Advertisment

ସୁସ୍ମିତା ସେନ୍‌ଙ୍କ କ୍ରୁର ଅବତାର

ଓଟିଟି ପ୍ଲାଟ୍‌ଫର୍ମରେ ଅଧିକରୁ ଅଧିକ ଲୋକପ୍ରିୟ ହୋଇଚାଲିଛି ‘ଆର୍ଯ୍ୟା’। ଏହାର ଦ୍ୱିତୀୟ ଏଡିସନ୍ ଷ୍ଟ୍ରିମ୍ ହେବାକୁ ଯାଉଛି। ଏଥିରେ ଭିନ୍ନ ରୂପରେ ଆସୁଛନ୍ତି ସୁସ୍ମିତା ସେନ୍। ଆପଣ ବି ତାଙ୍କ ଗେଟ୍‌ଅପ୍ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

Sushmita Sen’s Aarya-2 motion poster released

Sushmita Sen’s Aarya-2 motion poster released

Advertisment

ମୁମ୍ବାଇ: ସୁସ୍ମିତା ସେନ୍‌ଙ୍କ ‘ଆର୍ଯ୍ୟା’ ଓଟିଟି ପ୍ଲାଟ୍‌ଫର୍ମର ସବୁଠାରୁ ଅଧିକ ଲୋକପ୍ରିୟ ୱେବ୍ ସିରିଜ୍ ମଧ୍ୟରେ ଗୋଟିଏ ହୋଇଯାଇଛି। ଏହି ଶୋ’ର ଦ୍ୱିତୀୟ ସିଜନରେ ଟିଜର ସାମ୍ନାକୁ ଆସିଯାଇଛି। ଏଥିରେ ସୁସ୍ମିତା ସେନ୍‌ଙ୍କ କ୍ରୁର ଚେହେରା ଇଣ୍ଟରନେଟ୍‌ରେ ଧମାକା କରୁଛି। ସୁସ୍ମିତାଙ୍କ ଏଭଳି ଚେହେରା ପ୍ରସଂଶକମାନଙ୍କୁ ଏହାର ଆଗାମୀ ସିଜନ ଦେଖିବା ନେଇ ଉତ୍ସାହ ବଢେଇ ଦେଇଛି।

Advertisment

ଏହି ଅବସରରେ ‘ଆର୍ଯ୍ୟା ୨’ର ସୁଟିଂ ସମୟର କିଛି ମନପସନ୍ଦର ସ୍ମୃତିକୁ ସୁସ୍ମିତା ସେନ ଶେୟାର କରିଛନ୍ତି। ତାଙ୍କ ପାଇଁ ସବୁ ସୁଟିଂଗୁଡିକ ମନେରହିବା ଭଳି, କିନ୍ତୁ ଏଥିରେ ଏମିତି କିଛି ସୁଟିଂ ରହିଛି ଯାହା ତାଙ୍କ ହୃଦୟରେ ଛାପ ହୋଇ ରହିଯାଇଛି ବୋଲି ସେ କହିଛନ୍ତି।

‘ଆର୍ଯ୍ୟା ୨’ର ଗୋଟିଏ ଏପିସୋଡ୍‌କୁ ନେଇ ସୁସ୍ମିତା କହିଛନ୍ତି ଯେ “ଆମେ ଯେଉଁଭଳି ଭାବେ ଆଗକୁ ବଢୁଛେ, ଲୋକଙ୍କୁ ମେକିଂ ଓ ପ୍ରୋସେସ୍ ବିଷୟରେ କହିବା ନେଇ ରେକର୍ଡରେ ଏଭଳି ଅନେକ କିଛି ଘଟଣା ମିଳିବ। ଏଭଳି ଏକ ସ୍ୱତନ୍ତ୍ର ଦୃଶ୍ୟ ରହିଛି ଯାହାକୁ ଜୟପୁରର ଏକ ହେଲିପ୍ୟାଡ୍‌ରେ ସୁଟ୍ କରାଯାଇଛି। ଏହି ଦୃଶ୍ୟ କରିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।”

Advertisment

ଏହି ଏପିସୋଡ୍ ବିଷୟରେ ଆହୁରି ଅଧିକ ସୂଚନା ଦେବାକୁ ଯାଇ ସୁସ୍ମିତା କହିଛନ୍ତି ଯେ “ଏହା ସିଜିନ୍ ୨ର ସବୁଠାରୁ ମହତ୍ୱପୂର୍ଣ୍ଣ ସିକ୍ୱେଲ୍ ଥିଲା। ଆପଣମାନେ ଭଲଭାବେ ଜାଣିଥିବେ ଯେ ଅଫ୍‌ ସିଜିନ୍‌ରେ ରାଜସ୍ଥାନରେ ବର୍ଷା ହୁଏ ନାହିଁ। କିନ୍ତୁ ପ୍ରତି ୨୪ ଘଣ୍ଟାରେ ଥଣ୍ଡା ଓ ବର୍ଷା ହେଉଥିଲା କେବଳ ଆମରି ପାଇଁ। ଆମକୁ ଅଦ୍ଭୁତ ବ୍ୟାକ୍‌ଡ୍ରପ୍ ସ୍କୋର୍ ମିଳିଲା ଏବଂ ଆମ ନିର୍ଦ୍ଦେଶକ ଯାହାଙ୍କୁ ଏନଭାୟରମେଣ୍ଟାଲ୍ ସାଉଣ୍ଡ ପସନ୍ଦ, ସେ କହିଲେ ଯେ ଏହାଠାରୁ ଆଉ ଭଲ କିଛି ହୋଇ ନ ପାରେ। ଏନେଇ ଏହା ଆମ ସମସ୍ତଙ୍କ ପାଇଁ ଆର୍ଯ୍ୟ ପାଇଁ ହାଇ ପଏଣ୍ଟ ଓ ସେହି ବିଶେଷ ଦିନ ଆମ ପାଇଁ ସବୁଦିନ ମନେ ରହିବା ଭଳି।”

Advertisment

ଏହି ଫିଲ୍ମ ‘ଆର୍ଯ୍ୟା’ ସହିତ ସୁସ୍ମିତା ସେନ୍ ଡିଜିଟାଲ୍‌ ଡେବ୍ୟୁ ଦ୍ୱାରା ଅଭିନୟ ଦୁନିଆକୁ ଫେରିଛନ୍ତି। ଏହି ସିରିଜ୍ ସହିତ ରାମ ମାଧୱାନୀ ମଧ୍ୟ ୱେବ୍ ଜଗତକୁ ପ୍ରବେଶ କରିଛନ୍ତି ଯିଏ ଏହାକୁ ଆହୁରି ସୁନ୍ଦର କରିଦେଇଛନ୍ତି। ସୁସ୍ମିତାଙ୍କ ବ୍ୟତୀତ ଏହି ସିରିଜ୍‌ରେ ଚନ୍ଦ୍ରଚୂର ସିଂହ, ନମିତା ଦାସ ଓ ସିକନ୍ଦର ଖେର୍ ମଧ୍ୟ ପ୍ରମୁଖ ଭୂମିକାରେ ଥିଲେ। ଏହାର ଦ୍ୱିତୀୟ ଏଡିସନରେ ମଧ୍ୟ ନୂଆ ଚରିତ୍ରମାନଙ୍କୁ ଦେଖିବାକୁ ମିଳିବ। ‘ଆର୍ଯ୍ୟା ୨’ ଖୁବ ଶିଘ୍ର ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଷ୍ଟ୍ରିମ୍ ହେବ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ