Advertisment

Viral Video: ଝିଅର ହାତ ଧରି ନାଚୁଥିଲା ପୁଅ, ବାଜିଲା ରାଖି ବନ୍ଧା ଗୀତ; ତା’ ପରେ ଯାହା ହେଲା ହସି ହସି ଗଡିଯିବେ

ସ୍କୁଲ-କଲେଜ ଜୀବନର ସ୍ମୃତିକୁ ତାଜା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ପୁଅ ଏବଂ ଝିଅ କଲେଜ ଫଙ୍କ୍‌ସନ୍‌ରେ ଏକାଠି ନାଚୁଥିବା ଦେଖାଯାଏ। ଏହି ଭିଡିଓରେ ଏମିତି କିଛି ମଜ୍ଜାଦାର ଦୃଶ୍ୟ ଦେଖିବାକୁ ମିଳେ, ଯାହାକୁ ଦେଖି ଆପଣ ବି ହସି ହସି ଗଡିଯିବେ।

College Dance Viral Video

College Dance Viral Video

Advertisment

କୁହାଯାଏ କଲେଜ ଜୀବନର ତୁଳନା ନାହିଁ, ଯାହାର ସ୍ମୃତି ଯୁଗ ଯୁଗ ଭୁଲିହୁଏ ନାହିଁ। ଏହି ସମୟ ପ୍ରାୟ ବ୍ୟକ୍ତିଙ୍କ ଜୀବନରେ ଆସିଥାଏ, ଯାହାକୁ ସେମାନେ ତାଙ୍କ ଜୀବନସାରା ମନେ ରଖିଥା’ନ୍ତି। କେତେବେଳେ କିଛି ସ୍ମୃତି ଆଖିକୁ ଓଦା କରିଦିଏ ତ ପୁଣି କେତେବେଳେ କିଛି ସ୍ମୃତି ମୁହଁରେ ଏକ ସୁନ୍ଦର ହସ ନେଇଆସେ। ଯଦି ଆମେ ଏହାକୁ ଦେଖିବା, ପ୍ରତ୍ୟେକ ଛାତ୍ରଙ୍କ ଜୀବନର ଡାଏରୀରେ କଲେଜର ପୃଷ୍ଠା ଅତ୍ୟନ୍ତ ସ୍ୱତନ୍ତ୍ର, କାରଣ ଅତୀତରେ କାଟିଥିବା ଏହିସବୁ ବିଶେଷ ମୁହୂର୍ତ୍ତ ଆଉ ଫେରି ଆସେ ନାହିଁ।

Advertisment

ଏନେଇ ସମସ୍ତେ ନିଜ କଲେଜ ଜୀବନକୁ ଖୋଲାଖୋଲି ଉପଭୋଗ କରନ୍ତି। ବର୍ତ୍ତମାନ ଏହି ସ୍କୁଲ-କଲେଜ ଜୀବନର ସ୍ମୃତିକୁ ତାଜା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ପୁଅ ଏବଂ ଝିଅ କଲେଜ ଫଙ୍କ୍‌ସନ୍‌ରେ ଏକାଠି ନାଚୁଥିବା ଦେଖାଯାଏ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏମିତି କିଛି ହୁଏ ଯେ ପୁଅଟି ଝିଅଟିର ହାତ ଛାଡି ଦିଏ ଆଉ ଦୌଡିକି ପଳାଏ।

ଭିଡିଓ ଦେଖିଲେ ହସି ହସି ଗଡିଯିବେ:

ଏହି ଭିଡିଓରେ ଏମିତି କିଛି ମଜ୍ଜାଦାର ଦୃଶ୍ୟ ଦେଖିବାକୁ ମିଳେ, ଯାହାକୁ ଦେଖି ଆପଣ ବି ହସି ହସି ଗଡିଯିବେ। ହସି ହସି ପେଟ ମଧ୍ୟ ଦରଜ ହୋଇଯିବ। ତେବେ ଏହି ଭିଡିଓରେ ଏମିତି କ’ଣ ଅଛି ଯେ ସୋସିଆଲ ମିଡିଆରେ ଦେଖି ଲୋକେ ମଜ୍ଜା ନେଉଛନ୍ତି ଆସନ୍ତୁ ଜାଣିବା।

Advertisment

ଭିଡିଓରେ କ’ଣ ହେଲା:

ଭିଡିଓ ଆରମ୍ଭରେ ଦେଖିବାକୁ ମିଳେ ଯେ ଜଣେ ପୁଅ ଏବଂ ଝିଅ ହାତ ଧରାଧରି ହୋଇ ଏକାଠି ନାଚୁଛନ୍ତି। ଏହି ନାଚ ଭିତରେ ଅଚାନକ 'ରାଖୀ ବାନ୍ଧା ଲୋ' ଗୀତଟି ବାଜିବା ଆରମ୍ଭ କଲା। ଏହା ଶୁଣିବା ମାତ୍ରେ ପୁଅଟି ହସି ହସି ଝିଅର ହାତକୁ ଛାଟି ଦୌଡି ପଳାଇଯାଏ।

ପିଲାଙ୍କ ଉତ୍ସାହ:

ଏହି ଭାଇରାଲ୍ ରିଲ୍‌କୁ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଅନୁଯାୟୀ, ଏହି ଫଙ୍କସନ୍‌ରେ ସିନିୟରମାନେ ସେମାନଙ୍କ ଜୁନିୟର୍ସମାନଙ୍କୁ ଆଇ‍ସ୍ ବ୍ରେକିଂ କରୁଛନ୍ତି। ଏହି ଦୃଶ୍ୟ ଦେଖି ସେଠାରେ ଥିବା ଅନ୍ୟ ପିମାମାନେ ମଧ୍ୟ ହସୁଥିବା ଦେଖିବାକୁ ମିଳେ। ଭିଡିଓରେ ପିଲାମାନେ ଉଚ୍ଚ ସ୍ୱରରେ ଚିତ୍କାର କରୁଥିବା ମଧ୍ୟ ଶୁଣିବାକୁ ମିଳେ।

Advertisment


ଆଇସ୍ ବ୍ରେକିଂ:

ଭାଇରାଲ ହେଉଥିବା ଏହି ଭିଡିଓଟି ଉତ୍ତରାଞ୍ଚଳ ବିଶ୍ୱବିଦ୍ୟାଳୟର ବୋଲି କୁହାଯାଉଛି। ଏହି ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ @ _leo.sr._ ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି, ଯାହାର କ୍ୟାପସନ୍‌ରେ କୁହାଯାଇଛି ଯେ 'ଏମିତି ଆଇସ୍ ବ୍ରେକିଂ କରନ୍ତୁ ଯେପରି ଜୁନିୟରମାନେ ମଧ୍ୟ ଏହାକୁ ମନେ ରଖିବେ। #utranchaluniversity।

ଖବର ଲେଖା ହେବା ବେଳକୁ ଏହି ଭିଡିଓକୁ ୩ କୋଟିରୁ ଅଧିକ ଲୋକ ଦେଖିସାରିଥିଲେ। ଉପଭୋଗ କରୁଥିବା ସମୟରେ ଭିଡିଓ ଦେଖୁଥିବା ଜଣେ ଲେଖିଛନ୍ତି, “ଏହାକୁ ଆଇସ୍ ବ୍ରେକିଂ କୁହାଯାଏ ନାହିଁ, ଏହାକୁ ହାର୍ଟ ବ୍ରେକିଂ କୁହାଯାଏ।” ଅନ୍ୟ ଜଣେ ଲେଖିଛନ୍ତି, “ତାଙ୍କର ରଙ୍ଗଧଙ୍ଗ ପରିବର୍ତ୍ତନ ଖୁବ ମଜାଳିଆ ଥିଲା।” ଆଉ ଜଣେ ଲେଖିଛନ୍ତି, “ଡିଜେ ଅପରେଟର ପାଇଁ ସୂର୍ଯ୍ୟବଂଶୀ ବାଲା ଖିର ପଠେଇ ଦେବି କି?”

Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ