Tamil actor mohan found dead under mysterious circumstances
ଆର୍ଥିକ ଅନଟନ କାରଣରୁ ନିକଟରେ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ମୃତ୍ୟୁକୁ ଲୋକମାନେ ଭୁଲି ନାହାନ୍ତି। ଠିକ୍ ଏହି ସମୟରେ ଦକ୍ଷିଣ ସିନେମାରୁ ଆଉ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। କମଲ ହାସନଙ୍କ ସହ ଫିଲ୍ମ 'ଅପୂର୍ବା ସଗୋଡରାର୍ଗଲ'ରେ ଅଭିନୟ କରି ତାଙ୍କ ଭୂମିକାରେ ଲୋକଙ୍କ ମନ କିଣିଥିବା ଅଭିନେତା ମୋହନଙ୍କ ମୃତଦେହ ମଦୁରାଇ ରାସ୍ତାରୁ ମିଳିଛି। ଖବର ଅନୁଯାୟୀ, ତାଙ୍କ ମୃତଦେହ ମଦୁରାଇର ଥିରୁପରଂକୁନ୍ଦ୍ରମରୁ ମିଳିଛି।
କୁହାଯାଉଛି ଯେ ଅଭିନେତା ମୋହନଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ଏନେଇ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଭିକ ମାଗିବାକୁ ବାଧ୍ୟ ହୋଇଥିଲେ। ରହସ୍ୟମୟ ପରିସ୍ଥିତିରେ ୬୦ ବର୍ଷରେ ଅଭିନେତାଙ୍କର ଦେହାନ୍ତ ହୋଇଛି।
ମୋହନ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଛୋଟ ଭୂମିକା ପାଇଁ ଜଣାଶୁଣା। ତାଙ୍କୁ ପ୍ରାୟତଃ ସହକଳାକାର ଭାବେ ଦେଖିବାକୁ ମିଳେ। ​| ସେ 'ଅପୂର୍ବା ସଗୋଡରାର୍ଗଲ'ରେ କମଲ ହାସନଙ୍କ ଜଣେ ବନ୍ଧୁ ଭୂମିକାରେ ଅଭିନୟ କରିଥିଲେ।
ଏକ ରିପୋର୍ଟ ଅନୁଯାୟୀ, ଜୁଲାଇ ୩୧ରେ, ଥିରୁପରଂକୁନ୍ଦ୍ରମ ପୋଲିସ ବଡେ ରଥ ରୋଡ୍ ନିକଟରେ ଅଭିନେତା ମୋହନଙ୍କ ମୃତଦେହ ଜବତ କରିଥିଲା। କୁହାଯାଉଛି ଯେ ସେ ସେଠାରେ ଭିକ ମାଗୁଥିଲେ। ସୂଚନା ପାଇବା ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମଦୁରାଇ ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା ଏବଂ ପରିଚୟ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଥିଲା।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଏ ସମ୍ବନ୍ଧରେ ପୋଲିସ ତଦନ୍ତ କରୁଥିବା ବେଳେ କୌଣସି ସଠିକ୍ ସୂଚନା ମିଳିନି। ତେବେ ଅସୁସ୍ଥତା ହେତୁ ମୋହନଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।
'ଅପୂର୍ବା ସଗୋଡରାର୍ଗଲ' ପରେ ମୋହନ 'ଅଧିସୟା ମଣିଥାରଗାଲ' ଏବଂ 'ନାନ କାଦଭୁଲ' ଭଳି କିଛି ଫିଲ୍ମରେ ଅଭିନୟ କରିଥିଲେ। ଅଭିନେତାଙ୍କ ମୃତ୍ୟୁରେ ପ୍ରଶଂସକ ଏବଂ ସେଲିବ୍ରେଟିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଶୋକ ପ୍ରକାଶ କରିଛନ୍ତି।
ମୋହନଙ୍କ ପରିବାରରେ ତିନି ଭଉଣୀ ଏବଂ ଦୁଇ ଭାଇ ଅଛନ୍ତି। ସେ ସେଲମରେ ରହୁଥିଲେ। ସେ ୧୦ ବର୍ଷ ପୂର୍ବେ ନିଜ ପତ୍ନୀଙ୍କୁ ହରାଇଥିଲେ ଏବଂ ସେବେଠାରୁ ତାଙ୍କର ଆର୍ଥିକ ଅବସ୍ଥା ବିଗିଡି ଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691224016.jpg)