Advertisment

ଯୋଦ୍ଧା ହୋଇ ଫେରୁଛନ୍ତି ସୁନୀଲ୍ ସେଟ୍ଟୀ

ସୁନୀଲ୍ ସେଟ୍ଟୀ ପ୍ରଶଂସକଙ୍କ ପାଇଁ ଖୁସି ଖବର। ପୁଣି ତାଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ। ଏଥର କିନ୍ତୁ କୌଣସି ରୋମାଣ୍ଟିକ୍ ଭୂମିକାରେ ନୁହେଁ। ଆନ୍ନା ଫେରୁଛନ୍ତି ଏକ ଯୋଦ୍ଧା ହୋଇ।

ଅଦ୍ୟତନ ହୋଇଛି
Suniel Shetty returns with a bang in films

Suniel Shetty returns with a bang in films

Advertisment

ମୁମ୍ବାଇ : ସିନେ ଦୁନିଆରୁ ଦୀର୍ଘ ସମୟର ବ୍ୟବଧାନ ପରେ ବଲିଉଡ୍‌ର ଜବରଦସ୍ତ ଅଭିନେତା ସୁନୀଲ୍ ସେଟ୍ଟୀ ଏକ ନିଆରା ଷ୍ଟାଇଲ୍‌ରେ ଫେରୁଛନ୍ତି। ଏଥର କିନ୍ତୁ ସୁନୀଲଙ୍କୁ ଦର୍ଶକେ କୌଣସି ରୋମାଣ୍ଟିକ୍ ହୀରୋ ରୂପରେ ଦେଖିବାକୁ ପାଇବେ ନାହିଁ। ସେ ଏକ ଯୋଦ୍ଧାର ଭୂମିକା ନେଇ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି।

Advertisment

ସୋସିଆଲ୍ ମିଡିଆରେ ସୁନୀଲଙ୍କ ଫାଷ୍ଟ୍ ଲୁକ୍ ସାମ୍ନାକୁ ଆସିଯାଇଛି। ଏହାକୁ ଇଣ୍ଟର୍‌ନେଟ୍‌ରେ ଜମେଇକି ପ୍ରଶଂସା ମଧ୍ୟ କରାଯାଉଛି। ଏହି ଫିଲ୍ମରେ ସୁନୀଲ୍ ସେଟ୍ଟୀ ଷୋଳ ଶତାବ୍ଦୀର ସମୁଦ୍ର ଯୋଦ୍ଧା ଭୂମିକାରେ ନଜର ଆସିବେ। ସୁନୀଲ୍ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫିଲ୍ମର ଫାଷ୍ଟ୍ ଲୁକ୍ ପ୍ରଶଂସକଙ୍କ ସହ ଶେୟାର୍ କରି ଏ କଥା ଜଣେଇ ଦେଇଛନ୍ତି।

ଦୀର୍ଘ ୫ ବର୍ଷ ପରେ ବଲିଉଡର ଖୁବ ଜଣାଶୁଣା ଏହି ଅଭିନେତା ବଡ ପରଦାକୁ ଜବରଦସ୍ତ ଭୂମିକାରେ ଫେରୁଛନ୍ତି। ଅନେକ ଫିଲ୍ମରେ ସୁନୀଲ ଜଣେ ଆକ୍ସନ ହୀରୋ ଭାବେ ଦେଖାଦେଇଥିବା ବେଳେ ଆଗକୁ ଆସୁଥିବା ଏହି ନୂଆ ଫିଲ୍ମରେ ତାଙ୍କୁ ଜଣେ ଯୋଦ୍ଧା ଭୂମିକାରେ ଦେଖିବା ନେଇ ଦର୍ଶକେ ବ୍ୟାକୁଳତାର ସହ ଅନେଇ ବସିଛନ୍ତି।

Advertisment

ସୁନୀଲ ସେଟ୍ଟୀ ତାଙ୍କ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଛାଡିଥିବା ଏହି ଫଟୋରେ ତାଙ୍କ ମୁହଁରେ ଦାଢି ସାଙ୍ଗକୁ ଦେହରେ ଲୁହାର କବଚ ଆଉ ହାତରେ ଖଣ୍ଡା କହୁଛି ଯେ ସେ କୌଣସି ଏକ ଐତିହାସିକ କାହାଣୀକୁ ନେଇ ଜଣେ ଯୋଦ୍ଧାର ଭୂମିକାରେ ଆସୁଛନ୍ତି। ତେବେ ଡିସେମ୍ବର ୨ରେ ସୁନୀଲ ସେଟ୍ଟୀଙ୍କ ଏହି ଫିଲ୍ମ ‘ମରକ୍କଡ-ଦ ଲାୟନ ଅଫ୍ ଦ ଆରବିୟନ ସୀ’ ରିଲିଜ୍ ହେବାକୁ ଯାଉଛି।

ଏହି ଐତିହାସିକ ଫିଲ୍ମଟି ନୌସେନା ମୁଖ୍ୟ ମୋହମ୍ମଦ ଅଲ୍ଲୀ ଓରଫ୍‌ କୁଞ୍ଜଲୀ ମରକ୍କଡଙ୍କ ଜୀବନୀ ଉପରେ ଆଧାରିତ। ଯଦି ଦେଖାଯାଏ, ସୁନୀଲ୍ ସେଟ୍ଟୀଙ୍କ ଏହି ରୂପ ହଲିଉଡ୍ ଫିଲ୍ମ ‘ଟ୍ରୟ୍’ ଦ୍ୱାରା ପ୍ରଭାବିତ। ତେବେ ଫିଲ୍ମର ଏହି ପ୍ରଥମ ଝଲକକୁ ଦେଖି ଜଣାଯାଉଛି ଯେ ଏଥିରେ ସୁନୀଲଙ୍କ ବହୁତ ଫାଇଟ୍ ସିନ୍ ଦେଖିବାକୁ ମିଳିବ।

Advertisment

ତେବେ ନିଜ ପସନ୍ଦର ଅଭିନେତାଙ୍କ ଫେରିବା ଦେଖି ତାଙ୍କ ପ୍ରଶଂସକଙ୍କ ମନରେ ଉତ୍ତେଜନା ଆଉ ଖୁସୀ ଭରିଯାଇଛି। ସୋସିଆଲ୍ ମିଡିଆରେ ସୁନୀଲ୍ ସେଟ୍ଟୀଙ୍କୁ ତାଙ୍କ ପ୍ରଶଂସକମାନେ ଖୁବ୍ ଭଲପାଇବା ଦେଇଚାଲିଛନ୍ତି। ଏହି ଭିଡିଓକୁ ଶେୟାର କରି ସୁନୀଲ ସେଟ୍ଟୀ କ୍ୟାପ୍‌ସନ୍‌ରେ “ନମସ୍ତେ” ବୋଲି ଲେଖିଛନ୍ତି। କେବଳ ପ୍ରଶଂସକମାନେ ନୁହଁନ୍ତି ବରଂ ଅନେକ ସେଲିବ୍ରେଟିମାନେ ମଧ୍ୟ ସୁନୀଲଙ୍କ ଏହି ଜବରଦସ୍ତ ଲୁକ୍‌କୁ ପସନ୍ଦ କରୁଥିବା ଦେଖାଯାଏ।

ସୋସିଆଲ୍ ମିଡିଆରେ ଅଭିଷେକ ବଚ୍ଚନ ହାର୍ଟ ଇମୋଜୀ ପୋଷ୍ଟ୍ କରିଥିବା ବେଳେ ଅଭିନେତ୍ରୀ ରୁହାନିକା ଧୱନ୍ ‘ଆଉ ଅପେକ୍ଷା କରିପାରିବୁନି’ ବୋଲି ଲେଖିଛନ୍ତି। ସେହିଭଳି ସୁନୀଲ୍ ସେଟ୍ଟୀଙ୍କ ପ୍ରଶଂସକମାନେ ଅନେକ ଭଲ ପାଇବା ଦେଇଥିବା ବେଳେ ଜଣେ ‘କିଙ୍ଗ୍ ଇଜ୍ ବ୍ୟାକ୍’ ବୋଲି ଲେଖିଛନ୍ତି। ସେହିପରି ଆଉ ଜଣେ ପ୍ରଶଂସକ ଲେଖିଛନ୍ତି ଯେ “ଆନ୍ନା ମୁଁ ବହୁତ ଖୁସି ଯେ ଆପଣଙ୍କୁ ଆଉ ଥରେ ପରଦାରେ ଦେଖିବାର ସୁଯୋଗ ମିଳିବ।”

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ