Advertisment

ଇତିହାସର ସ୍ୱର୍ଣ୍ଣାକ୍ଷରର କାହାଣୀ କହିବ ‘83’

୧୯୮୩ର କଥା। ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍‌ରେ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଐତିହାସିକ ବିଜୟ ହାସଲ କରିଥିଲା। ଏହି ଚର୍ଚ୍ଚିତ, ରୋମାଞ୍ଚକର ଘଟଣାକୁ ନେଇ ନିର୍ମାଣ ହୋଇଛି ହିନ୍ଦୀ ଫିଲ୍ମ ‘83’ । ଶୁକ୍ରବାର ଏହା ଦେଶରେ ୨ ହଜାରରୁ ଅଧିକ ରିଲିଜ୍ ହେବ।

Tomorrow release of 83

Tomorrow release of 83

Advertisment

ମୁମ୍ବାଇ (ପ୍ରସନଜିତ୍ ରାୟ): ୨୫ ଜୁନ୍ ୧୯୮୩, ବିଶ୍ୱ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲେଖାଯାଇଥିଲା ଭାରତୀୟ କ୍ରିକେଟ୍ ଟିମ୍‌ର୍ ନାଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍‌ରେ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଐତିହାସିକ ବିଜୟ ହାସଲ କରିଥିଲା। ଏହି ଚର୍ଚ୍ଚିତ, ରୋମାଞ୍ଚକର ଓ ପ୍ରତିଟି ଭାରତୀୟଙ୍କୁ ଗର୍ବିତ କରିଥିବା ଘଟଣାକୁ ନେଇ ନିର୍ମାଣ ହୋଇଛି ହିନ୍ଦୀ ଫିଲ୍ମ ‘83’ । ଆସନ୍ତାକାଲି ତଥା ଶୁକ୍ରବାର ଏହା ଦେଶରେ ୨ ହଜାରରୁ ଅଧିକ ସ୍କିନ୍‌ରେ ହିନ୍ଦୀ, ତେଲୁଗୁ, ତାମିଲ ଭାଷାରେ ରିଲିଜ୍ ହେବ। ଏହାକୁ ବିଦେଶରେ ମଧ୍ୟ ରିଲି କରାଯିବ।

Advertisment

୧୯୮୩ ମସିହାରେ ବିଶ୍ୱକପ୍‌ର ସେହି ସ୍ୱର୍ଣ୍ଣିମ ଇତିହାସକୁ ପରଦାରେ ଅତି ନିଖୁଣ ଭାବେ ପରିବେଷଣ କରାଯାଇଛି। ଫିଲ୍ମରେ ରିୟଲ୍ ଲାଇଫ୍ ଯୋଡ଼ି ରଣବୀର ସିଂହ ଓ ଦୀପିକା ପାଦୁକୋନ ରିଲ୍ ଲାଇଫ୍‌ରେ ବି ଏକାସାଙ୍ଗେ ନଜର ଆସିବେ। କ୍ୟାପ୍‌ଟେନ୍ କପିଲ ଦେବଙ୍କ ଚରିତ୍ରରେ ରଣବୀର ଅଭିନୟ କରିଥିବା ବେଳେ ଦୀପିକା କପିଲଙ୍କୁ ପତ୍ନୀ ରୋମୀ ଦେବୀଙ୍କ ଚରିତ୍ରରେ ଦେଖିବାକୁ ମିଳିବ। କପିଲ ଦେବଙ୍କ ଭଳି କଥା, ଠାଣି ଓ ଫିଲ୍ଡରେ ଚମକ ଆଦି ସବୁକୁ ପରଦାରେ ଅବିକଳ ଉତାରିବାକୁ ଚେଷ୍ଟା କରିଛନ୍ତି ରଣବୀର। କେବଳ ରଣବୀର କାହିଁକି, ସୁନୀଲ ଗାଭାସ୍କରଙ୍କ ଭୂମିକାରେ ତାହିର ରାଜ ଭାସିନ୍, ମହିନ୍ଦର ଅମରନାଥଙ୍କ ଭୂମିକାରେ ସାକିବ୍ ସଲିମ୍, ସଞ୍ଜୀବ ପାଟିଲଙ୍କ ଭୂମିକାରେ ତାଙ୍କ ପୁଅ ଚିରାଗ ପାଟିଲ ଅଭିନୟ କରିଛନ୍ତି। ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ମ୍ୟାଚ୍, କପିଲଙ୍କ କ୍ୟାଚ୍‌ଙ୍କ ସମେତ ଅନେକ ଅଭୁଲା ସ୍ମୃତି ଫିଲ୍ମ ଜରିଆରେ ପୁଣି ତାଜା ହେବ।

ଫିଲ୍ମର ପ୍ରମୋସନ୍ ମୁମ୍ବାଇଠୁ ଆରମ୍ଭ କରି ଦୁବାଇ ଯାଏଁ ହୋଇଛି। ବୁର୍ଜ ଖଲିଫାରେ ପ୍ରଦର୍ଶିତ ହୋଇଛି ଏହାର ଟ୍ରେଲର୍‌। ଏହି ଗ୍ରାଣ୍ଡ୍‌ ସେଲିବ୍ରେସନ୍‌ରେ ଫିଲ୍ମର ସମସ୍ତ ଅଭିନେତା, ଅଭିନେତ୍ରୀଙ୍କ ସମେତ ‘83’ ଟିମ୍‌ର ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ମୁମ୍ବାଇ ସ୍ପେଶାଲ୍ ସ୍ପିନିଂରେ ସାମିଲ ହୋଇଥିଲେ ରିଲ୍ ଓ ରିୟଲ୍ ଖେଳାଳି। ତା’ସହ ଗତକାଲି ସଂଧ୍ୟାରେ ମୁମ୍ବାଇରେ ହୋଇଥିଲା ଫିଲ୍ମର ସାନଦାର ପ୍ରମୋସନ୍।

Advertisment

ସେହିପରି ଆସନ୍ତାକାଲି ଓଟିଟି ପ୍ଲାଟ୍‌ଫର୍ମ ହଟ୍‌ଷ୍ଟାର୍‌ରେ ରିଲିଜ୍ ହେଉଛି ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଅତରଙ୍ଗୀ ରେ। ପ୍ରଥମ ଥର ପାଇଁ ଅକ୍ଷୟ, ସାଉଥ୍ ଆକ୍ସନ୍ ଷ୍ଟାର୍‌ ଧନୁଶ ଓ ସାରା ଅଲ୍ଲୀ ଖାନ୍ ଏକାଠି ନଜର ଆସିଛନ୍ତି। ଆନନ୍ଦ ଲାଲ୍ ରାଏଙ୍କ ଏହି ଫିଲ୍ମରେ ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳିବ। ଉଭୟ ଫିଲ୍ମ କରୋନା କଟକଣା ଯୋଗୁଁ ପ୍ରାୟ ବର୍ଷେ ବିଳମ୍ବରେ ରିଲିଜ୍ ହେଉଛି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ