Advertisment

୮୪ ବର୍ଷ ବୟସରେ ଆଖି ବୁଜିଲେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର

ଆରପାରିରେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର...

Singer Nirmala Mishra Dies At 81

Singer Nirmala Mishra Dies At 81

Advertisment

ଆରପାରିରେ ଭେଟେରାନ୍ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର ୮୪ ବର୍ଷ ବୟସରେ ଆଖି ବୁଜିଛନ୍ତି ନିର୍ମଳା । ଆଜି ସକାଳେ କୋଲକାତା ବାସଭବନରେ ହୃଦଘାତର ଶିକାର ହୋଇଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ପରିବାରଲୋକଙ୍କ ଗ୍ରହଣରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Advertisment

ସୂଚନା ଅନୁସାରେ, ନିର୍ମଳା ପଶ୍ଚିମବଙ୍ଗ ଦକ୍ଷିଣ ଚବିଶ ପ୍ରଗଣାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଓ ବଙ୍ଗଳା ଭାଷାରେ ଏକାଧିକ ଗୀତ ଗାଇଛନ୍ତି । ୭୦ ଦଶକରେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏପରି କୌଣସି ଫିଲ୍ମ ନଥିବା ଯେଉଁଥିରେ ଦର୍ଶକ ନିର୍ମଳାଙ୍କ କଣ୍ଠ ସ୍ୱର ଶୁଣିନଥିବେ । ଅଦିନ ମେଘ, ସ୍ତ୍ରୀ, ଘର ସଂସାର, ମେଘ ମୁକ୍ତି, ଅନୁତାପ ଭଳି ପ୍ରାୟତଃ ସମସ୍ତ ହିଟ୍ ସିନେମାରେ ସିନେ ପ୍ରେମୀ ନିର୍ମଳାଙ୍କ କଣ୍ଠର ଯାଦୁକୁ ଅନୂଭବ କରିଛନ୍ତି । ୧୯୭୭ରେ ରିଲିଜ୍ ହୋଇଥିବା ଅନୁତାପରେ ତାଙ୍କ ଗୀତ ନୀଦ ଭରା ରାତି, ମଧୁଝରା ଜହ୍ନ ଗୀତ ଆଜି ବି ଲୋକଙ୍କ ମନରେ ରହିଛି ।

ତାଙ୍କର ଲୋକପ୍ରିୟ ବଙ୍ଗୀୟ ଗୀତଗୁଡ଼ିକରେ ‘ୟାମୋନ୍ ଏକତା ଝିନୁକ୍‌’('Eamon Ekta Jhinuk'),‘ବୋଲୋ ତୋ ଆର୍ସି’ ( 'Bolo to Arshi') ଏବଂ ‘ଏଇ ବଙ୍ଗଲାର୍ ମାଟି ତେ’ ('Eai Banglar Mati Te') ସୁପରହିଟ୍‌ ହୋଇଥିବାବେଳେ ଓଡ଼ିଆ ଗୀତ ମଧ୍ୟରେ ‘ନିଦ ଭରା ରାତି ମଧୁ ଝରା ଜହ୍ନ’ (Nida Bhara Rati Madhu Jhara Janha) ଏବଂ ‘ମୋ ମନ ବିଣାର ତାଳେ’ (Mo Mana Beena Ra Taare)ଆଦି ସୁପର୍‌ ହୋଇଥିଲା ।

Advertisment
Singer Nirmala Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ