Swara Bhasker is pregnant expecting her and fahad ahmad first baby
ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଖୁବ୍ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଜୁଲାଇ ମାସରେ ସ୍ୱରା ଭାସ୍କରଙ୍କ ମା ହେବାର ଖବର କିଛି ଦିନ ପୂର୍ବରୁ ସାମ୍ନାକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ସ୍ୱରା ତାଙ୍କ ସ୍ୱାମୀ ଫହାଦ ଅହମ୍ମଦଙ୍କ ସହିତ ତାଙ୍କ ବେବୀ ବମ୍ପ୍ ଦେଖାଇ ଏକ ଫଟୋ ସେୟାର କରି ଏହି ଖବରକୁ ନିଶ୍ଚିତ କରିଛନ୍ତି।
ସ୍ୱରା ଏବଂ ସମାଜବାଦି ପାର୍ଟି ନେତା ଫହାଦ୍ ଚଳିତ ବର୍ଷ ଫେବୃଆରୀରେ ରେଜେଷ୍ଟ୍ରୀ ମ୍ୟାରେଜ୍ କରିଛନ୍ତି। ତାଙ୍କର ଏହି ବିବାହ ଉତ୍ସବ ପରେ ପାଳନ କରାଯାଇଥିଲା। କିଛି ଦିନ ପୂର୍ବରୁ ସ୍ୱରାଙ୍କର ମା’ ହେବାର ଖବର ସାମ୍ନାକୁ ଆସିଥିଲା, କିନ୍ତୁ ପରେ ଏହି ଖବରକୁ ନିଶ୍ଚିତ କରାଯାଇ ନଥିଲା। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ନିଜେ ଏହା ପ୍ରକାଶ କରିଛନ୍ତି।
ଶାହିନ୍ ବାଗ ଆନ୍ଦୋଳନ ସମୟରେ ସ୍ୱରା ଏବଂ ଫହାଦ ପରସ୍ପରଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ଉଭୟ ପ୍ରେମରେ ପଡିଯାଇଥିଲେ। ବର୍ତ୍ତମାନ ସ୍ୱରା ସୋସିଆଲ ମିଡିଆରେ ତାଙ୍କର ୩ଟି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସ୍ୱାମୀ ଫହାଦ ଅହମ୍ମଦଙ୍କ ସହ ନଜର ଆସିଛନ୍ତି। ଏହି ଫଟୋଗୁଡିକ ଶେୟାର କରି ସ୍ୱରା ଲେଖିଛନ୍ତି, “ବେଳେବେଳେ ତୁମର ସମସ୍ତ ପ୍ରାର୍ଥନାର ଫଳାଫଳ ଭଗବାନ ତୁମକୁ ଏକା ଥରରେ ଦେଇଦିଅନ୍ତି। ଭଗବାନ ଆଶୀର୍ବାଦ ପାଇ, କୃତଜ୍ଞ ଏବଂ ଉତ୍ସାହିତ…। ଆମେ ଏକ ନୂଆ ଦୁନିଆରେ ପାଦ ଦେବାକୁ ଯାଉଛୁ।”
ଏହି ପୋଷ୍ଟ ସହିତ ସ୍ୱରା #OctoberBaby ହ୍ୟାସ୍ଟ୍ୟାଗ୍ ଅଂଶୀଦାର କରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ସେ ଅକ୍ଟୋବରରେ ମା’ ହେବେ। ତାଙ୍କର ଏହି ଫଟୋରେ ସେ ଅନେକ ଅଭିନନ୍ଦନ ପାଇଛନ୍ତି।
ମାର୍ଚ୍ଚ ମାସରେ, ଅଭିନେତ୍ରୀ ସ୍ୱରା ଓ ସମାଜବାଦି ପାର୍ଟିର ୟୁଥ୍ ୱିଙ୍ଗ୍ ନେତା ଫହାଦ ଅହମ୍ମଦଙ୍କ ବିବାହ ଉତ୍ସବ ଦିଲ୍ଲୀରେ ପାଳନ କରାଯାଇଥିଲା ଯେଉଁଥିରେ ସଂଗୀତ ଏବଂ କୱାଲି ନାଇଟ୍ ରଖାଯାଇଥିଲା। ସେମାନଙ୍କର ବିବାହ ରିସେପ୍ସନ୍ ଦିଲ୍ଲୀ ଏବଂ ମୁମ୍ବାଇରେ ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ବହୁ ସେଲିବ୍ରେଟି ତଥା ରାଜନୈତିକ ବ୍ୟକ୍ତି ସାମିଲ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686057603.jpg)