Advertisment

ସେକ୍ସ ରାକେଟ୍‌ରେ ଧରାହୋଇଛନ୍ତି ସାଉଥ୍ ଇଣ୍ଡଷ୍ଟ୍ରୀର ଏହି ନାୟିକାମାନେ

ସିନେମାର ଝିଲ୍‌ମିଲ୍ ଦୁନିଆ ପଛରେ ବି ରହିଛି କଳାର ଦୁନିଆ। ଇଣ୍ଡଷ୍ଟ୍ରୀରେ ଏମିତି ଅନେକ ନାୟିକା ଅଛନ୍ତି ଯେଉଁମାନଙ୍କ ନାମ ସେକ୍ସ୍ ରାକେଟ୍‌ରେ ଯୋଡି ହୋଇଯାଇଛି। ତେବେ ଆସନ୍ତୁ ସାଉଥ୍ ସିନେମାର ସେମିତି କିଛି ମୋହିନୀଙ୍କ ଉପରେ ନଜର ପକେଇ ନେବା।

South Indian actresses who were caught in sex racket

South Indian actresses who were caught in sex racket

Advertisment

ନୂଆଦିଲ୍ଲୀ: ରୂପେଲି ପରଦା ଚକାଚକ୍ ଦୁନିଆ ପଛରେ ବି ଲୁଚି ରହିଛି କଳା ଅନ୍ଧକାର। ଏହାକୁ ପ୍ରାୟ ସମସ୍ତେ ଜାଣିଥିଲେ ବି ଗ୍ରହଣ କରିବାକୁ ସାହସ ବହୁତ କମ ଲୋକଙ୍କର ଅଛି। ଏମିତି କିଛି ସାଉଥ୍ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଟଙ୍କା ରୋଜଗାର କରିବା ପାଇଁ ସେକ୍ସ ରାକେଟକୁ ମଧ୍ୟ ଆପଣେଇ ନେଇଛନ୍ତି। ପୋଲିସ ଚଢଉ କରିବା ପରେ ସେମାନଙ୍କୁ ଗିରଫ କରାଯାଇଛି ଏବଂ ଏହି ଖବର ପ୍ରଚାରିତ ହେବା ପରେ ସେମାନଙ୍କ ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି।

Advertisment

ପୋଲିସ୍ ସୂଚନାରୁ ଜଣାପଡିଛି ଯେ ଏହି ଅଭିନେତ୍ରୀମାନେ ରାତି ସମୟରେ ବିଭିନ୍ନ ସହରର ଯୁବତୀମାନଙ୍କୁ ହୋଟେଲକୁ ନିମନ୍ତ୍ରଣ କରୁଥିଲେ। ସେମାନେ ରାତିରେ ହୋଟେଲରେ ରହିବା ପରେ ସକାଳେ ସେମାନଙ୍କୁ ଘରକୁ ପଠାଯାଉଥିଲା। ତେବେ ଆସନ୍ତୁ ନଜର ପକେଇବା କିଏ ଏହିସବୁ ଅଭିନେତ୍ରୀ।

ସଂଗୀତା ବାଲାନ୍:

ସଙ୍ଗୀତା ବାଲାନ୍ ସାଉଥ୍ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା। ସେକ୍ସ ରାକେଟ୍ ଚଳାଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ସେ ସତୀଶ ନାମ ଜଣେ ବ୍ୟକ୍ତି ଓ ୪ ଜଣ ଯୁବତୀଙ୍କ ସହ ମିଶି ଦେହ ବ୍ୟବସାୟ କରୁଥିଲେ। ଧରାଯିବା ପୂର୍ବରୁ ସଙ୍ଗୀତା ଦୁଇ ବର୍ଷ ଧରି ଏହି ରାକେଟ୍ ଚଳାଉଥିଲେ ଏବଂ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ।

Advertisment

କାରୋଲିନ୍:

୨୦୧୨ରେ ତାମିଲର ମିଲ୍କି ବିୟୁଟି ଅଭିନେତ୍ରୀ କାରୋଲିନଙ୍କୁ ଏକ ପଞ୍ଚ ତାରକା ହୋଟେଲରେ ଆପତ୍ତିଜନକ ଅବସ୍ଥାରେ ଧରାଯାଇଥିଲା। ସେ ତାମିଲ ଫିଲ୍ମ 'ରେନ୍' ଓ 'ଭଡାଚଲମ୍'ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଭୁବନେଶ୍ୱରୀ:

South Indian actresses who were caught in sex racketଭୁବନେଶ୍ୱରୀ

ସେକ୍ସ ରାକେଟ୍‌ରେ ସମ୍ପୃକ୍ତ ଥିବାରୁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭୁବନେଶ୍ୱରୀଙ୍କୁ ଚେନ୍ନାଇରେ ଗିରଫ କରାଯାଇଥିଲା। ଏହି ମାମଲାରେ ତାଙ୍କୁ ଅନେକ ଥର ଗିରଫ କରାଯାଇଛି। ସେ ଜାମିନରେ ଆସିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଦେଇଥିଲେ।

Advertisment

ଐଶ୍ ଅନ୍‌ସାରୀ:

ତାମିଲ ଅଭିନେତ୍ରୀ ତଥା ଆଇଟମ୍‌ ନମ୍ବର ଅଭିନେତ୍ରୀ ଐଶ୍‌ ଅନ୍‌ସାରୀ ସେକ୍ସ ରାକେଟ୍‌ରେ ସମ୍ପୃକ୍ତ ଥିବାରୁ ଯୋଧପୁର ପୋଲିସ୨୦୧୧ ରେ ଗିରଫ କରିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଐଶ୍ ଜଣେ ଦେହବ୍ୟବସାୟୀ ଭାବରେ କାମ କରୁଥିଲେ ଏବଂ ସେହି କାମ ପାଇଁ ସେହି ହୋଟେଲକୁ ଯାଇଥିଲେ। ଯେତେବେଳେ ପୋଲିସ୍‌ ତାଙ୍କୁ ନେଉଥିଲା ସେ ମଧ୍ୟ ଶାହାରୁଖ ଖାନଙ୍କ ସହ ତାଙ୍କର କିଛି ଫଟୋ ଦେଖାଇଥିଲେ କିନ୍ତୁ ପୋଲିସ କିଛି ନ ଶୁଣି ତାଙ୍କୁ ଥାନାକୁ ନେଇଯାଇଥିଲା।

ଦିବ୍ୟା ଶ୍ରୀ:

South Indian actresses who were caught in sex racketଦିବ୍ୟା ଶ୍ରୀ

ତାମିଲ ଫିଲ୍ମରେ କାମ କରିବା ପରେ ଦିବ୍ୟା ଶ୍ରୀ ସେକ୍ସ ରାକେଟ୍‌ରେ ଯୋଗ ଦେଇଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ଗିରଫ କରାଯାଇଥିଲା, ସେତେବେଳେ ସେ ବଡ ବ୍ୟବସାୟୀ ଏବଂ କ୍ରୀଡ଼ାବିତ୍‌ଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିଲେ। ଦିବ୍ୟା ତାଙ୍କର କ୍ୟାରିୟର ୨୦୦୦ରେ ହନୁମାନ ଜଙ୍କ୍‌ସନ୍‌ ଫିଲ୍ମରୁ ଆରମ୍ଭ କରିଥିଲେ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ