Advertisment

ଖାଲି ଫିଲ୍ମ ନୁହେଁ, ବ୍ୟବସାୟ ବି କରି କୋଟି କୋଟି କମାନ୍ତି ଏହି ୫ ସୁପର୍‌ଷ୍ଟାର୍

ସମସ୍ତେ ଜାଣନ୍ତି ବଲିଉଡ୍ ତାରକା ମାନେ କେତେ ଧନୀ। ଗୋଟେ ଗୋଟେ ଫିଲ୍ମରୁ ହିଁ ସେମାନଙ୍କର ସାଧାରଣ ଲୋକଙ୍କ ସାରା ଜୀବନର ରୋଜଗାର ହୋଇଯାଏ। କିନ୍ତୁ ଅନେକ ତାରକା ଅଛନ୍ତି ଯେଉଁମାନ ଫିଲ୍ମ ସହିତ ବ୍ୟବସାୟ ମଧ୍ୟ କରୁଛନ୍ତି ଆଉ ସେପଟେ ବି କୋଟି କୋଟି ରୋଜଗାର କରୁଛନ୍ତି।

ଅଦ୍ୟତନ ହୋଇଛି
These bollywood star celebs earn big money from side business

These bollywood star celebs earn big money from side business

Advertisment

ନୂଆଦିଲ୍ଲୀ: ବଲିଉଡ୍‌ ତାରକାମାନେ ଗୋଟେ ଗୋଟେ ଫିଲ୍ମ ପାଇଁ ବିପୁଳ ପରିମାଣର ଚାର୍ଜ କରନ୍ତି। ଅଧିକାଂଶ ତାରକା ସେମାନଙ୍କ ଫିଲ୍ମରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଫିଲ୍ମରୁ ସେମାନେ ଯେତିକି ରୋଜଗାର କରନ୍ତି ସେଥିରେ କେଇ ପୁରୁଷ ବି ଚଳିଯିବେ। କିନ୍ତୁ ଏପରି ଅନେକ ବଲିଉଡ୍‌ ସେଲିବ୍ରେଟି ଅଛନ୍ତି ଯେଉଁମାନେ ଅଭିନୟ ସହିତ ବ୍ୟବସାୟରେ ମଧ୍ୟ ହାତ ଦେଇଛନ୍ତି ଏବଂ ଏଥିରୁ ବି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

Advertisment

ବଲିଉଡ୍‌ର କିଙ୍ଗ ଖାନ ଶାହାରୁଖ ଖାନଙ୍କ ଠାରୁ ଆରମ୍ଭ କରି ଚାର୍ମିଙ୍ଗ୍ ହ୍ରିତିକ ରୋଶନ ପର୍ଯ୍ୟନ୍ତ ଅନେକ ତାରକାଙ୍କ ନାମ ଏହି ତାଲିକାରେ ରହିଛି। ତେବେ ଆସନ୍ତୁ ନଜର ପକେଇନେବା ୫ଜଣ ତାରକାଙ୍କ ଉପରେ ଯେଉଁମାନେ ଚଳଚ୍ଚିତ୍ର ବ୍ୟତୀତ ବ୍ୟବସାୟରୁ ମଧ୍ୟ  ବଡ଼ ରକମର ଟଙ୍କା ରୋଜଗାର କରନ୍ତି।

ସଲମାନ ଖାନ:

ବଲିଉଡର ସଲୁ ଭାଇ ବା ସଲମାନ ଖାନ ଫିଲ୍ମ ବ୍ୟତୀତ ବିଜ୍ଞାପନରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଖାଲି ଏତିକି ନୁହେଁ ସେ ମଧ୍ୟ ଫିଲ୍ମ ନିର୍ମାଣ କରନ୍ତି। ତାଙ୍କର ନିଜର ବ୍ୟବସାୟ ମଧ୍ୟ ଅଛି। ତାଙ୍କର ନିଜସ୍ୱ ବ୍ରାଣ୍ଡ୍‌ ‘ବିଙ୍ଗ୍ ହ୍ୟୁମାନ୍’ ମଧ୍ୟ ବହୁତ ଲୋକପ୍ରିୟ, ଅନେକ ଥର ସେ ସୋସିଆଲ୍ ମିଡିଆ ମାଧ୍ୟମରେ ଏହାକୁ ପ୍ରୋତ୍ସାହିତ କରୁଥିବା ମଧ୍ୟ ଦେଖାଯାଏ। ଖବର ଅନୁଯାୟୀ ସଲମାନ ଖାନ ମଧ୍ୟ ‘ୟାତ୍ରା ଡଟ୍ କମ୍‌ରେ’ ବି ପାଞ୍ଚ ପ୍ରତିଶତ ଅଂଶୀଦାର ଅଟନ୍ତି।

Advertisment

ହ୍ରିତିକ ରୋଶନ:

ବଲିଉଡ୍‌ର ମୋଷ୍ଟ୍‌ ହ୍ୟାଣ୍ଡ୍‌ସମ୍ ଓ ଚାର୍ମିଙ୍ଗ୍ ଗୁଡ୍ ଲୁକ୍ସ ଅଭିନେତା ହ୍ରିତିକ୍ ରୋଶନଙ୍କ ମୁଣ୍ଡ ମଧ୍ୟ ବ୍ୟବସାୟରେ ଭଲ ଚାଲିଥାଏ। ହ୍ରିତିକ ରୋଶନ ତାଙ୍କ ଫିଟ୍‌ନେସ୍‌ ପାଇଁ ବେଶ ଜଣାଶୁଣା। ମୁମ୍ବାଇରେ ତାଙ୍କର ନିଜର ଜିମ୍ ଅଛି ଏବଂ ବାଙ୍ଗାଲୋରର ଫିଟ୍‌ନେସ୍ ଜିମ୍ କ୍ୟୁରେଫିଟ୍‌ରେ ମଧ୍ୟ ତାଙ୍କର ଅଂଶ ଅଛି। ଏହା ବ୍ୟତୀତ ତାଙ୍କର ନିଜସ୍ୱ ଫ୍ୟାଶନ୍ ବ୍ରାଣ୍ଡ୍ HRX ଅଛି, ଯାହାର ଅଧିକାଂଶ ଅଂଶ ସେ ମିନ୍ତ୍ରାକୁ ବିକ୍ରି କରିଛନ୍ତି।

ଶାହାରୁଖ ଖାନ:

କିଙ୍ଗ୍‌ ଖାନ ବା ଶାହାରୁଖ କେବଳ ବଲିଉଡ୍‌ର ସୁପରଷ୍ଟାର ନୁହଁନ୍ତି ସେ ମଧ୍ୟ ଜଣେ ସଫଳ ବ୍ୟବସାୟୀ। ଶାହାରୁଖ ଖାନ ମଧ୍ୟ ଆଇପିଏଲ୍‌ ଦଳର କୋଲକାତା ନାଇଟ୍ ରାଇଡର୍ସର ସହ-ମାଲିକ ଅଟନ୍ତି ଏବଂ ୫୦୦ କୋଟି କାରବାରର ରେଡ୍ ଚିଲିସ୍ ଏଣ୍ଟରଟେନ୍‌ମେଣ୍ଟ୍‌ର ସହ-ମାଲିକ ମଧ୍ୟ ଅଛନ୍ତି।

Advertisment

ଅକ୍ଷୟ କୁମାର:

ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର ଜଣେ ସଫଳ ଅଭିନେତା, ସଫଳ ପାରିବାରିକ ବ୍ୟକ୍ତି ଓ ଜଣେ ସଫଳ ବ୍ୟବସାୟୀ ମଧ୍ୟ। PUBG ଖେଳ ବନ୍ଦ ହେବା ପରେ ଅକ୍ଷୟ FAU-G ନାମକ ଏକ ଖେଳ ଆରମ୍ଭ କରିଥିଲେ। ଏହା ବ୍ୟତୀତ ସେ ୨୦୦୮ ମସିହାରେ ‘ହରି ଓମ୍ ପ୍ରଡକ୍ସନ୍ସ’ ମଧ୍ୟ ଆରମ୍ଭ କରିଥିଲେ, ଯାହା ତାଙ୍କ ପିତାଙ୍କ ନାମରେ ନାମିତ।

ଅଜୟ ଦେବଗନ୍:

ସିଂଘମ୍ ମ୍ୟାନ୍ ଅଜୟ ଦେବଗନଙ୍କ ନାମ ମଧ୍ୟ ସେହି ଷ୍ଟାର୍‌ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଯେଉଁମାନେ ଫିଲ୍ମ ସହିତ ବ୍ୟବସାୟ କରନ୍ତି। ୨୦୦୦ ମସିହାରେ ଅଜୟ ଦେବଗାନ୍ 'ଅଜୟ ଦେବଗାନ୍ ଫିଲ୍ମସ୍' ନାମକ ଏକ ପ୍ରଡକ୍ସନ୍ କମ୍ପାନୀ ଖୋଲିଥିବାବେଳେ ସେ ଭିଏଫ୍‌ଏକ୍ସ ଷ୍ଟୁଡିଓର ମାଲିକ ମଧ୍ୟ। ଖବର ଅନୁଯାୟୀ, ଅଜୟ ଦେବଗନ୍ ଗୁଜୁରାଟର ଚରଙ୍କା ସୋଲାର ପ୍ରୋଜେକ୍ଟ 'ରୋହା ଗ୍ରୁପ୍'ରେ ମଧ୍ୟ ବିନିଯୋଗ କରିଛନ୍ତି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ