Advertisment

ଫିଲ୍ମ କୁହେ ସମାଜ ଓ ପରିବାରରେ ଥିବା ମହିଳାଙ୍କ ଗୁରୁତ୍ୱର କାହାଣୀ

ନାରୀର ସମାଜରେ ଅନେକ ଭୂମିକା ରହିଛି। ସେ କେତେବେଳେ ମା’ ହୋଇ ସନ୍ତାନର ପେଟର ଚିନ୍ତା କରିଛି ତ ପୁଣି କେତେବେଳେ ପତ୍ନୀ ହୋଇ ସ୍ୱାମୀ ସହ ପାଦ ମିଳେଇ ଚାଲିଛି। ସେ ପୁଣି ହାତରେ ଶାସ୍ତ୍ର ଧରିଛି ଆଉ ଦରକାର ପଡିଲେ ଶସ୍ତ୍ର ବି ଉଠେଇଛି। ଆସନ୍ତୁ ଏହି ଫିଲ୍ମରେ ଦେଖିବା ସମାଜ ପ୍ରତି ଥିବା ନାରୀର ଭୂମିକା।

These are films shows woman empower

These are films shows woman empower

Advertisment

ଆମ ସମାଜ, ଘର ଓ ପରିବାର ପାଇଁ ମହିଳାମାନଙ୍କ ଅନେକ ଅବଦାନ ରହିଛି। କିନ୍ତୁ ବେଳେବେଳେ ଆମେ ସେମାନଙ୍କର ମହତ୍ତ୍ୱକୁ ଅନୁଭବ ନକରି କିମ୍ବା ସେମାନଙ୍କର ମୂଲ୍ୟବାନ ସ୍ଥିତିକୁ ହାଲୁକା ଭାବରେ ଗ୍ରହଣ କରି ସେମାନଙ୍କୁ ଅଣଦେଖା କରୁ। ତେବେ ଏହି ମହିଳା ଦିବସ ଅବସରରେ ଆସନ୍ତୁ ଦେଖିବା ଏମିତି କିଛି ଚଳଚ୍ଚିତ୍ର ଯାହା ମହିଳା ଶକ୍ତିକୁ ସଲାମ କରେ ଏବଂ ମହିଳାଙ୍କ ଶକ୍ତିକୁ ପ୍ରଦର୍ଶନ କରାଏ।

Advertisment

ମଦର ଇଣ୍ଡିଆ:

୧୯୫୭ ମସିହାର ଚଳଚ୍ଚିତ୍ର 'ମଦର ଇଣ୍ଡିଆ' ଯାହା ନାରୀ ଶକ୍ତିକୁ ନିଖୁଣ ଭାବରେ ଦର୍ଶାଏ। ଏହି ଚଳଚ୍ଚିତ୍ରରେ ରାଧା (ନର୍ଗିସ୍) ଙ୍କ ସଂଘର୍ଷମୟ ଜୀବନ ଯାତ୍ରାକୁ ଦର୍ଶାଯାଇଛି, ଯିଏ ନିଜ ପିଲାମାନଙ୍କୁ ବଢେଇବା ନେଇ ଅନେକ କିଛି ତ୍ୟାଗ କରିଛି ଆଉ ପରେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କୋର୍ଟରେ ଠିଆ ହୋଇଛି।

ଦାମିନୀ:

ମୀନାକ୍ଷୀ ଶେଷାଦ୍ରୀ ଅଭିନୀତ ‘ଦାମିନୀ’ ଏପରି ଏକ ଚଳଚ୍ଚିତ୍ର, ଯାହା ସମାଜକୁ ଚିନ୍ତା କରିବାକୁ ବାଧ୍ୟ କରେ। ଏହି ଚଳଚ୍ଚିତ୍ରରେ ବଳାତ୍କାର, ଦୁର୍ନୀତି ଭଳି ଜଘନ୍ୟ ଅପରାଧ ବିଷୟରେ କୁହାଯାଇଛି ଏବଂ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି। ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୧୯୯୩ରେ ଦେଖିବାକୁ ମିଳିଥିଲା।

Advertisment

ପିଞ୍ଜର:

୨୦୦୩ରେ ଆସିଥିବା ଚଳଚ୍ଚିତ୍ର ‘ପିଞ୍ଜର୍‌’ରେ ବିଭାଜନର ଦୁଃଖଦ ଘଟଣା ଚିତ୍ରିତ ହୋଇଛି। ଏହା ସେ ସମୟର ସର୍ବନିମ୍ନ ରେଟିଂ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ଏହା କିନ୍ତୁ ଦେଖିବାଯୋଗ୍ୟ। ଏଥିରେ ଉର୍ମିଲା ମାତୋଣ୍ଡକର ଚମତ୍କାର ଅଭିନୟ କରିଛନ୍ତି। ଏହା ସହିତ ମନୋଜ ବାଜପେୟୀ, ସଞ୍ଜୟ ସୁରୀ, ପ୍ରିୟଙ୍କା ଚାଟାର୍ଜୀ ଏବଂ ଇଶା କୋପିକର ମଧ୍ୟ ଉଚ୍ଚକୋଟିର ପ୍ରଦର୍ଶନ କରିଥିଲେ।

ଇଂଗ୍ଲିସ୍ ଭିଂଗ୍ଲିସ୍:

୨୦୧୨ରେ ଆସିଥିବା ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଚଳଚ୍ଚିତ୍ର 'ଇଂଗ୍ଲିସ୍ ଭିଂଗ୍ଲିସ୍' ସ୍କ୍ରିନକୁ ଆସିଥିଲା। ଗୌରୀ ସିନ୍ଦେ ଏହି ଚଳଚ୍ଚିତ୍ରରେ ଜଣେ ଗୃହିଣୀ ଭୂମିକାରେ ନଜର ଆସିଥିଲେ। ଏହା ସହିତ ଶ୍ରୀଦେବୀଙ୍କ ଚମତ୍କାର ଅଭିନୟ ମଧ୍ୟ ଚଳଚ୍ଚିତ୍ରକୁ ଖୋରାକ ଯୋଗାଇଥିଲା।

Advertisment

କ୍ୱିନ୍:

ଏହା ଏମିତି ଏକ ଚଳଚ୍ଚିତ୍ରରୁ ଥିଲା ଯାହା ମନୋରଞ୍ଜନ କରିବା ସହିତ କେତେକ୍ ରୁଢିବାଦୀ ଚିନ୍ତାଧାରାକୁ ମଧ୍ୟ ଭାଙ୍ଗିଥିଲା। କଙ୍ଗନା ରାଣାୱତଙ୍କ ‘କ୍ୱିନ୍’ ୨୦୧୩ରେ ପରଦାକୁ ଆସିଥିଲା। ମହିଳାମାନେ ପୁରୁଷଙ୍କ ଉପରେ ନିର୍ଭୟ ନ ହୋଇ ବି ବଞ୍ଚିପାରନ୍ତି ବୋଲି ଏହା ଦର୍ଶାଇଦିଏ।

ଗଙ୍ଗୁବାଇ କାଠିଆୱାଡି:

ସଞ୍ଜୟ ଲୀଲା ଭଂସାଲୀଙ୍କ 'ଗଙ୍ଗୁବାଇ କାଠିଆୱାଡି' ଆଲିଆ ଭଟ୍ଟଙ୍କ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇଛି। ଏହି ଚଳଚ୍ଚିତ୍ରଟି ଜଣେ ନିରୀହ ଯୁବତୀ ଗଙ୍ଗୁବାଇର କାହାଣୀ ଉପରେ ଆଧାରିତ, ଯିଏ ପରେ ଏକ ପ୍ରସିଦ୍ଧ ଆଇକନ୍ ପାଲଟିଯାଏ।

Bollywood International Women Day-2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ