Advertisment

ଦୀର୍ଘ ୮ ବର୍ଷ ପରେ ପୁଣି ଏକାଠି ଆସିବେ ଟାଇଗର - କୃତି

ପୁଣି ଏକାଠି ଆସିବେ ଟାଇଗର ଶ୍ରଫ୍ ଓ କୃତି ସାନନ୍। ଉଭୟଙ୍କୁ ଆକ୍ସନ ଓ ରୋମାଣ୍ଟିକ୍ ମୁଡରେ ଦେଖିବାକୁ ମିଳିବ। ଉଭୟବଙ୍କ ଫଟର ଝଲକ ଦେଖିବାକୁ ମିଳିଛି।

Tiger and Kriti shared their look from the set of Ganapath

Tiger and Kriti shared their look from the set of Ganapath

Advertisment

ମୁମ୍ବାଇ: ଅଭିନେତା ଟାଇଗର ଶ୍ରଫ୍ ଓ କୃତି ସାନନ୍ ଆଜିକାଲି ସେମାନଙ୍କର ଆଗାମୀ ଫିଲ୍ମ 'ଗଣପତ୍'ର ସୁଟିଂରେ ବ୍ୟସ୍ତ ଅଛନ୍ତି। 'ଗଣପତ୍' ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ। ଫିଲ୍ମ ପ୍ରସ୍ତୁତିକୁ ନେଇ ସୂଚନା ପାଇବା ପରେ ପ୍ରଶଂସକଙ୍କ ଖୁସି କହିଲେ ନସରେ। ସେମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଉଭୟ ଟାଇଗର ଓ କୃତି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଫଟୋ ଶେୟାର କରି ସେମାନଙ୍କ ଲୁକର ଝଲକ ଦେଖାଇଛନ୍ତି।

Advertisment

କୃତି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଏକ ଫଟୋ ଶେୟାର କରି ଏକ ଆକ୍ସନ୍ ସିକ୍ୱେନ୍ସରୁ ନିଜ୍ ରୁଫ୍ ଲୁକ୍ ଦେଖାଇଛନ୍ତି। ସେ ଏହି ଫଟୋରେ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛନ୍ତି। ଏହି ଫଟୋକୁ ପୋଷ୍ଟ୍ କରି କୃତି ‘ଗଣପତ୍‌ ନାଇ‍ଟ୍ ସୁଟ୍’ ବୋଲି ଲେଖିଛନ୍ତି। ଏହା ସହିତ କୃତି ଆହୁରି ତିନୋଟି ପୋଷ୍ଟ୍‌ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ କୁକୁରର ଯତ୍ନ ନେଉଥିବାର ନଜର ଆସିଛନ୍ତି। ସେହିପରି ଟାଇଗର ମଧ୍ୟ ତାଙ୍କ ଫଟୋ ସେୟାର କରି ପ୍ରଶଂସକଙ୍କୁ ନିଜ୍ ଲୁକ୍‌ର ଝଲକ ଦେଖାଇଛନ୍ତି।

୨୦୧୪ରେ ଆସିଥିବା ‘ହିରୋପନ୍ତୀ’ କୃତି ଓ ଟାଇଗରର ପ୍ରଥମ ଫିଲ୍ମ ଥିଲା। ଉଭୟ ଏକାଠି ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଉଭୟଙ୍କ ଯୋଡିକୁ ପ୍ରଶଂସକମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ୮ ବର୍ଷ ପରେ ଦୁହେଁ ପୁଣିଥରେ 'ଗଣପତ୍‌'ର ବଡ ପରଦାରେ ଏକାଠି ଦେଖାଯିବେ।

Advertisment

ଟାଇଗର ପ୍ରାୟତ ‘ଗଣପତ୍‌’ର ସେଟରୁ ସୁଟିଂର ଫଟୋ ଓ ଭିଡିଓ ସେୟାର କରନ୍ତି। ଥରେ ସୁଟିଂ ସମୟରେ ଟାଇଗରଙ୍କ ଆଖିରେ ଆଘାତ ଲାଗିଥିଲା। ଅଭିନେତା ଏହି ଫଟୋକୁ ଇନଷ୍ଟାଗ୍ରାମରେ ଶେୟାର କରି ଲେଖିଥିଲେ ଯେ 'ଗଣପତ୍‌'ର ଫାଇନାଲ୍ କାଉଣ୍ଟ୍ ଡାଉନ୍‌ର ପୂର୍ବରୁ ଏମିତି ଘଟିଗଲା।

କୃତିଙ୍କ କାମର କଥା ଆଲୋଚନା କଲେ ନିକଟରେ ତାଙ୍କୁ ଅକ୍ଷୟ କୁମାରଙ୍କ ବିପକ୍ଷରେ ‘ବଚ୍ଚନ ପାଣ୍ଡେ’ରେ ଦେଖିବାକୁ ମିଳିଥିଲା। ଖୁବ୍ ଶୀଘ୍ର ତାଙ୍କୁ 'ଆଦିପୁରୁଷ' ଏବଂ 'ଭେଦିଆ'ରେ ମଧ୍ୟ ଦେଖିବାକୁ ମିଳିବ। ସେହିପରି ଟାଇଗର ଶ୍ରଫ୍‌ଙ୍କ 'ହିରୋପନ୍ତୀ ୨' ଓ 'ବଡେ ମିୟା ଛୋଟେ ମିୟା' ମଧ୍ୟ ଚଳିତ ବର୍ଷ ଆସିବ।

Advertisment
Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ