Advertisment

ବଲିଉଡ୍‌ର ସବୁଠାରୁ ଲମ୍ବା ନାୟିକା; ହିରୋଙ୍କୁ ଦରକାର ପଡୁଥିଲା ଷ୍ଟୁଲ୍

ବଲିଉଡ ସୁନ୍ଦରୀମାନଙ୍କ ଖଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ନିଜର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବାରେ ଉଚ୍ଚତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ତେବେ ଆସନ୍ତୁ ଜାଣିନେବା ବଲିଉଡ୍‌ର କିଛି ସର୍ବୋତ୍ତମ ନାୟିକାଙ୍କ ବିଷୟରେ।

ଅଦ୍ୟତନ ହୋଇଛି
These are the 8 tallest actresses of bollywood

These are the 8 tallest actresses of bollywood

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀମାନଙ୍କ ସୌନ୍ଦର୍ଯ୍ୟରେ ସେମାନଙ୍କର ଉଚ୍ଚତା ଏକ ବଡ ଭୂମିକା ଗ୍ରହଣ କରିଥାଏ। ବଲିଉଡ୍‌ରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ କେବଳ ଅଭିନୟରେ ନୁହେଁ ଉଚ୍ଚତା ଦୃଷ୍ଟିରୁ ଅନେକ ହିରୋଙ୍କୁ ମଧ୍ୟ ପଛରେ ପକେଇ ଦିଅନ୍ତି। ତେବେ ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ବଲିଉଡ୍‌ର ଏପରି କିଛି ଅଭିନେତ୍ରୀଙ୍କ ସହ ପରିଚିତ କରିବାକୁ ଯାଉଛୁ, ଯେଉଁମାନଙ୍କର ଉଚ୍ଚତା ସର୍ବାଧିକ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ନାୟିକାମାନଙ୍କ ମଧ୍ୟରୁ ଜଣେ ଏପରି ଅଛନ୍ତି ଯାହାଙ୍କ ସହିତ ଫିଲ୍ମର ଏକ ଦୃଶ୍ୟ ସୁଟିଂ ପାଇଁ ହିରୋକୁ ଏକ ଷ୍ଟୁଲ୍‌ ବ୍ୟବହାର କରିବାକୁ ପଡିଥିଲା।

Advertisment

ଯୁକ୍ତା ମୁଖୀ:

ଉଚ୍ଚତା ଦୃଷ୍ଟିରୁ ଯଦି ନଜର ପକାଯାଏ ତେବେ ସର୍ବ ପ୍ରଥମେ ଯୁକ୍ତା ମୁଖୀ ହିଁ ନଜର ଆସିବେ। ଚଳଚ୍ଚିତ୍ର 'ପ୍ୟାସା'ରେ ନଜର ଆସିଥିବା ଏହି ପୂର୍ବତନ ମିସ୍ ୱାର୍ଲ୍ଡଙ୍କ ଉଚ୍ଚତା ହେଉଛି ୬ ଫୁଟ ୧ ଇଞ୍ଚ। ତାଙ୍କର ଏହି ଉଚ୍ଚତା ହିଁ ତାଙ୍କୁ ବଲିଉଡ୍‌ରେ ତିଷ୍ଠି ରହିବାରେ ବାଧକ ହୋଇଥିଲା। ଯୁକ୍ତାଙ୍କ ଜନ୍ମ ୧୯୭୯ ମସିହା ଅକ୍ଟୋବର ୭ରେ ମୁମ୍ବାଇରେ ହୋଇଥିଲା। ବର୍ତ୍ତମାନ ସେ ତାଙ୍କର ବୈବାହିକ ଜୀବନକୁ ଉପଭୋଗ କରୁଛନ୍ତି।

ସୁସ୍ମିତା ସେନ୍

ଏହି ତାଲିକାରୁ ବାଦ ପଡିବେ ନାହିଁ ସୁସ୍ମିତା ସେନ୍। ସୁସ୍ମିତାଙ୍କ ଉଚ୍ଚତା ୫ ଫୁଟ ୯.୫ ଇଞ୍ଚ। ଫିଲ୍ମ 'କ୍ୟୁଁକି ମେଁ ଝୁଟ୍ ନେହିଁ ବୋଲ୍‌ତା'ର ଏକ ଦୃଶ୍ୟ ପାଇଁ ଗୋବିନ୍ଦାଙ୍କୁ ଏକ ଷ୍ଟୁଲ୍ ବ୍ୟବହାର କରିବାକୁ ପଡିଥିଲା। ସୁସ୍ମିତାଙ୍କ ଜନ୍ମ ୧୯୭୫ ନଭେମ୍ବର ୧୯ରେ ହାଇଦ୍ରାବାଦରେ ହୋଇଥିଲା। ସେ ୧୯୯୪ରେ ମିସ୍ ଇଣ୍ଡିଆ ଏବଂ ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟଲ୍ ଜିତିଥିଲେ। ସେ ମିସ୍ ଇଣ୍ଡିଆ ପ୍ରତିଯୋଗିତା ଐଶ୍ୱର୍ଯ୍ୟା ରାୟଙ୍କୁ ପରାସ୍ତ କରିଥିଲେ।

Advertisment

ଅନୁଷ୍କା ଶର୍ମା:

ଏହା ପରେ ଅନୁଷ୍କା ଶର୍ମାଙ୍କ ପାଳି ଆସେ। ଅନୁଷ୍କା ଶର୍ମାଙ୍କର ଉଚ୍ଚତା ୫ ଫୁଟ ୯ ଇଞ୍ଚ। ଖୁବ କମ ଦିନରେ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅନୁଷ୍କା ଶର୍ମା ଆଜିକାଲି ତାଙ୍କ ସୌନ୍ଦର୍ଯ୍ୟରେ ଦର୍ଶକଙ୍କୁ ସହଜରେ କାବୁ କରି ନିଅନ୍ତି। ଅନୁଷ୍କା ୧୯୮୮ ମସିହା ମେ ୧ରେ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାମାତା ଉତ୍ତରାଖଣ୍ଡର ଗଡବାଲର ବାସିନ୍ଦା ହୋଇଥିବା ବେଳେ ପିତା କର୍ଣ୍ଣେଲ ଅଜୟ କୁମାର ଶର୍ମା ଜଣେ ସେନା ଅଧିକାରୀ ଓ ମା ଆଶିମା ଶର୍ମା ଜଣେ ଗୃହିଣୀ। ସେ ଆର୍ମି ସ୍କୁଲ୍‌ରୁ ପାଠପଢା ଶେଷ କରିବା ପରେ ବାଙ୍ଗାଲୋରର ମାଉଣ୍ଟ କାର୍ମେଲ କଲେଜରୁ କଳାରେ ଡିଗ୍ରୀ ହାସଲ କରିଥିଲେ। ପରେ ମଡେଲିଂ କ୍ୟାରିୟର ଆରମ୍ଭ କରିବା ପାଇଁ ସେ ମୁମ୍ବାଇ ଚାଲି ଆସିଥିଲେ।

ଦୀପିକା ପାଦୁକୋନ:

ବଲିଉଡ୍‌ର 'ମସ୍ତାନୀ' ଗର୍ଲ ଅର୍ଥାତ୍ ଦୀପିକା ପାଦୁକୋନଙ୍କ ଉଚ୍ଚତା ମଧ୍ୟ କମ ନୁହେଁ। ଦୀପିକାଙ୍କର ଉଚ୍ଚତା ମଧ୍ୟ ଅନୁଷ୍କାଙ୍କ ପାଖାପାଖି। ସେ ମଧ୍ୟ ୫ ଫୁଟ ୯ ଇଞ୍ଚର ତରୁଣୀ। ବଲିଉଡ୍ ଇଣ୍ଡଷ୍ଟ୍ରିର ଶୀର୍ଷରେ ଥିବା ଏହି ନାୟିକା କେବଳ ତାଙ୍କର ଅଭିନୟ ପାଇଁ ନୁହେଁ ତାଙ୍କ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବେଶ ଜଣାଶୁଣା। ଦୀପିକା ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ଜଣେ ମଡେଲ ଥିଲେ, ତେଣୁ ତାଙ୍କର ଉଚ୍ଚତା ଏବଂ ଫିଗର ମଧ୍ୟ ଜଣେ ମଡେଲ ସହିତ ସମାନ।

Advertisment

ନର୍ଗିସ୍ ଫାଖରୀ:

ବଲିଉଡ୍‌ର ସବୁଠାରୁ ଉଚ୍ଚ ଅଭିନେତ୍ରୀମାନଙ୍କ ମଧ୍ୟରୁ ନର୍ଗିସ୍ ଫାଖରୀ ମଧ୍ୟ ଅନ୍ୟତମ। ତାଙ୍କର ଉଚ୍ଚତା ୫ ଫୁଟ ୮.୮ ଇଞ୍ଚ। ନର୍ଗିସ୍ ୧୯୭୮ ଅକ୍ଟୋବର ୨୦ରେ ଜନ୍ମ ହୋଇଥିବା ବେଳେ ଜଣେ ଆମେରିକୀୟ-ପାକିସ୍ତାନୀ ଫ୍ୟାଶନ ମଡେଲ ଏବଂ ଅଭିନେତ୍ରୀ। ସେ ୨୦୧୧ ମସିହାରେ ବଲିଉଡ୍‌ ଚଳଚ୍ଚିତ୍ର ‘ରକ୍‌ଷ୍ଟାର’ ସହିତ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ.

କ୍ୟାଟ୍ରିନା କୈଫ୍:

ବଲିଉଡର 'ଚିକ୍‌ନି ଚମେଲି' ଅର୍ଥାତ୍ କ୍ୟାଟ୍ରିନା କୈଫ୍ ମଧ୍ୟ ଖୁବ ଲମ୍ବା। ତାଙ୍କ ଉଚ୍ଚତା ୫ ଫୁଟ ୮.୫ ଇଞ୍ଚ। ଭାରତର ଅନ୍ୟତମ ସୁପରହିଟ୍ ଅଭିନେତ୍ରୀ 'କ୍ୟାଟ୍ରିନା ବ୍ଲକ୍‌ବ୍ଲଷ୍ଟର୍ ହିଟ୍ ପାଇଁ ଅନେକ ଚଳଚ୍ଚିତ୍ର ଦେଇଛନ୍ତି। ଏ କ୍ଷେତ୍ରରେ ତାଙ୍କ ଉଚ୍ଚତା ମଧ୍ୟ ତାଙ୍କ ପାଇଁ ସଫଳତାର କାରଣ ହୋଇଛି। ସେ ୧୯୮୩ ଜୁଲାଇ ୧୬ରେ ଜନ୍ମ ହୋଇଥିବା ବେଳେ ଜଣେ ବ୍ରିଟିଶ ଭାରତୀୟ ଅଭିନେତ୍ରୀ ଓ ମଡେଲ ଭାବେ ପରିଚିତ। ବଲିଉଡ ବ୍ୟତୀତ ସେ କିଛି ତେଲୁଗୁ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

ବିପାଶା ବସୁ:

ଶ୍ୟାମଳୀ ସୁନ୍ଦରୀ ବିପାଶା ବସୁଙ୍କ ଉଚ୍ଚତା ଉଚ୍ଚତା ବି କମ ନୁହେଁ। ହରର ରାଣୀ ବିପାଶାଙ୍କ ଉଚ୍ଚତା ୫ ଫୁଟ ୮.୫ ଇଞ୍ଚ। ବିପାଶାଙ୍କ ଜନ୍ମ ୧୯୭୯ ଜାନୁଆରୀ ୭ରେ ଦିଲ୍ଲୀରେ ହୋଇଥିବା ବେଳେ ତାଙ୍କ ପାଠପଢା କୋଲକାତାରେ ହୋଇଛି। ବଲିଉଡ ବ୍ୟତୀତ ସେ ତାମିଲ, ତେଲୁଗୁ, ବଙ୍ଗାଳୀ ଓ ଇଂରାଜୀ ଭାଷା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ ୬ଟି ଫିଲ୍ମଫେୟାର ପୁରସ୍କାର ସହିତ ଅନେକ ସମ୍ମାନ ମଧ୍ୟ ପାଇଛନ୍ତି।

ସୋନମ କପୁର:

ଅନିଲ କପୁରଙ୍କ ଲଳନା ସୋନମ କପୁର ମଧ୍ୟ ଉଚ୍ଚତାରେ ପଛରେ ନାହାନ୍ତି। ସୋନମଙ୍କର ଉଚ୍ଚତା ୫ ଫୁଟ ୮ ଇଞ୍ଚ। ସୋନମଙ୍କ ଜନ୍ମ ୧୯୮୫ ଜୁନ୍ ୯ରେ ମୁମ୍ବାଇରେ ହୋଇଥିଲା। ସେ ପୂର୍ବ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ପରେ ଆନ୍ତର୍ଜାତୀୟ ବ୍ୟାକାଲରେଟ୍ ଡିଗ୍ରୀ ପାଇଁ ଦକ୍ଷିଣ ପୂର୍ବ ଏସିଆର ୟୁନାଇଟେଡ୍ ୱାର୍ଲ୍ଡ କଲେଜରେ ନାମ ଲେଖାଇଲେ। ପରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତି ସହ ସ୍ନାତକ ହାସଲ କରିଥିଲେ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ