Advertisment

ପଞ୍ଜାବ ମାଟିର ବାସ୍ନାରେ ବାସ୍ନାୟିତ ସୋନୁ ସୁଦ୍; ଶେୟାର କଲେ ଫଟୋ

ସୋନୁ ସୁଦ୍ ଏବେ ସୋସିଆଲ୍ ମିଡିଆରେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ନେଇ ସେ ଟ୍ରୋଲ୍ ହେଉଛନ୍ତି। ଏହି ଫଟୋରେ ସେ ଏକ ଘଷି ଗଦାରେ ବସିଥିବା ନଜର ଆସିଛନ୍ତି।

ଅଦ୍ୟତନ ହୋଇଛି
Sonu Sood trolled share Punjab village photo with cowdung

Sonu Sood trolled share Punjab village photo with cowdung

Advertisment

ନୂଆଦିଲ୍ଲୀ : ବଲିଉଡ୍‌ର ଜଣାଶୁଣା ଓ ହୃଦୟବାନ ଅଭିନେତାଙ୍କ ତାଲିକା କଲେ ସୋନୁ ସୁଦଙ୍କ ନାମ ସର୍ବପ୍ରଥମେ ଆସିବ। କରୋନା କାଳରେ ସେ କରିଥିବା ସହଯୋଗକୁ ଏ ସମାଜ ଭୁଲିପାରିବ ନାହିଁ। ଅନେକ ବେସାହାରାଙ୍କ ପାଇଁ ସେ ସାହାରା ହୋଇଥିଲେ। ଅନେକଙ୍କୁ ସେ ଆର୍ଥିକ ରୂପରେ ସହଯୋଗ କରିଥିଲେ। ସାଧାରଣ ଲୋକଙ୍କ ପାଇଁ ସେ ହୋଇଯାଇଥିଲେ ଭଗବାନ। ଅନେକ ଲୋକ ତାଙ୍କୁ ହୃଦୟରେ ପୂଜା କରିବାକୁ ଲାଗିଲେ।

Advertisment

ତାଙ୍କ ନାମରେ କିଏ ହୋଟେଲ୍ କଲା ତ କିଏ ତାଙ୍କ ପିଲାର ନାମକରଣ ମଧ୍ୟ କଲା। ଏନେଇ ସେ ପ୍ରତ୍ୟେକ ଗଣମାଧ୍ୟମ ଠାରୁ ଆରମ୍ଭ କରି ସୋସିଆଲ୍ ମିଡିଆର ସବୁ ପ୍ଲାଟ୍‌ଫର୍ମରେ ଛାଇଯାଇଥିଲେ। ସେବେଠାରୁ ସେ ସୋସିଆଲ ମିଡିଆର ସବୁଠାରୁ ଚର୍ଚ୍ଚିତ ଚେହେରା ହୋଇଯାଇଛନ୍ତି। ତାଙ୍କ ଦ୍ୱାରା ଶେୟାର ହେଉଥିବା ପ୍ରତ୍ୟେକ ଫଟୋ ଓ ଭିଡିଓ ଦେଖୁ ଦେଖୁ ଭାଇରାଲ ହେଉଛି। ଏବେ ସେ ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ହୋଇଛନ୍ତି।

ସୋନୁ ସୁଦ ଇନ୍‌ଷ୍ଟାଗ୍ରାମ୍‌ରେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଏହି ଫଟୋରେ ଦେଖିବାକୁ ମିଳୁଛି ଯେ ଏକ ଖଳାରେ ଘଷି ଗଦା ହୋଇଛି, ଆଉ ଏହି ଘଷିଗଦା ଭିତରେ ବସିଛନ୍ତି ଅଭିନେତା ସୋନୁ। ସେ ବ୍ଲୁ ରଙ୍ଗର ଜିନ୍ ପ୍ୟାଣ୍ଟ ସାଙ୍ଗକୁ କଳା ରଙ୍ଗର ଫୁଲ୍ ସ୍ଲିଭ୍ ଟି ସାର୍ଟ ପିନ୍ଧିଛନ୍ତି। ତାଙ୍କ ମୁହଁରେ ରହିଛି ସ୍ମିତ ହାସ୍ୟ। ସୋନୁ ଏହି ଫଟୋକୁ ପୋଷ୍ଟ କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “ମୋ ପଞ୍ଜାବ ମାଟିର ବାସ୍ନା”।

Advertisment

ସୋନୁଙ୍କର ଏହି ଫଟୋ ପଞ୍ଜାବର କୌଣସି ଏକ ଗ୍ରାମ ଭଳି ଲାଗୁଛି। ସୋନୁ ସୁଦ୍ ଜଣେ ଜନ୍ମଭୂମୀ ପ୍ରିୟ କଳାକାର। ସେ ଗାଁଆକୁ ଆଉ ମାଟିକୁ ଭଲ ପାଆନ୍ତି। ସେ ମଣିଷ ହୃଦୟକୁ ଚିହ୍ନନ୍ତି। କରୋନା କାଳରେ ତାଙ୍କ ସହଯୋଗ ନେଇ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିଯାଇଛି। ସମସ୍ତେ ତାଙ୍କୁ ନିକଟରେ ପାଇବାକୁ ଚାହୁଁଛନ୍ତି। ଲୋକେ ତାଙ୍କୁ ବାସ୍ତବ ହିରୋ କହୁଛନ୍ତି। ତାଙ୍କ ଏହି ଫଟୋକୁ ଦେଖି ଲୋକେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

କିଛି ପ୍ରଶଂସକଙ୍କୁ ସୋନୁଙ୍କର ଏହି ଫଟୋ ଅଜବ ଲାଗିବାରୁ ସେମାନେ କମେଣ୍ଟ ଦେଇ କହିଛନ୍ତି ଯେ “ଏ ମାଟି ନୁହେଁ, ଏହା ହେଉଛି ଗୋବରର ଘଷି।” ଏହା ସହିତ ସୋନୁ ସୁଦ୍‌ଙ୍କର ଏହି ଫଟୋରେ ଅନେକ ଲୋକଙ୍କର ଭଲ ପାଇବା ମଧ୍ୟ ମିଳିଛି। ଅନେକ ଲୋକ ତାଙ୍କ ଉଦାରତାକୁ ନେଇ ପ୍ରଶଂସା କରିଛନ୍ତି।

Advertisment

ସୋନୁ ମଧ୍ୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହାର ଦୁଇଟି ଫଟୋ ଶେୟାର କରି ପଞ୍ଜାବ ମାଟିର ବାସ୍ନା କଥା କହିଛନ୍ତି। ଏହି ଫଟୋକୁ ନେଇ ଅନେକ ତାଙ୍କୁ ଟ୍ରୋଲ୍ କରୁଛନ୍ତି, ତାଙ୍କର ମଜ୍ଜା ଉଡଉଛନ୍ତି। ଜଣେ ପ୍ରଶଂସକ ସୋନୁ ସୁଦଙ୍କୁ କହିଛନ୍ତି ଯେ “ସାର୍! ଆପଣ ଯାହାକୁ ମାଟି ଭାବୁଛନ୍ତି ସେ ପ୍ରକୃତରେ ଗୋବର।” ସେହିପରି ଆଉ ଜଣେ କହିଛନ୍ତି “ଗୋବର ପାଖରେ ବସି ମାଟିର ବାସ୍ନା କହୁଛନ୍ତି।” ସେହିପରି ଆଉ ଜଣେ କହିଛନ୍ତି ଯେ “ସୋନୁ ଭାଇ ଏ ପଞ୍ଜାବର ମାଟି ନୁହେଁ, ଏ ତ ଗୋମାତା ଓ ମଇଁଷିଙ୍କ ବିସର୍ଜନର ଗୋବର ଘଷି।”

ଜଣେ ଅତ୍ୟନ୍ତ ମଜାଳିଆ ଢଙ୍ଗରେ କହିଛନ୍ତି ଯେ “ସାର୍ ବୋଧହୁଏ ଆପଣ ମାଟିର ସ୍ୱରରେ ବାଡିରେ ରଖାଯାଇଥିବା ଗୋବରକୁ ଭୁଲିଯାଇଛନ୍ତି।” ତେବେ ସେ ବାସ୍ନା ମାଟିର ହେଉ ବା ଗୋବରର, କିନ୍ତୁ ସୋନୁ ସୁଦ୍‌ଙ୍କ ଏହି ଫଟୋ ଲୋକଙ୍କୁ ନିଶ୍ଚିତ ହସିବାର ସୁଯୋଗ ଦେଇଛି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ