Advertisment

ପୌରାଣିକ କାହାଣୀରୁ ନାମ କମେଇଛନ୍ତି ଏହି ୫ ଅଭିନେତ୍ରୀ; ଘରେ ଘରେ ଏବେ ଦେବୀ

ଆଜିକାଲି ଟିଭି ଦୁନିଆ ମଧ୍ୟ କମ୍‌ରେ ନାହିଁ। ଏ ଦୁନିଆରେ ବି କାମ କରି ଅନେକ ବ୍ୟକ୍ତି ନାମ କମେଇ ପାରିଛନ୍ତି। ସେମାନେ ମଧ୍ୟ ଟିଭି କଳାକାରମାନଙ୍କୁ ଟକ୍କର ଦେଉଛନ୍ତି। ତେବେ ଆସନ୍ତୁ ଜାଣିବା ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ବିଷୟରେ।

Television actress gets popularity from mythological characters

Television actress gets popularity from mythological characters

Advertisment

ନୂଆଦିଲ୍ଲୀ: ଆଜିର ସମୟରେ, ଟିଭି ଇଣ୍ଡଷ୍ଟ୍ରି ସହିତ ଜଡିତ ଅଭିନେତ୍ରୀମାନେ ମଧ୍ୟ ଲୋକପ୍ରିୟତା ଦୃଷ୍ଟିରୁ ଅନ୍ୟମାନଙ୍କ ଠାରୁ କମ୍ ନୁହଁନ୍ତି। ଟିଭି ଅଭିନେତ୍ରୀମାନେ ମଧ୍ୟ ବର୍ତ୍ତମାନ ସେମାନଙ୍କ ଅଭିନୟ ସହିତ ସେମାନଙ୍କର ଷ୍ଟାଇଲ୍ ଏବଂ ଗ୍ଲାମରସକୁ ନେଇ ବଲିଉଡ୍‌ ଅଭିନେତ୍ରୀମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବୋଲ୍ଡନେସ୍ କଥା ଯଦି ଉଠେ ତେବେ ଖାଲି ବଲିଉଡ୍ ନୁହେଁ ଟିଭି ଦୁନିଆରେ ମଧ୍ୟ ବୋଲ୍ଡ ନାୟିକାମାନେ ଛାଇ ଯାଇଛନ୍ତି। ହିନା ଖାନ, ସୁରଭି ଚନ୍ଦନାଙ୍କ ଠାରୁ ନିୟା ଶର୍ମା ପର୍ଯ୍ୟନ୍ତ ଏହି ସମସ୍ତ ଅଭିନେତ୍ରୀମାନେ ସେମାନଙ୍କ ବୋଲ୍ଡନେସ୍‌ ଯୋଗୁଁ ଜଣାଶୁଣା।

Advertisment

ସୋସିଆଲ ମିଡିଆରେ ଏହିସବୁ କଳାକାରମାନଙ୍କ ହଟ୍‌ ଫଟୋଗୁଡ଼ିକ ଛାଇ ଯାଇଛି। କିନ୍ତୁ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସିରିଏଲରେ ପୌରାଣିକ ଚରିତ୍ର ନିଭେଇ ଲୋକଙ୍କୁ ପାଗଳ କରିଦେଇଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ପାଞ୍ଚ ଜଣ ଟିଭି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପୌରାଣିକ ଚରିତ୍ର ମାଧ୍ୟମରେ ହିଁ ଆଜି ଘରେ ଘରେ ପରିଚୟ। ଏପରିକି ଲୋକମାନେ ତାଙ୍କୁ ସତ ସତିକା ଦେବୀ ଭାବି ପୂଜା କରୁଛନ୍ତି।

ମୌନୀ ରାୟ:

ଯଦି ଲୋକପ୍ରିୟ ଟିଭି ଅଭିନେତ୍ରୀଙ୍କ କଥା ଆଲୋଚନା ହେଉଛି ତେବେ ଏଥିରୁ ମୌନୀ ରାୟ ବାଦ ପଡିବେ ନାହିଁ।

Advertisment

ସିଏ ବର୍ତ୍ତମାନ ଫିଲ୍ମରେ ବି ନଜର ଆସିଛନ୍ତି। ମୌନୀଙ୍କୁ 'ଦେବୋ କେ ଦେବ ମହାଦେବ'ରେ ସତୀ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ସିରିଏଲ ତାଙ୍କୁ ଘରେ ଘରେ ପରିଚୟ ଦେଇଥିଲା। ଏହା ପରେ ଅଭିନେତ୍ରୀଙ୍କୁ 'ନାଗିନ୍'ରେ ଦେଖିବାକୁ ମିଳିଥିଲା।| ଏହି ସିରିଏଲ ତାଙ୍କର ଲୋକପ୍ରିୟତାକୁ ଆହୁରି ବଢେଇ ଦେଇଥିଲା।

ତେଜସ୍ୱୀ ପ୍ରକାଶ:

ଟିଭିର ଲୋକପ୍ରିୟ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଅନେକ ସିରିଏଲ୍‌ରେ ନଜର ଆସିଛନ୍ତି। ଏହି ଅଭିନେତ୍ରୀ ସିରିଏଲ୍‌ 'କର୍ଣ୍ଣସଙ୍ଗିନୀ'ରେ ଉର୍ଭିଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏହି ସିରିଏଲ୍‌ କର୍ଣ୍ଣଙ୍କ ପତ୍ନୀଙ୍କ ଜୀବନୀ ଉପରେ ଆଧାରିତ ଥିଲା। ତେଜସ୍ୱୀଙ୍କ ଏହି ଚରିତ୍ରକୁ ପ୍ରଶଂସକମାନେ ଭଲ ପାଉଥିଲେ। ଆଜିକାଲି ତେଜସ୍ୱୀଙ୍କୁ 'ନାଗିନ୍ ୬' ରେ ଦେଖିବାକୁ ମିଳୁଛି। ସେ 'ବିଗ୍ ବସ୍ ୧୫' ର ବିଜେତା ମଧ୍ୟ ହୋଇଛନ୍ତି।

Advertisment

ଦେବିନା ବାନାର୍ଜୀ:

ଦେବିନା ବାନାର୍ଜୀ ପୌରାଣିକ ସିରିୟଲରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ପ୍ରଥମେ 'ରାମାୟଣ'ରେ ସୀତା ଭୂମିକାରେ ଅଭିନୟ କରିଥିଲେ। ଏହି ସିରିଏଲରେ ଗୁରୁମିତ ଚୌଧୁରୀ ରାମ ଭୂମିକାରେ ଅଭିନୟ କରିଥିଲେ। ଉଭୟଙ୍କ ଯୋଡିକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ। ବର୍ତ୍ତମାନ ଦୁହେଁ ଏକାଠି ନିଜ ବୈବାହିକ ଜୀବନକୁ ଉପଭୋଗ କରୁଛନ୍ତି।

ପୂଜା ଶର୍ମା:

ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ହେଉଥିବା 'ମହାଭାରତ'ରେ ପୂଜା ଶର୍ମା ଦ୍ରୌପଦୀଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏହି ସିରିଏଲରେ ପୂଜା ତାଙ୍କ ଚରିତ୍ରକୁ ଏତେ ନିଖୁଣ ଭାବରେ ଅଭିନୟ କରିଥିଲେ ଯେ ସେ ଖୁବ କମ ଦିନ ଭିତରେ ପ୍ରଶଂସକଙ୍କ ହୃଦୟରେ ସ୍ଥାନ ପାଇଥିଲେ। ଆଜି ବି ପ୍ରଶଂସକମାନେ ପୂଜାଙ୍କୁ ଟିଭିର ଦ୍ରୌପଦୀ ବୋଲି କୁହନ୍ତି।

ସୋନାରିକା ଭଦୌରିଆ:

ସୋନାରିକା ଭଦୌରିଆ ଅନେକ ଟିଭି ସିରିଏଲ୍‌ରେ କାମ କରିଛନ୍ତି। କିନ୍ତୁ ସିରିଏଲ୍‌ 'ଦେବୋ କେ ଦେବ ମହାଦେବ' ପାଇଁ ପ୍ରଶଂସକମାନେ ତାଙ୍କୁ ମନେ ରଖିଛନ୍ତି। ଏହି ସିରିଏଲ୍‌ରେ ସୋନାରିକା ପାର୍ବତୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସୋନାରିକା ତାଙ୍କ ଚରିତ୍ରର ଖେଳରେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ପ୍ରଶଂସକମାନେ ପ୍ରକୃତରେ ସୋନାରିକାଙ୍କୁ ଦେବୀ ବୋଲି ବିବେଚନା କରିଥିଲେ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ