି OTT ପ୍ଲାଟ୍‌ଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମାଜନ ପ୍ରାଇମ ଭିଡିଓ କାର୍ଗିଲରେ 'କାର୍ଗିଲ ବିଜୟ ଦିବସ'ର ବାର୍ଷିକୀ ଅବସରରେ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରର ରିଲିଜକୁ ଅପେକ୍ଷା କରିଛନ୍ତି। ଫିଲ୍ମର ଟ୍ରେଲର ଦର୍ଶକଙ୍କ ଉତ୍ସାହକୁ ବଢାଇ ଦେଇଛି। କାର୍ଗିଲ ଯୁଦ୍ଧରେ ବିକ୍ରମ ବତ୍ରାଙ୍କ ଅଦମ୍ୟ ସାହସ ପାଇଁ ଭାରତ ସରକାର ତାଙ୍କୁ ପରମବୀର ଚକ୍ର ପ୍ରଦାନ କରିଥିଲେ। କୁହାଯାଏ ଯେ ଯୁଦ୍ଧ ସମୟରେ ତାଙ୍କର କୋଡ୍ ନାମ ଥିଲା 'ଶେରଶାହା'।

Advertisment

ଟ୍ରେଲରଟି ଅତ୍ୟନ୍ତ ଚମତ୍କାର, ଯେଉଁଥିରେ ଯୁଦ୍ଧ ପରିସ୍ଥିତି ସହିତ ବିକ୍ରମଙ୍କ ବ୍ୟକ୍ତିଗତ ଜୀବନର ଝଲକ ଦେଖାଯାଏ। ଏହି ଟ୍ରେଲରରେ ବିକ୍ରମ ବତ୍ରାଙ୍କ ସାହସିକତା ବିଷୟରେ କୁହାଯାଇଛି। ଟ୍ରେଲରଟି ବହୁତ ରୋମାଞ୍ଚକର ହୋଇଛି। ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ବିକ୍ରମ ବତ୍ରା ଭୂମିକାରେ ଅଭିନୟ କରିଛନ୍ତି। ସେ ତାଙ୍କ ଅଭିନୟ ସହିତ ଚରିତ୍ରକୁ ଜୀବନ୍ତ କରିପାରିଛନ୍ତି। ପ୍ରକାଶଥାଉ ଯେ କାର୍ଗିଲ ଯୁଦ୍ଧରେ ୪୮୭୫ ଗୁରୁତ୍ୱପୂର୍ଣ୍ଣ ଶିଖର କବ୍ଜା କରିବା ନେଇ ବିକ୍ରମ ତାଙ୍କ ଜୀବନ ଦେଇଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୨ରେ OTT ରେ ରିଲିଜ ହେବ। ସିଦ୍ଧାର୍ଥ ମଲହୋତ୍ରା ଏହି ଚଳଚ୍ଚିତ୍ରରେ ତାଙ୍କ ଭୂମିକା ବିଷୟରେ ଏକ ବାର୍ତ୍ତାଳାପରେ କହିଥିଲେ ଯେ 'ସେନା ୟୁନିଫର୍ମରେ ଏକ ଭୂମିକା ଗ୍ରହଣ କରିବା ମନକୁ ଗର୍ବରେ ପରିପୂର୍ଣ୍ଣ କରିଥାଏ। ତେବେ ଜଣେ ମହାନ ଯୁଦ୍ଧ ନାୟକ ବିକ୍ରମ ବତ୍ରାଙ୍କ ଭୂମିକା ତୁଲାଇବା ଏକ ବଡ଼ ଦାୟିତ୍ୱ ଥିଲା।

Advertisment
Bollywood Shershaah V/s Major
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ