Advertisment

Tarang Plus: ରିଲିଜ୍ ହେଲା ‘ଛାଡ଼ପତ୍ର’ର ଟ୍ରେଲର୍: ଜାଣନ୍ତୁ କେବେ ହେବ ଷ୍ଟ୍ରିମିଙ୍ଗ୍

ରିଲିଜ୍ ହୋଇଛି ତରଙ୍ଗପ୍ଲସ୍‌ର ନୂଆ ୱେବ୍‌ସିରିଜ୍ ‘ଛାଡ଼ପତ୍ର’ର ଟ୍ରେଲର୍। ଟ୍ରେଲର୍‌ରେ ହିରୋଙ୍କ ଜବରଦସ୍ତ ଏଣ୍ଟ୍ରୀ ଆଉ ଦମଦାର ଡାଏଲଗ୍ ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି। ବିବାହ ଆଉ ବିଚ୍ଛେଦର କାହାଣୀକୁ ନେଇ ଆସୁଛି ଏହି ସିରିଜ୍।

ଅଦ୍ୟତନ ହୋଇଛି
Tarang Plus new web series Chhadapatra streaming on may 9

Tarang Plus new web series Chhadapatra streaming on may 9

Advertisment

ବିବାହ ଏକ ପବିତ୍ର ବନ୍ଧନ। ହିନ୍ଦୁ ରୀତିନୀତି ଅନୁସାରେ ଏହି ବନ୍ଧନକୁ ଅତି ପବିତ୍ରତାର ସହିତ ଗ୍ରହଣ କରାଯାଇଥାଏ ଆଉ ସାତ ଜନ୍ମର ସାଥୀ ବୋଲି କୁହାଯାଏ। ବୈଦିକ ମନ୍ତ୍ରର ଧ୍ୱନୀରେ ଅଗ୍ନିକୁ ସାକ୍ଷୀ ରଖି ବୈବାହିକ ଜୀବନରେ ପ୍ରତ୍ୟେକ ଝଡ ଝଞ୍ଜାକୁ ସାମ୍ନାକରି ପରସ୍ପରର ସହଯୋଗୀ ହେବେ ବୋଲି ବିବାହ ବେଦୀରେ ଶପଥ ନେଇଥାନ୍ତି ନବ ଦମ୍ପତ୍ତି।

Advertisment

ବେଳେ ବେଳେ ପରିସ୍ଥିତି ଏମିତି ହୁଏ ଯେ ଏହି ପବିତ୍ର ସମ୍ପର୍କରେ ଦେଖାଯାଏ ଫାଟ। ଏହି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥାଏ ଛାଡପତ୍ର। ଏହାକୁ ନେଇ ‘ତରଙ୍ଗ ପ୍ଲସ୍‌’ ନିର୍ମାଣ କରିଛି ଏକ ଭିନ୍ନ ଧରଣର ୱେବ୍ ସିରିଜ୍। ଏହି ୱେବ୍ ସିରିଜ୍‌ର ଟା‍ଇଟଲ୍ ରହିଛି ‘ଛାଡପତ୍ର’। ପ୍ରଡକ୍ସନ ହାଉସ୍ ପୂର୍ବରୁ ତରଙ୍ଗ ପ୍ଲସ୍‌ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ ରେ ଏହାର ଟିଜର ରିଲିଜ୍ କରିଥିବା ବେଳେ ଏପ୍ରିଲ୍ ୩୦ ତାରିଖରେ ଏହାର ଟ୍ରେଲର୍ ରିଲିଜ୍ କରିଛି।

Tarang Plus new web series Chhadapatra streaming on may 9(ରିଲିଜ୍ ହେଲା ‘ଛାଡ଼ପତ୍ର’ର ଟ୍ରେଲର୍: ଜାଣନ୍ତୁ କେବେ ହେବ ଷ୍ଟ୍ରିମିଙ୍ଗ୍)

ଏହି ଟ୍ରେଲର୍‌ରେ ହିରୋଙ୍କ ଜବରଦସ୍ତ ଏଣ୍ଟ୍ରୀ ସାଙ୍ଗକୁ ଲୁକ୍ସ ଆଉ ଷ୍ଟାଇଲ୍‌ ସମସ୍ତଙ୍କ ମନ କିଣୁଛି। ଏଥିରେ ଭିନ୍ନ ଏକ ପ୍ରେମ କାହାଣୀକୁ ଚିତ୍ରଣ କରାଯାଇଛି। ଯେତେବେଳେ ଉଭୟ ଯୋଡି ପ୍ରେମରେ ପଢୁଛନ୍ତି ସେମାନେ ଏ ଦୁନିଆଁକୁ ଭୁଲିଯାଉଛନ୍ତି। ଆଉ ଯେତେବେଳେ ସେମାନେ ପ୍ରେମରୁ ବିଚ୍ଛେଦ ହେଉଛନ୍ତି ଏ ଦୁନିଆ ସେମାନଙ୍କ ପଛରେ ପଡୁଛି।

Advertisment

ଟ୍ରେଲରରୁ ଜଣାଯାଏ ଯେ ଆକାଶ ଭୂମିକାରେ ଅଭିନୟ କରୁଥିବା ଜଗଜିତ ତାଙ୍କ ପତ୍ନୀଙ୍କ ସହ ଖୁସିରେ ନାହାନ୍ତି। ସେ ତାଙ୍କ ପତ୍ନୀଙ୍କୁ ନେଇ ସନ୍ତୁଷ୍ଟ ନଥିବା ଦେଖାଯାଏ। ଯେତେବେଳେ ମିଡିଆବାଲା ତାଙ୍କ ସନ୍ତାନ ପ୍ଲାନିଂ ବିଷୟରେ ପଚାରନ୍ତି ଏନେଇ ସେ ତାଙ୍କ ପତ୍ନୀଙ୍କ ଦୋଷ ଦେଇ କୁହନ୍ତି ଯେ “ଏ ବିଷୟରେ ଆମେ ଭାବିବୁ କେମିତି, ମ୍ୟାଡମଙ୍କୁ ଏଥିପାଇଁ ସମୟ ମିଳୁନି।”

ସେହିପରି ପତ୍ନୀ ମଧ୍ୟ ସ୍ୱାମୀଙ୍କର କିଛି କାମକୁ ନେଇ ତାଙ୍କୁ ଟାର୍ଗେଟ୍ କରନ୍ତି। ଏକ ରିପୋର୍ଟର ସହ ଆକାଶଙ୍କ ପ୍ରେମ ସଂପର୍କ ଥିବା ନେଇ ସେ ବିରୋଧ କରୁଥିବା ଦେଖାଯାଏ। ଏହିସବୁକୁ ଆଧାର କରି ଫିଲ୍ମ ଆଗକୁ ଚାଲେ। ତେବେ ପୂରା ଫିଲ୍ମ ହିଁ କହିବ ପ୍ରକୃତ କଥା।

Advertisment

ଟ୍ରେଲର୍‌ଟି ରିଲିଜ୍ ହେବାର ଖୁବ୍ କମ୍ ଦିନ ମଧ୍ୟରେ ଏହାକୁ ଅନେକ ଲୋକ ଦେଖିସାରିଛନ୍ତି।  ଅନେକ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ଆଉ ନିଜ ନିଜ ମତ ମଧ୍ୟ ଦେଉଛନ୍ତି। ମତାମତରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଜଣେ ମତ ଦେଇ ଏହାକୁ ଧମାକାଦାର ଟ୍ରେଲର କହିଥିବା ବେଳେ ଆଉ ଜଣେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି। ଅନ୍ୟ ଜଣେ ମତଦେଇ ଲେଖିଛନ୍ତି, “ଖୁବ ଚମତ୍କାର ଷ୍ଟୋରୀ ଲାଇନ୍। ଆଶା କରେ ଜଗଜିତ୍ ଓ ଶ୍ରଦ୍ଧା କମାଲ କରିବେ।”

ଏହି ୱେବ୍ ସିରିଜ୍‌ର କାହାଣୀକୁ କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥୀ ଲେଖିଥିବା ବେଳେ ଏହାର ସଂଳାପ ସଜେଇଛନ୍ତି ପ୍ରିୟବ୍ରତ ପଣ୍ଡା। ସିରିଜ୍‌କୁ ରାଜେନ୍ଦ୍ର ମହାନ୍ତ ନିର୍ଦ୍ଦେଶନା ଦେଉଥିବା ବେଳେ ଦେବୀଦତ୍ତ ମହାନ୍ତି ଏହାର ମୁଖ୍ୟ କାର୍ଯ୍ୟକାରୀ ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ମୁଖ୍ୟ ଭୂମିକାରେ ଜଗଜିତ ପାଲ୍ ଓ ଶ୍ରଦ୍ଧା ପାଣିଗ୍ରାହୀଙ୍କ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବିଏମ୍ ବୈଶାଳୀ, ମନସ୍ୱନୀ ପତି, ଶକ୍ତି ବରାଳ, ମିହିର ସ୍ୱାଇଁ ପ୍ରମୁଖ ଅଭିନୟ କରିଛନ୍ତି। ଏହି ୱେବ୍ ସିରିଜ୍ ମେ ୯ରୁ ‘ତରଙ୍ଗପ୍ଲସ୍‌’ରେ ଷ୍ଟ୍ରିମିଙ୍ଗ୍ ହେବ।

Tarang Plus Tarang TV Tarang Cine Productions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ