Advertisment

ରାଜନୀତିର ପେଞ୍ଚ କୁହେ ଏହି ୫ ଫିଲ୍ମ

ବଲିଉଡ୍‌ର ପ୍ରାୟ ପ୍ରତ୍ୟେକ ପିଲ୍ମରେ ତ ରାଜନୀତିର କିଛି ନା କିଛି ଝଲକ ଦେଖିବାକୁ ମିଳେ। କିନ୍ତୁ ଏମିତି କିଛି ଫିଲ୍ମ ଅଛି ଯେଉଁଥିରେ ନିରୋଳା ରାଜନୀତି ହିଁ ଦେଖିବାକୁ ମିଳେ। ଆସନ୍ତୁ ସେଭଳି କିଛି ଫିଲ୍ମ ଉପରେ ନଜର ପକେଇବା।

ଅଦ୍ୟତନ ହୋଇଛି
Some web series based on politics

Some web series based on politics

Advertisment

ବର୍ତ୍ତମାନ ଦେଶରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଓଡିଶାରେ ପଞ୍ଚାୟତ ନିର୍ବାଚନର ହାୱା ବହୁଛି। ସେଥିପାଇଁ ନିର୍ବାଚନ ପ୍ରଚାର ଚରମ ସୀମାରେ ରହିଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ରାଜନୀତିର ରଙ୍ଗରେ ରଙ୍ଗିନ। ଯଦି ଆପଣ ରାଜନୀତିର ଖେଳ ପ୍ରତି ଆଗ୍ରହୀ, ତେବେ ନିଶ୍ଚିତ ଭାବରେ ରାଜନୈତିକ ଡ୍ରମା ନେଇ ନିର୍ମିତ ଏହି ୱେବ୍ ସିରିଜ୍‌ଗୁଡିକୁ ପସନ୍ଦ କରିବେ।

Advertisment

ଯଦିଓ ସିନେମାର ପ୍ରତ୍ୟେକ ଫିଲ୍ମ ଓ ୱେବ୍ ସିରିଜରେ କିଛି ନା କିଛି ରାଜନୀତିର ଝଲକ ଦେଖାଯାଏ, କିନ୍ତୁ ଏମିତି ବି ଅନେକ ଫିଲ୍ମ ଓ ୱେବ୍ ସିରିଜ୍ ଅଛି ଯାହା ସମ୍ପୂର୍ଣ୍ଣ ରୂପେ ରାଜନୀତିର ତଡକା ପରଷିଥାଏ। ଏହି ଫିଲ୍ମଗୁଡ଼ିକରେ ସାମ୍ ଠାରୁ ଦାମ୍ ଏବଂ ଦାମ୍‌ ଠାରୁ ଦଣ୍ଡ ଓ ଭେଦ ପର୍ଯ୍ୟନ୍ତ ରାଜନୀତିର ଖେଳ ଦେଖିବାକୁ ମିଳେ। ଯଦି ଆପଣ ନିର୍ବାଚନୀ ପେଞ୍ଚ ବୁଝିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଏହି ୱେବ୍ ସିରିଜ୍‌ଗୁଡିକ ଦେଖିବା ଜରୁରୀ।

ତାଣ୍ଡବ:

ୱେବ୍ ସିରିଜ୍ 'ତାଣ୍ଡବ'ରେ ସୈଫ୍‌ ଅଲି ଖାନ ମୁଖ୍ୟ ଭୂମିକାରେ ଥିଲେ। ଏହି ସିରିଜ୍‌ରେ ଜବରଦସ୍ତ ରାଜନୀତି ଦେଖିବାକୁ ମିଳିଥିଲା। ଏମିତିକି ଏହାର କିଛି ଦୃଶ୍ୟକୁ ନେଇ ବିବାଦ ମଧ୍ୟ ଦେଖାଦେଇଥିଲା। ୱେବ୍ ସିରିଜ୍ 'ତାଣ୍ଡବ'ରେ ଉତ୍ତରାଧିକାରୀ କଳହ ଓ ଛାତ୍ର ରାଜନୀତିକୁ ଦେଖାଯାଇଥିଲା। ଏହି ୱେବ୍ ସିରିଜ୍‌ରେ ଡିମ୍ପଲ୍ କାପାଡିଆ, ମହମ୍ମଦ ଜିଶାନ୍ ଆୟୁବ୍, ସୁନୀଲ ଗ୍ରୋଭର, ସାରା ଜେନ୍‌ ଡାୟସ୍, କୁମଦ ମିଶ୍ରାଙ୍କ ପରି କଳାକାରମାନେ ଅଭିନୟ କରିଛନ୍ତି।

Advertisment

ମହାରାଣୀ:

ଏହି ୱେବ୍ ସିରିଜରେ ବିହାରର ରାଜନୀତି ଦେଖାଯାଇଛି। ଏଥିରେ ଜଣେ ସାଧାରଣ ମହିଳା ରାଜନୀତିରେ ପାଦ ଦେବା ଏବଂ ପରେ ମୁଖ୍ୟମନ୍ତ୍ରୀ ହେବାର ଯାତ୍ରାକୁ ଚିତ୍ରଣ କରାଯାଇଛି। କୁହାଯାଉଛି ଯେ ଏହା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଦୀ ଦେବୀଙ୍କ କାହାଣୀ ଉପରେ ପର୍ଯ୍ୟବେଶିତ। ରାଜନୈତିକ ସଂଘର୍ଷ ସହିତ ଜାତି ବିବାଦ, ଦୁର୍ନୀତି, ହିଂସା ଓ ବିଶୃଙ୍ଖଳିତ ଆଇନ ପରିସ୍ଥିତିକୁ ଏଥିରେ ଖୁବ ଭଲ ଭାବରେ ଚିତ୍ରିତ କରାଯାଇଛି। ହୁମା କୁରୈଶୀ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

କ୍ୱୀନ୍:

'କ୍ୱୀନ୍' ୱେବ୍ ସିରିଜ୍ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନକୁ ନେଇ ନିର୍ମିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ରାମ୍ୟା କୃଷ୍ଣନଙ୍କୁ ଦେଖିବାକୁ ମିଳିଥିଲା। ଏହି ୱେବ୍ ସିରିଜ୍ ଅନୀତା ସିଭକୁମାରନଙ୍କ ପ୍ରସିଦ୍ଧ ଉପନ୍ୟାସ 'କ୍ୱୀନ୍' ଉପରେ ଆଧାରିତ। ଏହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଏଥିରେ ଜୟଲଳିତାଙ୍କ କାହାଣୀକୁ ବିସ୍ତୃତ ଭାବରେ ଚିତ୍ରଣ କରାଯାଇଛି। ଏହାର ଷ୍ଟ୍ରିମିଂ ପରେ କଙ୍ଗନା ରାନାୱତଙ୍କ ଚଳଚ୍ଚିତ୍ର ‘ଥଲାଇଭି’ ଆସିଥିଲା ଯେଉଁଥିରେ ଏଭଳି କିଛି କାହାଣୀ ଦେଖାଯାଇଥିଲା।

Advertisment

ସିଟି ଅଫ୍ ଡ୍ରିମ୍ସ:

‘ସିଟି ଅଫ୍ ଡ୍ରିମ୍ସ’ରେ ପାରିବାରିକ ରାଜନୀତି ଦେଖାଯାଏ। କ୍ଷମତା ପାଇବା ପାଇଁ ପରିବାର ବ୍ୟତୀତ ବାହାର ରାଜନୀତିର ସଂଗ୍ରାମକୁ ମଧ୍ୟ ଏଥିରେ ଦେଖାଯାଇଛି। ଏହି ସିରିଜର ପ୍ରଥମ ସିଜନ୍‌ରେ ରାଜନୈତିକ ଉତ୍ତରାଧିକାରୀକୁ ନେଇ ଭାଇଭଉଣୀଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳେ। ସେହିପରି ଦ୍ୱିତୀୟ ସିଜନ୍‌ରେ ବାପା ଓ ଝିଅଙ୍କ ମଧ୍ୟରେ ରାଜନୀତିର ଖେଳକୁ ଦେଖାଯାଇଛି।

ଡାର୍କ 7 ହ୍ୱାଇଟ୍:

ଏହି ୱେବ୍ ସିରିଜ୍ ରାଜନୀତି ସହିତ ଏକ କ୍ରାଇମ୍ ଥ୍ରୀଲର୍ ମଧ୍ୟ। ‘ଡାର୍କ 7 ହ୍ୱାଇଟ୍’ରେ ଅନେକ ପ୍ରକାର ରାଜନୈତିକ କୂଟନୀତି ଦେଖିବାକୁ ମିଳେ। ରାଜନୀତି ମଧ୍ୟରେ ଭଙ୍ଗାରୁଜା ସମ୍ପର୍କ, ଷଡଯନ୍ତ୍ର ଓ ପ୍ରତିଦ୍ୱନ୍ଦ୍ୱିତା ସବୁକିଛି ଦେଖିବାକୁ ମିଳେ। ଏହାର କାହାଣୀ ଜଣେ ଯୁବ ମୁଖ୍ୟମନ୍ତ୍ରୀଙ୍କ ହତ୍ୟାକୁ ନେଇ ଗତିକରେ। ଏହି ସିରିଜ୍‌ର ପ୍ରତ୍ୟେକ ଏପିସୋଡ୍‌ରେ ଆପଣ ରୋମାଞ୍ଚକର ରାଜନୀତିରେ ସନ୍ଦେହଜନକ ହତ୍ୟାର ରହସ୍ୟକୁ ଦେଖିବାକୁ ପାଇବେ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ