Advertisment

ଅନ୍ତର୍ଜାତୀୟ ଗେମ୍ସରୁ ‘ମହାଭାରତ’, ପ୍ରବୀଣଙ୍କ ହାତ

ଆମ ଗହଣରୁ ବିଦାୟ ନେଇଛନ୍ତି ‘ମହାଭାରର’ର ଭୀମ ପ୍ରବୀଣ କୁମାର। ସେ ସିନା ସ୍ୱଦେହରେ ଆମ ଗହଣରୁ ବିଦାୟ ନେଇଛନ୍ତି କିନ୍ତୁ ସେ ତାଙ୍କ ପ୍ରଶଂସକଙ୍କ ହୃଦୟରେ ସବୁବେଳେ ଜୀବିତ ରହିବେ। ଅଭିନୟ ଦୁନିଆ ସହ କୌଣସି ସଂପର୍କ ନଥିଲେ ବି କାହିଁକି ଏ ଦୁନିଆରେ ପାଦ ଦେଲେ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
The life story of Praveen Kumar Sobti

The life story of Praveen Kumar Sobti

Advertisment

ଦୂରଦର୍ଶନରେ ପ୍ରସାରିତ ହୋଇଥିବା ବିଆର୍ ଚୋପ୍ରାଙ୍କ ‘ମହାଭାରତ’କୁ କିଏ ବା ଭୁଲି ପାରିବ। ଏହି ଧାରାବାହିକଟି ରବି ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଏବଂ ସଂଳାପଗୁଡିକ ରାହି ମାସୁମ୍ ରଜା ଲେଖିଥିଲେ। ଏହି ସିରିଏଲକୁ ଦେଖିବା ପାଇଁ ରାସ୍ତା ବି ଶୂନଶାନ ହୋଇଯାଉଥିଲା। ୩୦ ବର୍ଷ ପୂର୍ବର 'ମହାଭାରତ' ଟିଭିର ସେହି ଶୋ’ ଥିଲା, ଯେଉଁଥିପାଇଁ ଲୋକମାନେ ଗାଁ-ଗହଳିରେ ଏକାଠି ହୋଇଯାଉଥିଲେ।

Advertisment

ମହାଭାରତର ପ୍ରତ୍ୟେକ ଚରିତ୍ର ଘରେ ଘରେ ଲୋକପ୍ରିୟ ଥିଲେ ଏବଂ ଏହି ଚରିତ୍ରଗୁଡ଼ିକ ମଧ୍ୟରୁ ଜଣେ ହେଲେ 'ଗଦାଧାରୀ ଭୀମ'। ଏହି ଚରିତ୍ରରେ ପ୍ରବୀଣ କୁମାର ସୋବତୀ ଅଭିନୟ କରିଥିଲେ। ତେବେ ଦୁଃଖର କଥା ଯେ 'ଭୀମ' ଚରିତ୍ରରେ ଅଭିନୟ କରି ଘର ଘରେ ପରିଚିତ ଥିବା ପ୍ରସିଦ୍ଧ ଅଭିନେତା ପ୍ରବୀଣ କୁମାରଙ୍କ ହୃଦଘାତରେ ଦେହାନ୍ତ ହୋଇଛି। ପ୍ରବୀଣ କୁମାର ଅନେକ ବଲିଉଡ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

ଅଭିନୟ ପ୍ରତି ନଥିଲା କୌଣସି ସମ୍ପର୍କ:

ପ୍ରବୀଣ କୁମାରଙ୍କ ଅଭିନୟ ଦୁନିଆ ସହ ଦୂରଦୂରାନ୍ତର କୌଣସି ସମ୍ପର୍କ ନଥିଲା। ଅନ୍ତର୍ଜାତୀୟ ଗେମ୍ସରେ ପ୍ରବୀଣ କୁମାର ସୋବତୀ ଦେଶର ପ୍ରତିନିଧିତ୍ୱ କରିଥିଲେ। ସେ ଜଣେ ଡିସ୍କସ୍ ଥ୍ରୋଭର ଏବଂ ଜଣେ ହେମର୍ ଥିଲେ। ପ୍ରବୀଣ କୁମାର ଏସୀୟ ଏବଂ କମନ୍‌ୱେଲ୍‌ଥ ଗେମ୍ସରେ ଭାରତ ପାଇଁ ପଦକ ଜିତି ଦେଶର ଗୌରବକୁ ଆଉ ଦି’ପାଦ ଆଗକୁ ନେଇଯାଇଥିଲେ। ସେ ଦୁଇଥର ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ୱ କରିଥିଲେ। ୧୯୬୭ରେ ପ୍ରବୀଣଙ୍କୁ ସର୍ବୋଚ୍ଚ କ୍ରୀଡା ପୁରସ୍କାର 'ଅର୍ଜୁନ ପୁରସ୍କାର' ପ୍ରଦାନ କରାଯାଇଥିଲା।

Advertisment

କ୍ରୀଡାରେ ଲୋକପ୍ରିୟତା ହାସଲ:

୧୯୬୦ ଓ ୭୦ ଦଶକରେ ଆଥଲେଟିକ୍ସରେ ପ୍ରବୀଣ କୁମାର ଅତୁଳନୀୟ ଲୋକପ୍ରିୟତା ହାସଲ କରିଥିଲେ। ସେ ୧୯୬୬ କମନ୍‌ୱେଲଥ୍‌ ଗେମ୍ସରେ ଡିସ୍କସ୍ ଥ୍ରୋରେ ରୌପ୍ୟ ପଦକ ଜିତିଥିଲେ। ପ୍ରବୀଣ ୧୯୬୬ ଏବଂ ୧୯୭୦ର ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଥିଲେ। ସେ ୫୬.୭୬ ମିଟର ଦୂରକୁ ଡିସ୍କ ଫିଙ୍ଗିବାରେ ତାଙ୍କର ଏସୀୟ ଗେମ୍ସ ରେକର୍ଡ ଥିଲା। ଖେଳରେ ସବୁବେଳେ ସକ୍ରିୟ ଥିବା ପ୍ରବୀଣ କୁମାର ସୋବତୀ ହଠାତ୍ ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରିଲେ। ଏହି କାରଣରୁ କ୍ରୀଡାରେ ଭାଗ ନେବାରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖିନ କରିବାକୁ ହେଲା।

The life story of Praveen Kumar Sobtiଆଥ୍‌ଲେଟ୍ ଭାବେ ପ୍ରବୀଣ କୁମାର

ଅଭିନୟ ଦୁନିଆକୁ ପ୍ରବେଶ:

କ୍ରୀଡା ଜଗତରେ ନାମ ଅର୍ଜନ କରିବା ପରେ ପ୍ରବୀଣ କୁମାର ବିଏସ୍‌ଏଫ୍‌ରେ ଡେପୁଟି କମାଣ୍ଡାଣ୍ଟ ଭାବେ କାମ କଲେ। ତେବେ ୧୯୮୧ ମସିହାରେ ହିନ୍ଦୀ ଫିଲ୍ମ ‘ରକ୍ଷା’ ମାଧ୍ୟମରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ। ପ୍ରବୀଣ କୁମାରଙ୍କ ଚେହେରା ଯୋଗୁଁ ତାଙ୍କୁ ଭୀମର ଭୂମିକା ପାଇଁ ଚୟନ କରାଯାଇଥିଲା। ସେ ଏହି ଚରିତ୍ରକୁ ଏତେ ବାସ୍ତବତାର ରୂପ ଦେଲେ ଯେ ଲୋକେ ତାଙ୍କ ପ୍ରକୃତ ପରିଚୟକୁ ଭୁଲିଗଲେ ଏବଂ ଭୀମ ନାମରେ ହିଁ ତାଙ୍କୁ ଜାଣିବା ଆରମ୍ଭ କରିଦେଲେ। ସେ ତାଙ୍କ କ୍ୟାରିୟର ଭିତରେ ୩୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ୬ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ପ୍ରବୀଣ କୁମାର ସୋବତୀ ନିଜର ଜବରଦସ୍ତ ଅଭିନୟରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।

Advertisment

ଗତ ବର୍ଷ ଡିସେମ୍ବରରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଦୀର୍ଘ ଦିନ ଧରି ଘରେ ଅଛନ୍ତି ଏବଂ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ପେନ୍‌ସନ୍‌ ପାଇଁ ସେ ସରକାରଙ୍କୁ ମଧ୍ୟ ନିବେଦନ କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଭିନେତା କହିଥିଲେ ଯେ “ପଞ୍ଜାବରେ ଗଠିତ ସମସ୍ତ ସରକାରଙ୍କ ନିକଟରେ ମୋର ଅଭିଯୋଗ ଯେ ଯେଉଁ ଖେଳାଳିମାନେ ଏସୀୟ ଗେମ୍ସ ଖେଳୁଛନ୍ତି କିମ୍ବା ପଦକ ଜିତୁଛନ୍ତି ସେମାନଙ୍କୁ ପେନ୍‌ସନ୍ ଦିଆଯାଉଛି। କିନ୍ତୁ ମୋତେ ଏହି ଅଧିକାରରୁ ବଞ୍ଚିତ କରାଯାଇଛି।”

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ