Advertisment

ଅଲୁ ଅର୍ଜୁନଙ୍କୁ ପ୍ରଶଂସାରେ ପୋତିଦେଲେ ସୁକୁମାର, କହିଲେ ଆଜି ମୁଁ ଯାହା କିଛି ହେଇଛି ସବୁ ତାଙ୍କ ପାଇଁ

ଭାରତୀୟ ମନୋରଂଜନ ଦୁନିଆରେ ଅଲୁ ଅର୍ଜୁନ ଓ ସୁକୁମାରଙ୍କ ଯୋଡି ଖୁବ୍ କାମ ଦିଏ। ସେମାନଙ୍କର ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍ ହୁଏ। ଏବେ ସୁକୁମାର ଅଲୁ ଅର୍ଜୁନଙ୍କୁ ନିଜ ଭାଗ୍ୟ ବୋଲି କହିଛନ୍ତି। ସେ କହିଛନ୍ତି, “ଆଜି ମୁଁ ଯାହା କିଛି ହେଇଛି ସବୁ ଅଲୁ ଅର୍ଜୁନ ପାଇଁ”।

ଅଦ୍ୟତନ ହୋଇଛି
arya 20 years celebrations

Sukumar praises allu arjun and says he is the reason for what i am today

Advertisment

ଅଲୁ ଅର୍ଜୁନ ଏବଂ ସୁକୁମାରଙ୍କ ବ୍ଲକବଷ୍ଟର ଫିଲ୍ମ 'ଆର୍ଯ୍ୟା' ରିଲିଜ୍‌ ହେବାର ୨୦ ବର୍ଷ ବିତିଗଲାଣି। ଏହା ଏକ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ 'ପୁଷ୍ପା' ଖ୍ୟାତି ନିର୍ଦ୍ଦେଶକ ସୁକୁମାର। ସେତେବେଳେ ଏହି ଫିଲ୍ମଟି ମାତ୍ର ୪ କୋଟିରେ ନିର୍ମିତ ହୋଇଥିଲା।

Advertisment

ଏହା ସାରା ବିଶ୍ୱରେ ୩୦ କୋଟି ଟଙ୍କା ବ୍ୟବସାୟ କରିଥିଲା। ବର୍ତ୍ତମାନ ଏହି ଫିଲ୍ମର ୨୦ତମ ବାର୍ଷିକୀ ପାଳନ ହୋଇଛି। ଏନେଇ ହାଇଦ୍ରାବାଦରେ ଏକ ସ୍ୱତନ୍ତ୍ର ପାର୍ଟିର ଆୟୋଜନ କରାଯାଇଥିଲା। ଏହି ଫିଲ୍ମ ସହିତ ଜଡିତ ପୂରା ଷ୍ଟାର୍‌ କାଷ୍ଟ୍‌ ସେଠାରେ ଉପସ୍ଥିତ ଥିଲେ।

ଏହି ଅବସରରେ, ସୁକୁମାର ଖୋଲାଖୋଲି ଭାବରେ ତାଙ୍କ ହୃଦୟର ଅନେକ କଥା ଲୋକଙ୍କୁ ଜଣାଇଛନ୍ତି ଆଉ ଅଲୁ ଅର୍ଜୁନଙ୍କୁ ନିଜ ଭାଗ୍ୟ ବୋଲି ମାନିଛନ୍ତି। ସେ କହିଛନ୍ତି, “ଯେତେବେଳେ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ନୂଆ ଥିଲି, ମତେ ଏକ ରିମେକ୍ ଫିଲ୍ମର ନିର୍ଦ୍ଦେଶନା ଦେବାକୁ କୁହାଯାଇଥିଲା, ଯେଉଁଥିପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲି।”

Advertisment

ଅଧିକ ପଢ଼ନ୍ତୁ: ଫହାଦ ଫାଜିଲ୍‌ଙ୍କ ଖୋଲା କଥା; କହିଲେ, ମତେ ଲାଗୁ ନାହିଁ ଯେ 'ପୁଷ୍ପା' ମୋ ପାଇଁ କିଛି କରିଛି

ସେ ପୁଣି କହିଛନ୍ତି, “ମତେ ଲାଗୁଥିଲା ‘ଆର୍ଯ୍ୟା’ ଭଳି ଫିଲ୍ମ କାମ କରିବ ନାହିଁ। ତେଣୁ ମୁଁ ସେହି ସମୟରେ ଅନ୍ୟ ଏକ ସ୍କ୍ରିପ୍ଟରେ କାମ କରିବା ଆରମ୍ଭ କଲି। କିନ୍ତୁ ବନ୍ନି (ସମସ୍ତେ ଅଲୁ ଅର୍ଜୁନଙ୍କୁ ସ୍ନେହରେ ବନି ବୋଲି ଡାକନ୍ତି) ଫିଲ୍ମର ସ୍କ୍ରିପ୍ଟକୁ ଅଧିକ ପସନ୍ଦ କରୁଥିଲେ। ସେତେବେଳେ ବନ୍ନିଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। କିନ୍ତୁ ବନ୍ନି ମୋତେ ଅନୁଭବ କରେଇଲେ ଯେ ଏହି ଫିଲ୍ମର କାହାଣୀରେ ଦମ ଅଛି। ତେଣୁ, ମୁଁ ଆଜି ଯାହା କିଛି ହୋଇଛି ଏହାର କାରଣ ଅଲୁ ଅର୍ଜୁନ।”

Advertisment

ସୁକୁମାର ଆହୁରି କହିଛନ୍ତି, “ମୁଁ ଏହି ଫିଲ୍ମ ପାଇଁ ସର୍ବୋତ୍ତମ ଟେକ୍ନିସିଆନ ଚାହୁଁଥିଲି ଏବଂ ମୁଁ ଫିଲ୍ମର ନିର୍ମାତା ଦିଲ ରାଜୁ ଗାରୁଙ୍କୁ ଏହା କହିଥିଲି। ଏହି ଫିଲ୍ମ ପାଇଁ ମୁଁ ତାଙ୍କୁ ଯାହା ମାଗିଥିଲି, ସେ ମୋତେ ସବୁକିଛି ଦେଇଥିଲେ। ଫିଲ୍ମର ପ୍ରଥମ ଭାଗର ସ୍କ୍ରିପ୍ଟ ଶୁଣିବା ପରେ ଡିଏସପି (ସଙ୍ଗୀତ ନିର୍ଦ୍ଦେଶକ) ତୁରନ୍ତ ମୋତେ 'ଫିଲ୍ମ୍ ମାଇଁ ଲଭ୍' ଗୀତର ସ୍ୱର ଦେଇଥିଲେ। ସତ କହିବାକୁ ଗଲେ, ଫିଲ୍ମରେ ଆଇଟମ୍ ଗୀତର ଆଇଡିଆ ମୋର ନ ଥିଲା। 'ଆ ଆଣ୍ଟେ ଆମାଲାପୁରମ୍' ଗୀତକୁ ସମସ୍ତେ ପସନ୍ଦ କରିଥିଲେ।”

ସୁକୁମାର ଆହୁରି କହିଛନ୍ତି, “ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକଙ୍କ ଆଟିଟ୍ୟୁଡ୍ ବହୁତ ଅଧିକ। ଏହା କିନ୍ତୁ ସତ ନୁହେଁ। ଇଣ୍ଡଷ୍ଟ୍ରୀରେ ଅନେକ ପ୍ରକାରର ଆପୋଷ ବୁଝାମଣା ହୁଏ। ମୁଁ ମୋର ଇଚ୍ଛାକୁ ହାସଲ କରିବା ପାଇଁ ଅନେକ ଆପୋଷ ବୁଝାମଣା ମଧ୍ୟ କରିଛି। ମୁଁ ଯାହା ବି କିଛି କରେ ଫିଲ୍ମର ମଙ୍ଗଳ ପାଇଁ କରେ। ନିର୍ଦ୍ଦେଶକମାନଙ୍କୁ ଅନେକ ପ୍ରକାରର ବାଧାବିଘ୍ନର ସାମ୍ନା କରିବାକୁ ପଡେ। ମୁଁ ଚାହୁଁଛି ଆଗାମୀ ନିର୍ଦ୍ଦେଶକମାନେ ଏଥିପ୍ରତି ଧ୍ୟାନ ଦେବେ।”

ଅଧିକ ପଢ଼ନ୍ତୁ: ଶେଖର ସୁମନ କହୁଥିଲେ ରାଜନୀତିରୁ ଦୂରେଇ ରହିଛି; ଏବେ କାହିଁକି ଧରିଲେ ପଦ୍ମ...

Allu Arjun Sukumar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ