Advertisment

ବାଦାମ ବିକାଳିରୁ ସୋସିଆଲ୍ ମିଡିଆ ସେନ୍‌ସେସନ୍ ଭୁବନ

ବୁଲିବୁଲି ବାଦାମ ବିକୁଥିବା ଜଣେ ବେପାରୀ ଖାଲି ନିଜେ ନାଚୁନାହାନ୍ତି, ସାରା ଦୁନିଆକୁ ନିଜ ଗୀତରେ ନଚାଉଛନ୍ତି । ଭୁବନ ବାଦ୍ୟକାର ଫେସ୍‌ବୁକ୍ ସର୍ଟ୍, ଇନଷ୍ଟାଗ୍ରାମ ରିଲ୍‌ରେ ସେନସେସନ୍ ପାଲଟି ଯାଇଛନ୍ତି ।

ଅଦ୍ୟତନ ହୋଇଛି
 Kacha Badam Fame Bhuban Badyakar

Kacha Badam Fame Bhuban Badyakar

Advertisment

‘ବାଦାମ୍ ବାଦାମ୍ ଦାଦା କାଚ୍ଚା ବାଦାମ୍’, ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ୍, ୟୁଟ୍ୟୁବ୍ ସବୁଠି ଚହଳ ପକେଇଥିବା ଏହି ଗୀତରେ ଡ୍ୟାନ୍ସ ଭିଡିଓ ଛାଡ଼ୁଛନ୍ତି ସେଲିବ୍ରିଟିଠୁ ଆରମ୍ଭ କରି ସାଧାରଣ ୟୁଜର୍ । ସୋସିଆଲ୍ ମିଡିଆରେ ଆପଣ ବି ହୁଏତ ଶୁଣିଥିବେ, ଆଉ ମନେ ମନେ ଗୁଣୁ ଗୁଣାଇଥିବେ ଏହି ବାଦାମ୍ ବାଦାମ୍, କାଚ୍ଚା ବାଦାମ୍ ଗୀତ । ତେବେ ଏହି ଗୀତ ପଛର ମଣିଷ କିଏ ଏବଂ ତାଙ୍କ ଲୋକପ୍ରିୟତା କେମିତି ଦେଶରୁ ଡେଇଁ ବିଦେଶରେ ବି ପହଞ୍ଚିଲାଣି, ଜାଣନ୍ତୁ..

Advertisment

ବୁଲିବୁଲି ବାଦାମ ବିକୁଥିବା ଜଣେ ବେପାରୀ ଖାଲି ନିଜେ ନାଚୁନାହାନ୍ତି, ସାରା ଦୁନିଆକୁ ନିଜ ଗୀତରେ ନଚାଉଛନ୍ତି । ଭୁବନ ବାଦ୍ୟକାର ଫେସ୍‌ବୁକ୍ ସର୍ଟ୍, ଇନଷ୍ଟାଗ୍ରାମ ରିଲ୍‌ରେ ସେନସେସନ୍ ପାଲଟି ଯାଇଛନ୍ତି । ବଙ୍ଗାଳୀ ଭାଷାରେ ତାଙ୍କର କାଚ୍ଚା ବାଦାମ୍ ଗୀତ ସୋସିଆଲ୍ ମିଡିଆରେ ଚହଳ ପକାଇବା ପରେ, କିଏ ଏହାକୁ ନେଇ ରିମିକ୍ସ ତିଆରି କରୁଛି, କିଏ ଡ୍ୟାନ୍ସ ଭିଡିଓ ଛାଡ଼ୁଛି, ତ ଆଉ କିଏ ଖୋଦ୍ ଭୁବନଙ୍କୁ ଷ୍ଟୁଡିଓ ଫ୍ଲୋର୍‌କୁ ଡାକୁଛନ୍ତି । ହରିୟାଣା ଗାୟକ ଅମିତ ଢୁଲ୍ ଓ ସୋସିଆଲ୍ ମିଡିଆ ଷ୍ଟାର୍ ନିଶା ଭଟ୍ଟ୍ କାଚ୍ଚା ବାଦାମ ଗାୟକ ଭୁବନ ବାଦ୍ୟକାରଙ୍କୁ ସାଥିରେ ନେଇ ଏହି ଗୀତକୁ ହରିୟାଣୱି ଟୁଇଷ୍ଟ୍ ଦେଇଛନ୍ତି ।

ମୁଣ୍ଡର ଚୁଟି, ହାତର ବଳା, ବେକର ଚେନ୍, ଭଙ୍ଗା ମୋବାଇଲ୍ ଆଦି ପୁରୁଣା ଜିନିଷ ବଦଳରେ କଞ୍ଚା ବାଦାମ୍ ବିକୁଥିବା ଭୁବନଙ୍କ ନିଜ ତିଆରି ଏହି ଗୀତର ଅର୍ଥ କେହି ବୁଝନ୍ତୁ କି ନବୁଝନ୍ତୁ, ଅଣ୍ଟା ହଲାଇବାକୁ କିନ୍ତୁ ଭୁଲୁନାହାନ୍ତି । ଖାଲି ଦେଶ ନୁହେଁ, ଦେଶ ବାହାରେ ବି ଆରମ୍ଭ ହୋଇଛି କାଚ୍ଚା ବାଦାମ୍ ଟ୍ରେଣ୍ଡ୍ ।

Advertisment

ପଶ୍ଚିମବଙ୍ଗ ବୀରଭୂମ୍ କୁରାଲୟୁଡ଼ି ଗାଁର ଭୁବନ ବାଦ୍ୟକାର, ପୂର୍ବରୁ ବାଉଲ୍ ସଂଗୀତ୍ ଦଳ ସହ ଗାଁ ଗାଁ ବୁଲୁଥିବାରୁ, ପରେ ବାଦାମ ବିକିବା ପାଇଁ ମଧ୍ୟ ଗୀତର ସାହାରା ନେଇଥିଲେ । ହେଲେ ସ୍ୱପ୍ନରେ ବି ଭାବିନଥିଲେ, ତାଙ୍କର ଏହି ଗୀତ ଦିନେ ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କୁ ପସନ୍ଦ ଆସିବ । ହେଲେ ଏହି ଲୋକପ୍ରିୟତା ତାଙ୍କ ଜୀବନଜୀବୀକାରେ କେତେ ସୁଧାର ଆଣିବ, ତାକୁ ନେଇ ସେ ନିଜେ ବି ସନ୍ଦିହାନ । କାଚା ବାଦାମ୍ ଗୀତ ସୋସିଆଲ୍ ମିଡିଆରେ ନିଆଁ ଲଗାଇବା ପରେ, ଭୁବନଙ୍କୁ ନିଜ ପ୍ରଚାର ଅଭିଯାନରେ ସାମିଲ କରିଛି ଟିଏମ୍‌ସି । ପଶ୍ଚିମବଙ୍ଗ ଆସାନସୋଲ୍‌ର ମଞ୍ଚ ଉପରେ ନିଜର ଭାଇରାଲ୍ ଗୀତ ଗାଇବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବି ପ୍ରଚାର କରିଛନ୍ତି ଭୁବନ ।

ପୂର୍ବରୁ ରାନୁ ମଣ୍ଡଳ ଓ ସହଦେବ ଦିର୍ଦୋଙ୍କ ଭଳି ବହୁ ସାଧାରଣ ମଣିଷଙ୍କୁ ବି ରାତାରାତି ଅସାଧାରଣ ଲୋକପ୍ରିୟତା ଆଣି ଦେଇଥିଲା ସୋସିଆଲ୍ ମିଡିଆ, ଠିକ୍ ଏଇ କାଚା ବାଦାମ୍ ଗାୟକ ଭୁବନ ବାଦ୍ୟକାରଙ୍କ ଭଳି ।

Advertisment
Kacha Badam Fame Bhuban Badyakar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ