Advertisment

କୋର୍ଟଙ୍କ ବୈବାହିକ ଦୁଷ୍କର୍ମ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କଲେ ତାପସୀ ପନ୍ନୁ

ଛତିଶଗଡ ହୋଇକୋର୍ଟ ସ୍ୱାମୀ ଉପରେ ସ୍ତ୍ରୀକୁ ଦୁଷ୍କର୍ମ ନେଇ ଏକ ବଡ ନିଷ୍ପତ୍ତି ଶୁଣେଇଛନ୍ତି। ମାମଲାରେ ଆଇନ ଅନୁସାରେ ବିବାହିତ ପତ୍ନି ସହିତ ବଳପୂର୍ବକ ବା ଇଛା ବିରୋଧରେ ଯୌନ ସମ୍ବନ୍ଧ ବା ଯୌନକ୍ରିୟା ବଳାତ୍କାର ନୁହେଁ ବୋଲି ଛତିଶଗଡ ହାଇକୋର୍ଟ କହିଛନ୍ତି। କିନ୍ତୁ ଏ କ୍ଷେତ୍ରରେ ସ୍ତ୍ରୀର ବୟସ ୧୮ ବର୍ଷରୁ କମ ନ ହୋଇଥିବା ଉଚିତ ବୋଲି କୋର୍ଟ କହିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ସୋସିଆଲ୍ ମିଡିଆରେ ବେଶ ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Tappsee Pannu

Tappsee Pannu

Advertisment

ମୁମ୍ବାଇ : ଛତିଶଗଡ ହୋଇକୋର୍ଟ ସ୍ୱାମୀ ଉପରେ ସ୍ତ୍ରୀକୁ ଦୁଷ୍କର୍ମ ନେଇ ଏକ ବଡ ନିଷ୍ପତ୍ତି ଶୁଣେଇଛନ୍ତି। ମାମଲାରେ ଆଇନ ଅନୁସାରେ ବିବାହିତ ପତ୍ନି ସହିତ ବଳପୂର୍ବକ ବା ଇଛା ବିରୋଧରେ ଯୌନ ସମ୍ବନ୍ଧ ବା ଯୌନକ୍ରିୟା ବଳାତ୍କାର ନୁହେଁ ବୋଲି ଛତିଶଗଡ ହାଇକୋର୍ଟ କହିଛନ୍ତି। କିନ୍ତୁ ଏ କ୍ଷେତ୍ରରେ ସ୍ତ୍ରୀର ବୟସ ୧୮ ବର୍ଷରୁ କମ ନ ହୋଇଥିବା ଉଚିତ ବୋଲି କୋର୍ଟ କହିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ସୋସିଆଲ୍ ମିଡିଆରେ ବେଶ ଚର୍ଚ୍ଚା ହେଉଛି। ଲୋକେ ଏହାକୁ ଏକ ଭୁଲ୍ ନିଷ୍ପତ୍ତି ବୋଲି କହୁଛନ୍ତି। ଏହି ପରିପ୍ରେକ୍ଷୀରେ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ଏହାକୁ ନେଇ ବର୍ଷିଛନ୍ତି।

Advertisment

କୌଣସି ବି ସାମାଜିକ ପ୍ରସଙ୍ଗକୁ ନେଇ ଲୋକଙ୍କ ସାମ୍ନାରେ ନିଜର ମତ ପ୍ରକାଶ କରୁଥିବା ଅଭିନେତ୍ରୀ ତାପସୀ ପନ୍ନୁ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସଜଜରେ ଗ୍ରହଣ କରିପାରି ନାହାନ୍ତି। ସେ ଟ୍ୱିଟ୍ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ତାପସୀ ପନ୍ନୁଙ୍କ ଟ୍ୱିଟ ଭାଇରାଲ ହେବାରେ ଲଗିଛି। ଏହି ଖବରର ଟ୍ୱିଟ୍ ସେୟାର କରି ସେ ଲେଖିଛନ୍ତି ଯେ “ବର୍ତ୍ତମାନ କେବଳ ଏହା ବି ଶୁଣିବାକୁ ବାକି ଥିଲା।”

Advertisment

ଅନ୍ୟପକ୍ଷରେ, ତାପସୀ ପନ୍ନୁଙ୍କ ବ୍ୟତୀତ ଗାୟକ ସୋନା ମହାପାତ୍ର ମଧ୍ୟ ଏହି ନିଷ୍ପତ୍ତିରେ ସହମତ ନ ଥିବା ଦେଖାଦେଇଛି। ସେ ମଧ୍ୟ ଟ୍ୱିଟ୍ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଯଦି ଏହି ମାମଲା ବିଷୟରେ ଆଲୋଚନା କରାଯାଏ ତେବେ ଛତିଶଗଡ ହାଇକୋର୍ଟର ଜଷ୍ଟିସ ଏନ. କେ ଚନ୍ଦ୍ରଭାନ୍ସିଙ୍କ କୋର୍ଟ ଏହି ନିଷ୍ପତ୍ତି ଶୁଣେଇଛନ୍ତି। ବେମେତରା ଜିଲ୍ଲାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ତାଙ୍କ ଇଚ୍ଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖିଥିବାରୁ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ସ୍ୱାମୀ ଏବଂ ତାଙ୍କ ପରିବାରର କିଛି ସଦସ୍ୟଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ମଧ୍ୟ ଦାଖଲ ହୋଇଥିଲା। ଏହି ମାମଲାରେ, ବେମେତରାର ସେସନ୍ସ କୋର୍ଟ ଧାରା ୪୯୮, ୩୭୬, ୩୭୭ ଏବଂ ୩୪ ଅନୁଯାୟୀ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ, ଯାହା ବିରୁଦ୍ଧରେ ସ୍ୱାମୀ ହାଇକୋର୍ଟରେ ଆବେଦନ କରିଥିଲେ।

Advertisment
Bollywood Tappsee Pannu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ